ପୋଷ୍ଟ କରାଯିବା ଦିନାଙ୍କ:
04 FEB 2021 5:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସଂସ୍କୃତି ଏବଂ ସଂଗୀତ ଦୁନିଆରେ ତାଙ୍କର ଚିରସ୍ମରଣୀୟ ଅବଦାନକୁ ଆମେ ମନେ ପକାଉଛୁ । ତାଙ୍କର ସଂଗୀତ ପ୍ରଦର୍ଶନ ବିଶ୍ଵରେ ଲୋକପ୍ରିୟତା ହାସଲ କରିଛି । ଏହି ବର୍ଷଟି ସ୍ଵତନ୍ତ୍ର, କାରଣ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଆରମ୍ଭ କରୁଛୁ" ।
**********
TRP/