ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

33 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 5,000 କମ ସକ୍ରିୟ ମାମଲା

ଗତ 24ଘଣ୍ଟାରେ 18 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଶୂନ ମୃତ୍ୟୁ

କୋଭିଡ-19 ବିରୋଧରେ ପାଖାପାଖି 83ଲକ୍ଷ ହିତାଧିକାରୀଙ୍କର ଟିକାକରଣ ହେଲାଣି

Posted On: 15 FEB 2021 12:19PM by PIB Bhubaneshwar

ଭାରତର ମୋଟ କରୋନା ସକ୍ରିୟ ମାମଲା ଏବେ 1.39ଲକ୍ଷ (1.39,637) ରହିଛି । ଦେଶର ମୋଟ କରୋନା ପଜିଟିଭ ମାମଲାର ଏହା ମାତ୍ର 1.28%

          ଗତ 24ଘଣ୍ଟାରେ 33 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 5,000ରୁ କମ ସକ୍ରିୟ ମାମଲା ରିପୋର୍ଟ ହୋଇଛି । ତ୍ରିପୁରା ଏବଂ ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳିରେ ଏବେ ମାତ୍ର 2ଟି ଲେଖାଏଁ ସକ୍ରିୟ ମାମଲା ରହିଛି ।

         ଭାରତର ମୋଟ କରୋନା ସକି୍ରୟ ମାମଲା ମଧ୍ୟରୁ 77% (76.5%) 3ଟି ରାଜ୍ୟ ଯଥା କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ରହିଛି । ମୋଟ ସକ୍ରିୟ ମାମଲାରୁ 74.72% କେରଳ ଓ ମହାରାଷ୍ଟ୍ରରେ ରହିଛି ।

         

ଗତ 24 ଘଣ୍ଟାରେ 18ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କରୋନା ମୃତ୍ୟୁ ସାମ୍ନାକୁ ଆସିନାହିଁ । ଏଗୁଡ଼ିକ ମଧ୍ୟରେ ଆସାମ, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ହରିଆଣା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଣିପୁର, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ମେଘାଳୟ, ସିକ୍କିମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ରହିଛନ୍ତି ।

          ଗତ ସପ୍ତାହକ ମଧ୍ୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କରୋନା ମୃତୁ୍ୟ ହୋଇନାହିଁ । ଏଗୁଡ଼ିକ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଅରୁଣାଚଳ ପ୍ରଦେଶ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳି, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଲାକ୍ଷାଦ୍ୱୀପ, ମଣିପୁର, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରା ରହିଛନ୍ତି

          ଆଜି ସକାଳ 8ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ମୁତାବକ 1,73,729 ସେସନରେ 82,85,295 ହିତାଧିକାରୀଙ୍କର ଟିକାକରଣ ହୋଇଛି । ଏମାନଙ୍କ ମଧ୍ୟରେ 59,88,113 ସ୍ୱାସ୍ଥ୍ୟ କର୍ମୀ (ପ୍ରଥମ ଡୋଜ), 24,561 ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ) ଏବଂ 22,72,612 ଫ୍ରଣ୍ଟଲାଇନ କର୍ମଚାରୀ (ପ୍ରଥମ ଡୋଜ) ରହିଛନ୍ତି

 

          କୋଭିଡ-19 ଟିକାକରଣର ଦ୍ୱିତୀୟ ଡୋଜ ପ୍ରଦାନ ଫେବୃଆରୀ 13ରେ ସେହିମାନଙ୍କ ପାଇଁ ଆରମ୍ଭ ହୋଇଥିଲା, ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ ଗ୍ରହଣ କରିବାର 28 ଦିନ ପୂରା କରିଥିଲେ ।

S.

No.

 

State/UT

Beneficiaries vaccinated

1st Dose

2nd Dose

Total Doses

1

A & N Islands

3,646

0

3,646

2

Andhra Pradesh

3,56,521

5,820

3,62,341

3

Arunachal Pradesh

15,633

461

16,094

4

Assam

1,27,658

2,215

1,29,873

5

Bihar

4,92,152

0

4,92,152

6

Chandigarh

8,660

143

8,803

7

Chhattisgarh

2,62,092

895

2,62,987

8

Dadra & Nagar Haveli

2,922

41

2,963

9

Daman & Diu

1,121

30

1,151

10

Delhi

1,89,351

1,856

1,91,207

11

Goa

13,166

517

13,683

12

Gujarat

6,83,903

0

6,83,903

13

Haryana

1,95,764

588

1,96,352

14

Himachal Pradesh

81,482

475

81,957

15

Jammu & Kashmir

1,28,822

807

1,29,629

16

Jharkhand

2,06,182

2,209

2,08,391

17

Karnataka

4,96,234

0

4,96,234

18

Kerala

3,58,529

46

3,58,575

19

Ladakh

2,904

77

2,981

20

Lakshadweep

1,776

0

1,776

21

Madhya Pradesh

5,57,105

0

5,57,105

22

Maharashtra

6,82,744

189

6,82,933

23

Manipur

22,726

169

22,895

24

Meghalaya

13,998

91

14,089

25

Mizoram

11,680

74

11,754

26

Nagaland

9,695

123

9,818

27

Odisha

4,12,046

0

4,12,046

28

Puducherry

5,953

71

6,024

29

Punjab

1,03,799

59

1,03,858

30

Rajasthan

6,10,088

0

6,10,088

31

Sikkim

8,335

0

8,335

32

Tamil Nadu

2,46,420

1,154

2,47,574

33

Telangana

2,78,915

3,273

2,82,188

34

Tripura

69,196

366

69,562

35

Uttar Pradesh

8,58,602

0

8,58,602

36

Uttarakhand

1,10,326

0

1,10,326

37

West Bengal

5,14,570

2,382

5,16,952

38

Miscellaneous

1,16,018

430

1,16,448

 

Total

82,60,734

24,561

82,85,295

         

ଟିକାକରଣ ଅଭିଯାନ (2021 ଫେବୃଆରୀ 14)ର 30ତମ ଦିନରେ ମୋଟ 21,437 ହିତାଧିକାରୀ 877ସେସନରେ ଟିକା ଗ୍ରହଣ କରିଛନ୍ତିଏମାନଙ୍କ ମଧ୍ୟରୁ 20,504 ହିତାଧିକାରୀ ପ୍ରଥମ ଡୋଜ ପାଇଁ ଟିକା ନେଇଥିବା ବେଳେ 933 ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ନେଇଥିଲେ ।

ଭାରତରେ ଟିକାକରଣ ଅଭିଯାନ ବେଶ ଦ୍ରୁତ ଗତିରେ ଆଗେଇବାରେ ଲାଗିଛି ।

ଭାରତରେ ଏ ପର୍ଯ୍ୟନ୍ତ ଟିକା ଗ୍ରହଣ କରିଥିବା ମୋଟ ହିତାଧିକାରୀଙ୍କ ମଧ୍ୟରେ 69% 10 ରାଜ୍ୟରୁ ରହିଛନ୍ତି । ମୋଟ ହିତାଧିକାରୀଙ୍କ ମଧ୍ୟରେ ଉତ୍ତରପ୍ରଦେଶରୁ ଏକାକୀ 10.4% (8,58,602) ରହିଛନ୍ତି ।

        

ଗତ 24 ଘଣ୍ଟାରେ 9,489 ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ନୂଆ ଆରୋଗ୍ୟ ମାମଲା ମଧ୍ୟରୁ 6ଟି ରାଜ୍ୟରେ 79.5% ରହିଛି ।

କେରଳରେ ଗୋଟିଏ ଦିନରେ ସର୍ବାଧିକ 4,692ରୋଗୀ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି, ଯାହା ଦୈନିକ ଆରୋଗ୍ୟ ମାମଲାର ପାଖାପାଖି 50% ଗତ 24ଘଣ୍ଟାରେ ମହାରାଷ୍ଟ୍ରରେ 1,355ଲୋକ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ 486 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଗତ 24ଘଣ୍ଟାରେ 11,649 ନୂଆ କରୋନା ଆକ୍ରାନ୍ତ ମାମଲା ରେକର୍ଡ କରାଯାଇଛି ।

ନୂଆ ମାମଲା ମଧ୍ୟରେ 6ଟି ରାଜ୍ୟରୁ 86.4% ରହିଛି ।

କେରଳରେ ଗତ 24ଘଣ୍ଟାରେ ସର୍ବାଧିକ 4,612ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 4,092 ନୂଆ ଆକ୍ରାନ୍ତ ସାମ୍ନାକୁ ଆସିଥିବା ବେଳେ ତାମିଲନାଡୁରେ 470 ନୂଆ ମାମଲା ଚିହ୍ନଟ ହୋଇଛି ।

ଗତ 24 ଘଣ୍ଟାରେ ଦେଶରେ କରୋନା ସଂକ୍ରମଣରେ 90ଜଣଙ୍କ ମୃତ୍ୟୁ ଘଟିଛି ।

ଦୈନିକ କରୋନା ମୃତ୍ୟୁରେ 80% 6ଟି ରାଜ୍ୟରୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 40ଜଣ ପ୍ରାଣ ହରାଇଛନ୍ତି, ଯାହା ମୋଟ ଦୈନିକ ମୃତ୍ୟୁର ପାଖାପାଖି 44.44% କେରଳରେ 15ଜଣ ଆକ୍ରାନ୍ତରୋଗୀ ପ୍ରାଣ ହରାଇଥିବା ବେଳେ ତାମିଲନାଡୁରେ 6ଟି ମୃତ୍ୟୁ ସାମ୍ନାକୁ ଆସିଛି ।

********

 

SR



(Release ID: 1698112) Visitor Counter : 277