ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

19 ଫେବୃଆରୀରେ ପ୍ରଧାନମନ୍ତ୍ରୀ କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

Posted On: 17 FEB 2021 8:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 19 ଫେବୃଆରୀ 2021 ରେ କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପଗୁଡିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏହି ଉତ୍ସବରେ କେରଳର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ଅଣପାରମ୍ପରିକ ଶକ୍ତି ଏବଂ ଗୃହ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

ପୁଗାଲୁର - ଥ୍ରୀସୁର ବିଦ୍ୟୁତ ପରିବହନ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ 320 କେଭି ପୁଗାଲୁର (ତାମିଲନାଡୁ) - ଥ୍ରୀସୁର (କେରଳ) ବିଦ୍ୟୁତ ପରିବହନ ପ୍ରକଳ୍ପର ଉଦଘାଟନ କରିବେ ଏହା ଏକ ଭୋଲଟେଜ୍ ସୋର୍ସ କନଭର୍ଟର (VSC) ଆଧାରିତ ହାଇ ଭୋଲଟେଜ୍ ଡାଇରେକ୍ଟ କରେଣ୍ଟଣ୍ଟ (HDVC) ପ୍ରକଳ୍ପ ଏବଂ ଏଥିରେ ଭାରତର ପ୍ରଥମ HDVC ଯେଉଁଥିରେ ଅତ୍ୟାଧୁନିକ VSC ଜ୍ଞାନକୌଶଳ ବ୍ୟବହାର ହୋଇଛି   5070 କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ପ୍ରକଳ୍ପ ପଶ୍ଚିମାଞ୍ଚଳରୁ 2000 ମେଗାୱାଟ ବିଦ୍ୟୁତ ପରିବହନକୁ ସହଜ କରିବ ଏବଂ କେରଳର ଲୋକଙ୍କ ପାଇଁ ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବାରେ ସହାୟକ ହେବ ଏହି VSC ଆଧାରିତ ବ୍ୟବସ୍ଥାରେ HDVC XLPE(କ୍ରସ୍‌-ଲିଙ୍କ୍ ପଲିଥାଇଲନ୍‌) କେବୁଲ ସହିତ ସୁଉଚ୍ଚ ଲାଇନ୍ ରହିଛି ଯାହାକି ପାରମ୍ପାରିକ ଏଚ୍ଡିଭିସି ବ୍ୟବସ୍ଥା ତୁଳନାରେ 35-40% କମ୍ ଜମି ଆବଶ୍ୟକ କରିଥାଏ

କାସାରାଗୋଡ୍ ସୌର ଶକ୍ତି ପ୍ରକଳ୍ପ

ପ୍ରଧାନମନ୍ତ୍ରୀ 50 ମେଗାୱାଟ କାସାରାଗୋଡ ସୌର ଶକ୍ତି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଜାତୀୟ ସୌର ଶକ୍ତି ମିଶନ ଅଧୀନରେ ଏହାକୁ ବିକଶିତ କରାଯାଇଛି କାସାରାଗୋଡ ଜିଲ୍ଲାର ପାଇଭାଲିକେ, ମିଞ୍ଜା ଏବଂ ଚିପାର ଗ୍ରାମରେ 250 ଏକରରୁ ଅଧିକ ଜମି ଉପରେ ଏହା ସ୍ଥାପନ କରାଯାଇଛି, ଏହା କେନ୍ଦ୍ର ସରକାରଙ୍କ ପ୍ରାୟ 280 କୋଟି ଟଙ୍କା ବିନିଯୋଗରେ ର୍ନିମିତ ହୋଇଛି

 

 

ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର

ପ୍ରଧାନମନ୍ତ୍ରୀ ଥିରୁଅନନ୍ତପୁରମରେ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କକ୍ଷର ଭିତ୍ତିପ୍ରସ୍ତର ସ୍ଥାପନ କରିବେ 94 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ର୍ନିମାଣ ହେବାର ଯୋଜନା ରହିଛି, ଏହା ଥିରୁଅନନ୍ତପୁରମ୍ ମହାନଗର ନିଗମରେ ସ୍ମାର୍ଟ ସଲ୍ୟୁସନ୍ ପାଇଁ ସ୍ଥାପିତ ହୋଇଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହା ସମନ୍ୱୟ ରକ୍ଷାକରି ଗୋଟିଏ ସ୍ଥାନରୁ ସାଧାରଣ ଭାବରେ କାର୍ଯ୍ୟ କରିବ

ସ୍ମାର୍ଟ ସଡକ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଥିରୁଅନନ୍ତପୁରମରେ ସ୍ମାର୍ଟ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରାୟ 427 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଥିରୁଅନନ୍ତପୁରମରେ ବର୍ତ୍ତମାନ ଥିବା 37 କିଲୋମିଟର ସଡକକୁ ସମସ୍ତ ପ୍ରକାର ସୁବିଧା ସହିତ ବିଶ୍ୱସ୍ତରୀୟ ସ୍ମାର୍ଟ ସଡକରେ ପରିଣତ କରିବ ଏବଂ ଏଥିରେ ରାସ୍ତା ସଂଯୋଗ ସ୍ଥାନର ଉନ୍ନତି ପାଇଁ ଯୋଜନା କରାଯାଇଛି

ଅରୁଭିକକାରା ଜଳ ବିଶୋଧନ କେନ୍ଦ୍ର

ପ୍ରଧାନମନ୍ତ୍ରୀ AMRUT ମିଶନ୍ ଅଧୀନରେ ର୍ନିମିତ ଅରୁଭିକକାରାରେ 75 MLD (ଦୈନିକ ଏକ ନିୟୁତ ଲିଟର) ଜଳ ବିଶୋଧନା କେନ୍ଦ୍ରକୁ ଉଦ୍ଘାଟନ କରିବେ ଏହା ଥିରୁଅନନ୍ତପୁରମର ଲୋକଙ୍କୁ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବ ଏବଂ ଅରୁଭିକକାରାରେ ଥିବା ବର୍ତ୍ତମାନର ଜଳ ବିଶୋଧନ କେନ୍ଦ୍ରର ରକ୍ଷଣାବେକ୍ଷଣ କାର୍ଯ୍ୟ ସମୟରେ ସହରକୁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟିରୁ ରକ୍ଷା କରିବ

*****

HS


(Release ID: 1698954) Visitor Counter : 218