ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ 17ରେ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 FEB 2021 3:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ 17, 2021 ମଧ୍ୟାହ୍ନ 12:30 ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ ।

 

ଏନଟିଏଲଏଫ ବିଷୟରେ

ଏନଟିଏଲଏଫର 29 ତମ ଅଧିବେଶନ 17 ରୁ 19 ଫେବୃଆରୀ 2021 ମଧ୍ୟରେ ଆୟୋଜିତ ହେଉଛି । ଏହା ହେଉଛି ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ [ଏନଏଏସଏସସିଓଏମ(ନାସକମ)] ଗୁଡିକର ଫ୍ଲାଗସିପ କାର୍ଯ୍ୟକ୍ରମ । ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି 'ଭବିଷ୍ୟତକୁ ଉତ୍ତମ ଢଙ୍ଗରେ ଗଢି ତୋଳିବା’ । ଏହି କାର୍ଯ୍ୟକ୍ରମରେ 30 ରୁ ଅଧିକ ଦେଶରୁ 1600 ଅଂଶଗ୍ରହଣକାରୀ ଭାଗ ନେବେ ଏବଂ ତିନି ଦିନିଆ ଆଲୋଚନା ସମୟରେ 30 ରୁ ଅଧିକ ଉତ୍ପାଦ ପ୍ରଦର୍ଶିତ ହେବ ।

 

**********

TRP/


(ରିଲିଜ ଆଡି: 1698185) ପରିଦର୍ଶକ କାଉଣ୍ଟର : 214