ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୧୮ ଦିନରେ କୋଭିଡ-୧୯ ଟିକାକରଣକୁ ୪ ନିୟୁତରେ ପହଞ୍ଚାଇବାରେ ଭାରତ ବିଶ୍ୱରେ ଦ୍ରୁତତମ ଦେଶ

ମୋଟ କରୋନା ମାମଲାର ୧.୫%କୁ ହ୍ରାସ ପାଇଛି ସକ୍ରିୟ କରୋନା ମାମଲା

ବିଗତ ୨୪ ଘଣ୍ଟା ମଧ୍ୟରେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ

Posted On: 03 FEB 2021 11:38AM by PIB Bhubaneshwar

ବିଶ୍ୱସ୍ତରରେ ମହାମାରୀ ସ୍ଥିତି ଲାଗି ରହିଥିବା ବେଳେ ଏହା ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି ।

ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଭାରତ କୋଭିଡ-୧୯ ଟିକାକରଣକୁ ୪ ନିୟୁତରେ ପହଞ୍ଚାଇବାରେ ଭାରତ ଦ୍ରୁତତମ ଦେଶ ।

ଭାରତ ଏହି ସଫଳତାକୁ ମାତ୍ର ୧୮ ଦିନ ମଧ୍ୟରେ ପାଇପାରିଛି ।

https://static.pib.gov.in/WriteReadData/userfiles/image/image001DB9L.jpg

୨୦୨୧ ଫେବ୍ରୁଆରୀ ୧ ତାରିଖ ସୁଦ୍ଧା ଲୋକଙ୍କ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତ ବିଶ୍ୱରେ ସର୍ବାଗ୍ରେ ଥିବା ପାଞ୍ଚ ଦେଶ ମଧ୍ୟରେ ଅନ୍ୟତମ ଥିଲା । ଏହି ଅଭିଯାନକୁ ଭାରତ ତ୍ୱରାନ୍ୱିତ କରିଛି ।

କୋଭିଡ ମୁକାବିଲାର ବିଭିନ୍ନ କ୍ଷେତ୍ରରେ ମଧ୍ୟରେ ଭାରତ ସଫଳତା ପାଇଚାଲିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏହି ରାଜ୍ୟ ଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଅରୁଣାଚଳ ପ୍ର୍ରଦେଶ, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଲାଦାଖ(କେନ୍ଦ୍ରଶାସିତ ଅଞ୍ଚଳ), ସିକିମ, ମଣିପୁର, ପୁଡୁଚେରୀ, ଗୋଆ, ଓଡ଼ିଶା ଏବଂ ଆସାମ ।

ଦୈନିକ ଅଧିକରୁ ଅଧିକ ଲୋକ କରୋନାରୁ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁ ହାର ହ୍ରାସ ପାଉଥିବାରୁ ଭାରତରେ କରୋନା ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ସକ୍ର୍ରିୟ କରୋନା ମାମଲା ୧,୬୦,୦୫୭ କୁ ହ୍ରାସ ପାଇଛି । ଦେଶରେ ସକ୍ରିୟ କରୋନା ମାମଲା ମୋଟ ମାମଲାର ୧.୫% (ଏବେ ୧.୪୯%) ତଳକୁ ହ୍ରାସ ପାଇଛି ।

https://static.pib.gov.in/WriteReadData/userfiles/image/image002C422.jpg

ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟୟରେ ୧୧,୦୩୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି ଅବଧିରେ ୧୪,୨୨୫ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୩୨୯୬ ହ୍ରାସ ପାଇଛି ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୦୪,୬୨,୬୩୧ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର (୯୭.୦୮%) ବିଶ୍ୱରେ ସର୍ବାଧିକ ଥିବା କେତେକ ଦେଶଙ୍କ ମଧ୍ୟରେ ଅନ୍ୟତମ ।

କରୋନା ସକ୍ରିୟ ମାମଲା ଏବଂ ସୁସ୍ଥଙ୍କ ମଧ୍ୟରେ ଥିବା ପାର୍ଥକ୍ୟ କ୍ରମେ ବୃଦ୍ଧି ପାଇ ୧,୦୩,୦୨,୫୭୪ ରେ ପହଞ୍ଚିଛି ।

୩୧ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ଏବେ ୫ ହଜାରରୁ କମ୍ ରହିଛି ।

https://static.pib.gov.in/WriteReadData/userfiles/image/image003UH6B.jpg

ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ଜାତୀୟ ପଜିଟିଭ୍ ହାର(୧.୯୧%)ଠାରୁ ଅଧିକ ପଜିଟିଭ୍ ହାର ରହିଛି । କେରଳରେ ସର୍ବାଧିକ ସାପ୍ତାହିକ ପଜିଟିଭ୍ ହାର ୧୨% ଥିବା ବେଳେ ଛତିଶଗଡ଼ରେ ରହିଛି ୭% ।

https://static.pib.gov.in/WriteReadData/userfiles/image/image004L3F7.jpg

୨୦୨୧ ଫେବ୍ରୁଆରୀ ୩ ତାରିଖ ସକାଳ ୮ଟା ସୁଦ୍ଧା ଦେଶବ୍ୟାପୀ ୪୧ ଲକ୍ଷରୁ ଅଧିକ (୪୧,୩୮,୯୧୮) ହିତାଧିକାରୀଙ୍କ ଟିକାକରଣ ହୋଇପାରିଛି ।

 

 

S. No.

State/UT

Beneficiaries vaccinated

1

A & N Islands

2,727

2

Andhra Pradesh

1,87,252

3

Arunachal Pradesh

9,791

4

Assam

42,435

5

Bihar

2,22,153

6

Chandigarh

4,019

7

Chhattisgarh

79,676

8

Dadra & Nagar Haveli

867

9

Daman & Diu

469

10

Delhi

74,068

11

Goa

5,422

12

Gujarat

2,87,852

13

Haryana

1,27,893

14

Himachal Pradesh

39,570

15

Jammu & Kashmir

26,634

16

Jharkhand

55,671

17

Karnataka

3,16,368

18

Kerala

2,24,846

19

Ladakh

1,234

20

Lakshadweep

807

21

Madhya Pradesh

2,98,376

22

Maharashtra

3,18,744

23

Manipur

4,739

24

Meghalaya

4,694

25

Mizoram

9,932

26

Nagaland

4,093

27

Odisha

2,08,205

28

Puducherry

3,077

29

Punjab

61,381

30

Rajasthan

3,39,218

31

Sikkim

2,647

32

Tamil Nadu

1,20,745

33

Telangana

1,70,043

34

Tripura

32,196

35

Uttar Pradesh

4,63,793

36

Uttarakhand

43,430

37

West Bengal

2,88,245

38

Miscellaneous

55,606

Total

41,38,918

 

ବିଗତ ୨୪ ଘଣ୍ଟାରେ ଦେଶବ୍ୟାପୀ ୩୮୪୫ ସେସସନରେ ୧,୮୮,୭୬୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇଛି ।

ଏ ପର୍ଯ୍ୟନ୍ତ ମୋଟ ୭୬,୫୭୬ ସେସନ୍ ହୋଇଛି ।

https://static.pib.gov.in/WriteReadData/userfiles/image/image005QB6K.jpg

ଦୈନିକ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।

ଦେଶରେ ନୂଆ ସୁସ୍ଥମାନଙ୍କ ମଧ୍ୟରୁ ୮୫.୬୨% ଆସିଛନ୍ତି ୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୭୪୭ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୪୦୧୧ ଏବଂ ତାମିଲନାଡ଼ୁରେ ୫୨୧ ଜଣ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image006JHW2.jpg

ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ଗୁଡ଼ିକରୁ ୮୩.୦୧% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୭୧୬ ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୧୯୨୭ ଏବଂ ତାମିଲନାଡ଼ୁରେ ୫୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image007EQ6R.jpg

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୬୬.୩୬% ମୃତ୍ୟୁ ହୋଇଛି ୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image008VBJ7.jpg

 

SR

 

********

 

 



(Release ID: 1694779) Visitor Counter : 221