ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଧି ବସ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ; ଘୋଷଣା କଲେ ଅନୁକମ୍ପା ରାଶି

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2021 3:34PM by PIB Bhubaneswar

ମଧ୍ୟପ୍ରଦେଶର ସିଧିଠାରେ ଘଟିଥିବା ବସ ଦୁର୍ଘଟଣା ଜନିତ ଜୀବନହାନି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ଵିଟ କରି କୁହାଯାଇଛି ଯେ, "ମଧ୍ୟପ୍ରଦେଶର ସିଧିଠାରେ ଘଟିଥିବା ବସ ଦୁର୍ଘଟଣା ଅତି ଦୁର୍ଭାଗ୍ୟପୂର୍ଣ୍ଣ ମୃତାହତଙ୍କ ପରିବାର ପ୍ରତି ସମବେଦନା ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ସକ୍ରିୟ ଭାବେ ଜଡିତ ଅଛନ୍ତି

ପ୍ରଧାନମନ୍ତ୍ରୀ ମଧ୍ୟ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି ସେହିଭଳି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବ

 

**********

TRP/


(ରିଲିଜ ଆଡି: 1698669) ପରିଦର୍ଶକ କାଉଣ୍ଟର : 225