ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତ୍ତୌରା ହ୍ରଦର ଉନ୍ନତିକରଣ ପାଇଁ ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 FEB 2021 11:27AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 16, 2021 ପୂର୍ବାହ୍ନ 11:00ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତ୍ତୌରା ହ୍ରଦର ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମହାରାଜା ସୁହେଲଦେବଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଉତ୍ତରପ୍ରଦେଶର ବହରାଇଚଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ

ଏହି ସଂପୂର୍ଣ୍ଣ ପ୍ରକଳ୍ପରେ ମହାରାଜା ସୁହେଲଦେବଙ୍କ ଏକ ଅଶ୍ୱାରୋହୀ ପ୍ରତିମୂର୍ତ୍ତି ସ୍ଥାପନ ହେବା ସହିତ କେଫେଟେରିଆ, ଅତିଥି ଭବନ ଏବଂ ଏକ ଶିଶୁ ଉଦ୍ୟାନ ପରି ବିଭିନ୍ନ ପର୍ଯ୍ୟଟନ ସୁବିଧାର ଉନ୍ନତିକରଣ ସାମିଲ ରହିଛି

ମହାରାଜା ସୁହେଲଦେବଙ୍କ ଦେଶ ଭକ୍ତି ଓ ସେବା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ଏହି ସ୍ମାରକୀ କ୍ଷେତ୍ରର ବିକାଶ ସହିତ ଦେଶ ମହାରାଜା ସୁହେଲଦେବଙ୍କ ବୀରତ୍ୱର ଗାଥା ସମ୍ପର୍କରେ ସଂପୂର୍ଣ୍ଣ ରୂପେ ପରିଚିତ ହୋଇପାରିବ ଏହା ମଧ୍ୟ ଏହି କ୍ଷେତ୍ରର ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ବୃଦ୍ଧି କରିବ

 

**********

TRP/


(ରିଲିଜ ଆଡି: 1698022) ପରିଦର୍ଶକ କାଉଣ୍ଟର : 219