ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସର୍ବାଧିକ କୋଭିଡ-୧୯ ଟିକାକରଣ କରିବା କ୍ଷେତ୍ରରେ ଭାରତ ଏବେ ବିଶ୍ୱରେ ତୃତୀୟ ରାଷ୍ଟ୍ର

୫୭.୭୫ ଲକ୍ଷରୁ ଅଧିକ ହିତଧିକାରୀଙ୍କ ଟିକାକରଣ କରାଯାଇଛି

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ମୃତ୍ୟୁ ୮୦ରୁ କମ୍, ଯାହାକି ୯ ମାସରେ ସର୍ବନିମ୍ନ

ବିଗତ ୨୪ ଘଣ୍ଟାରେ ୧୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ ମୃତ୍ୟୁ ହୋଇନାହିଁ

Posted On: 07 FEB 2021 11:59AM by PIB Bhubaneshwar

କୋଭିଡ-୧୯ର ମୁକାବିଲା କ୍ଷେତ୍ରରେ ଭାରତ ବିଶ୍ୱର ଆଉ ଏକ ଶିଖର ସ୍ଥାନରେ ପହଞ୍ଚିପାରିଛି ।

ସର୍ବାଧିକ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତ ଏବେ ବିଶ୍ୱରେ ତୃତୀୟ ରାଷ୍ଟ୍ର ହୋଇପାରିଛି । କେବଳ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବିଟେନରେ ଭାରତ ଠାରୁ ଅଧିକ ହିତାଧିକାରୀଙ୍କ ଟିକାକରଣ ହୋଇପାରିଛି ।

ଭାରତରେ ୧୨ ରାଜ୍ୟରେ ୨ଲକ୍ଷରୁ ଅଧିକ ଲେଖାଏଁ ଟିକାକରଣ ହୋଇସାରିଛି । କେବଳ ଉତ୍ତରପ୍ରଦେଶରେ ୬,୭୩,୫୪୨ ଜଣଙ୍କ ଟିକାକରଣ କରାଯାଇଛି ।

କୋଭିଡ-୧୯ ଟିକାକରଣ ଅଭିଯାନରେ ୨୦୨୧ ଫେବ୍ରୁଆରୀ ୭ ତାରିଖ ସକାଳ ୮ଟା ସୁଦ୍ଧା ଭାରତରେ ମୋଟ ୫୭.୭୫ ଲକ୍ଷ (୫୭,୭୫,୩୨୨) ଜଣଙ୍କ ଟିକାକରଣ କରାଯାଇଛି । ଏମାନଙ୍କ ମଧ୍ୟରେ ୫୩,୦୪,୫୪୬ ଜଣ ସ୍ୱାସ୍ଥ୍ୟକର୍ମୀ ଥିବା ବେଳେ ୪,୭୦୭୭୬ ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି ।

 

S. No.

State/UT

Beneficiaries vaccinated

1

A & N Islands

3,161

2

Andhra Pradesh

2,99,649

3

Arunachal Pradesh

12,346

4

Assam

87,269

5

Bihar

3,74,538

6

Chandigarh

5,645

7

Chhattisgarh

1,68,881

8

Dadra & Nagar Haveli

1,504

9

Daman & Diu

708

10

Delhi

1,09,589

11

Goa

8,257

12

Gujarat

4,38,573

13

Haryana

1,39,068

14

Himachal Pradesh

54,573

15

Jammu & Kashmir

49,419

16

Jharkhand

95,934

17

Karnataka

3,86,186

18

Kerala

2,91,852

19

Ladakh

1,987

20

Lakshadweep

839

21

Madhya Pradesh

3,42,016

22

Maharashtra

4,73,480

23

Manipur

8,256

24

Meghalaya

6,859

25

Mizoram

10,937

26

Nagaland

4,535

27

Odisha

2,75,055

28

Puducherry

3,532

29

Punjab

76,430

30

Rajasthan

4,59,652

31

Sikkim

5,372

32

Tamil Nadu

1,66,408

33

Telangana

2,09,104

34

Tripura

40,347

35

Uttar Pradesh

6,73,542

36

Uttarakhand

73,762

37

West Bengal

3,54,000

38

Miscellaneous

62,057

Total

57,75,322

 

ବିଗତ ୨୪ ଘଣ୍ଟାରେ ୮୮୭୫ ସେସନରେ ୩,୫୮,୪୭୩ ହିତାଧିକାରୀଙ୍କ ଟିକାକରଣ କରାଯାଇଛି ।

ଆଜି ସୁଦ୍ଧା ମୋଟ ୧,୧୫,୧୭୮ ସେସନରେ ଟିକାକରଣ କରାଯାଇଛି ।

ଦୈନିକ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ରମରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୮୦ରୁ କମ୍ ରହିଛି, ଯାହାକି ୯ ମାସ ମଧ୍ୟରେ ସର୍ବର୍ନିମ୍ନ ।

 ଆଜି ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୪୮ ଲକ୍ଷ (୧,୪୮,୭୬୬) ରହିଛି । ଏବେ ଦେଶରେ ମୋଟ ପଜିଟିଭ୍ ସଂଖ୍ୟାର ମାତ୍ର ୧.୩୭% ରହିଛି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ।

ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି ୧.୦୫ କୋଟି (୧,୦୫,୨୨,୬୦୧) ରହିଛି । ଏବେ ସୁସ୍ଥତା ହାର ରହିଛି ୯୭.୧୯% ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୦୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧,୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୮୧.୦୭% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୬୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୭୩୯ ଏବଂ ତାମିଲନାଡ଼ୁରେ ୫୦୩ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪.୮୩% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୫୯୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୭୬୮ ଏବଂ କର୍ଣ୍ଣାଟକରେ ୫୩୧ ଜଣ ଚିହ୍ନଟ ହୋଇଛନ୍ତି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏଥିରୁ ୬୯.୨୩% ମୃତୁ୍ୟ ହୋଇଛି ୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ୨୫ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କେରଳରେ ୧୬ ଜଣ ଏବଂ ପଞ୍ଜାବରେ ୫ ଜଣଙ୍କ ମୃତୁ୍ୟ ହୋଇଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ମୃତୁ୍ୟ ହୋଇନାହିଁ ।

ଏସବୁ ରାଜ୍ୟ ହେଲା ହରିଆନା, ଗୋଆ, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଝାଡ଼ଖଣ୍ଡ, ପୁଡୁଚେରି, ମେଘାଳୟ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଆସାମ, ମଣିପୁର, ସିକିମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଲାଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଦାମନ ଏବଂ ଡିଉ, ଦାଦ୍ରା ଓ ନଗର ହାବେଲୀ ।

*************



(Release ID: 1696118) Visitor Counter : 224