ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ରେଡିଓ ଦିବସରେ ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 13 FEB 2021 10:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ରେଡିଓ ଏକ ଚମତ୍କାର ମାଧ୍ୟମ, ଯାହା ସାମାଜିକ ସଂଯୋଗକୁ ଦୃଢୀଭୂତ କରିଥାଏ ।

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା! ସମସ୍ତ ରେଡିଓ ଶ୍ରୋତା ଏବଂ ନୂତନ ପ୍ରଯୁକ୍ତି ଓ ସଙ୍ଗୀତ ସହିତ ରେଡିଓକୁ ଖ୍ୟାତିସମ୍ପନ୍ନ କରିଥିବା  ସମସ୍ତଙ୍କୁ ମୋର ଅଭିନନ୍ଦନ । ଏହା ଏକ ଚମତ୍କାର ମାଧ୍ୟମ, ଯାହା ସାମାଜିକ ସମ୍ପର୍କକୁ ଦୃଢୀଭୂତ କରୁଛି । ମୁଁ ବ୍ୟକ୍ତିଗତ ଭାବରେ ମନ କି ବାତ ମାଧ୍ୟମରେ ରେଡିଓର ସକାରାତ୍ମକ  ପ୍ରଭାବକୁ ଅନୁଭବ କରିଛି” ।

 

**********

TRP/



(Release ID: 1697795) Visitor Counter : 151