ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜଷ୍ଟିସ (ଅବସରପ୍ରାପ୍ତ) ଏମ.ରାମ ଜୋଇସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2021 12:34PM by PIB Bhubaneswar

ଜଷ୍ଟିସ (ଅବସରପ୍ରାପ୍ତ) ଏମ.ରାମ ଜୋଇସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଜଷ୍ଟିସ (ଅବସରପ୍ରାପ୍ତ) ଏମ.ରାମ ଜୋଇସ ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ଆଇନ ବିଶାରଦ ଥିଲେ । ତୀକ୍ଷ୍ଣ ବୁଦ୍ଧି ଏବଂ ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ସୁଦୃଢ କରିବାରେ ତାଙ୍କର ଅବଦାନ ପାଇଁ ସେ ପ୍ରଶଂସିତ ହୋଇଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ଏଭଳି  ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।

 

**********

TRP/


(ରିଲିଜ ଆଡି: 1698668) ପରିଦର୍ଶକ କାଉଣ୍ଟର : 201