ଅର୍ଥ ମନ୍ତ୍ରଣାଳୟ

୭୫ବର୍ଷରୁ ବରିଷ୍ଠ ନାଗରିକଙ୍କ ପେନ୍‌ସନ୍ ଓ ସୁଧ କାର୍ଯ୍ୟ ପାଉଥିଲେ ମଧ୍ୟର ଟ୍ୟାକ୍ସ ରିଟର୍ଣ୍ଣରୁ ରିହାତି

ବ୍ୟୟ ସାପେକ୍ଷ ଓ ଭଡାଘର ପାଇଁ ଅତିରିକ୍ତ ସୁବିଧା ଗଠିତ ହେବ ଅନଲାଇନ ବିବାଦ ମୀମାଂସା କମିଟି

ଭିତ୍ତିଭୂମି କ୍ଷେତ୍ରରେ ବିଦେଶୀ ପୁଞ୍ଜିବିନିଯୋଗ ଆକୃଷ୍ଟ ପାଇଁ ଟିକସ କୋହଳତା

ଷ୍ଟାର୍ଟଅପ୍ ପାଇଁ ବଜେଟରେ କର ରିହାତି ଘୋଷଣା

ଗତ ଛଅବର୍ଷରେ ରିଟର୍ଣ୍ଣ ଫାଇଲ ଧାରୀଙ୍କ ସଂଖ୍ୟା 3.31କୋଟିରୁ 6.48କୋଟିକୁ ବୃଦ୍ଧି

प्रविष्टि तिथि: 01 FEB 2021 1:37PM by PIB Bhubaneshwar

ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆଗତ 2021-22 ଆର୍ଥିକ ବର୍ଷର ବଜେଟରେ ଟିକସ ପ୍ରଶାସନକୁ ସହଜ କରିବା ସହ ବିବାଦର ସମାଧାନ ଓ ପ୍ରତ୍ୟକ୍ଷ ଟିକସ ପ୍ରଶାସନିକ ଅନୁପାଳନ ଉପରେ ଜୋର ଦେଇଛନ୍ତି ।

ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ କୋହଳତା, ଆୟକର ମାମଲା ଫଇସଲା ସମୟ ହ୍ରାସ ସହ ବିବାଦ ସମାଧାନ କମିଟି ଗଠନ, ଅନଲାଇନ ବିବାଦ ସମସ୍ୟା ସମାଧାନ, ଏନ.ଆର.ଆଇଙ୍କ ନିମନ୍ତେ ରିହାତି ଇତ୍ୟାଦି ପ୍ରଦାନ କରିଛନ୍ତି । ଭିତ୍ତିଭୂମି କ୍ଷେତ୍ରରେ  ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ ପାଇଁ ମନ୍ତ୍ରୀ ପଦକ୍ଷେପ ଘୋଷଣା କରିବା ସହ କମ୍ ବ୍ୟୟସାପେକ୍ଷ ଘର ଓ ଭଡାଘର ପାଇଁ ରିହାତି, ଆଇଏଫଏସସିରେ ଟିକସ ରିହାତି, କ୍ଷୁଦ୍ର ଓ ମାନବ ହିତୌଷୀ ଟ୍ରଷ୍ଟ ପାଇଁ ରିହାତି ଦେଶରେ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ ଇତ୍ୟାଦି ଅନ୍ତର୍ଭୁକ୍ତ

ଶ୍ରୀମତୀ ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ମହାମାରୀ ବିଶ୍ୱରେ ଏକ ନୂତନ ଦୁିଗ ଉନ୍ମୋଚିତ ହେବା ସହ ଭାରତ ଏକ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବ । ସେ କହିଛନ୍ତି  ଏହି ପୃଷ୍ଟଭୂମିରେ ଆମର ଟିକସ ପଦ୍ଧତିରେ ସ୍ୱଚ୍ଛତା, ଦକ୍ଷତା ଅଣାଯିବା ସହ ପୁଞ୍ଜିନିବେଶ  ଓ ନିଯୁକ୍ତି କ୍ଷେତ୍ରରେ ବିକାଶ ଆଣିବାକୁ ପଡିବ । ଏଥି ସହ ଆମର କରଦାତାଙ୍କ ଉପରେ ବୋଝ ମଧ୍ୟ କମ୍ କରିବାକୁ ପଡିବ । ସେ କହିଛନ୍ତି ଯେ, କରଦାତା ଓ ଅର୍ଥନୀତି ପାଇଁ ଆମର ଅନେକ ସଂସ୍କାର ଅଣାଯାଇଛି ।

ବାଣିଜ୍ୟିକ ଟିକସ ହାର ହ୍ରାସ ସହ ଲାଭାଂଶ ବିତରଣ ଟିକସ ଉଚ୍ଛେଦ, କ୍ଷୁଦ୍ର ଟିକସ ଦାତାଙ୍କ ପାଇଁ ରିବେଟ୍ ଇତ୍ୟାଦି ପ୍ରଦାନ କରାଯାଇଛି । 2014ରେ 3କୋଟି 31ଲକ୍ଷ ରିଟର୍ଣ୍ଣ ଫାଇଲ ହୋଇଥିବାବେଳେ 2020ରେ ଏହା ନାଟକୀୟ ମୋଡ ନେଇ ୬କୋଟି ୪୮ଲକ୍ଷରେ ପହଞ୍ଚିଛି ।

DIRECT TAX.jpg​​​​​​​

ବରିଷ୍ଠ ନାଗରିକଙ୍କୁ ରିହାତି

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି  ଅବସରରେ 75ବର୍ଷରୁ ଅଧିକ ବ୍ୟୟରେ ବରିଷ୍ଠ ନାଗରିକମାନଙ୍କ ଟିକସ ବୋଝକୁ ଲାଘବ କରିବାକୁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି । ଯେଉଁ ବରିଷ୍ଠ ନାଗରିକମାନେ କେବଳ ପେନ୍‌ସନ୍ ଓ ଆୟ ବାବଦ  ସୁଧ ପାଉଛନ୍ତି ସେମାନଙ୍କୁ ରିଟର୍ଣ୍ଣ ଫାଇଲରୁ ବାଦ ଦିଆଯାଇଛି । ସେମାନଙ୍କ ଖାତା ଥିବା ବ୍ୟାଙ୍କ ଆୟରୁ ଆବଶ୍ୟକ ଟିକସ କାଟିବ ।

ଏନ.ଆର.ଆଇ. ଓ ଲାଭାଂଶ ରିହାତି

ପ୍ରବାସୀ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେମାନଙ୍କ ବିଦେଶ ଏକାଉଂଟ ନେଇ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଓ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ଆଇନଗତ  ବିଜ୍ଞପ୍ତି ଜାରି କରିବାକୁ ବଜେଟରେ ପ୍ରସ୍ତାବ ରହିଛି । ପ୍ରବାସୀ ଭାରତୀୟଙ୍କୁ ଟିଡିଏଓ କରିବାକୁ ବଜେଟରେ ପ୍ରସ୍ତାବ ରହିଛି । ପ୍ରବାସୀ ଭାରତୀୟଙ୍କୁ ଟିଡିଏସ ମୁକ୍ତ କରି ଲାଭାଂଶ ପ୍ରଦାନ ପାଇଁ ପ୍ରସ୍ତାବ ରହିଛି । ଲାଭାଂଶ ପ୍ରଦାନ ପରେ ହିଁ ଲାଭାଂଶ ଆୟ ଉପରେ ଆଗୁଆ ଟିକସ ବ୍ୟବସ୍ଥା ବଜେଟରେ ରହିବ ।

କମ୍‌ବ୍ୟୟ ସାପେକ୍ଷ ଘର ଓ ଭଡାଘର

ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ କମ୍ ବ୍ୟୟସାପେକ୍ଷ ଘର କିଣିବା ପାଇଁ ନିଆଯାଇଥିବା ଋଣ ଅତିରିକ୍ତ ଋଣ କାଟ୍ ଅବଧି 31ମାର୍ଚ୍ଚ 2022 ପର୍ଯ୍ୟନ୍ତ ବୃଦ୍ଧି ବଜେଟରେ ପ୍ରସ୍ତାବ ରଖିଛି । ସେହିପରି ଅନ୍ୟତ୍ର କାର୍ଯ୍ୟରତ ଶ୍ରମିକମାନଙ୍କୁ କମ୍ ମୂଲ୍ୟରେ ଭଡାଘର ଯୋଗାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ଷ୍ଟାର୍ଟ ଅପ୍ ପାଇଁ କର ରିହାତି

ଦେଶରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶ୍ରୀମତୀ ସୀତାରମଣ ଆଉ ଗୋଟିଏ ବର୍ଷ 31ମାର୍ଚ୍ଚ2022 ପର୍ଯ୍ୟନ୍ତ ଟ୍ୟାକ୍ସ ହଲିଡେ ଘୋଷଣା କରିଛନ୍ତି । ପ୍ରୋତ୍ସାହନ ପୂର୍ବକ ପୁଞ୍ଜିନିବେଶ ନିମନ୍ତେ କ୍ୟାପିଟାଲ ଗେନ୍ ଛାଡ ଅଧିକ ଏକବର୍ଷ ପାଇଁ ଘୋଷଣା କରିଛନ୍ତି ।

ଶ୍ରମିକ କଲ୍ୟାଣ ପାଣ୍ଠିରେ ସମୟାନୁପୂର୍ବକ କର୍ମଚାରୀ ଦେୟ ଜମା

 କର୍ମଚାରୀଙ୍କ ଦେୟ ବିଭିନ୍ନ କଲ୍ୟାଣ ପାଣ୍ଠିରେ ଠିକ୍ ସମୟରେ ଜମା ନ ହୋଇପାରିବା ଯୋଗୁଁ ସେମାନଙ୍କ ସୁଧ ଓ ଆୟରେ କ୍ଷତି ହେଉଥିବା ପରିଲକ୍ଷିତ ହୋଇଛି । ମାଲିକମାନଙ୍କୁ ଏହିସବୁ ପାଣ୍ଠିରେ ସମୟାନୁସାରେ ପଇସା ଜିମା କରିବାକୁ  ସୁନିଶ୍ଚିତ କରିବା ପାଇଁ ଅର୍ଥମନ୍ତ୍ରୀ କର୍ମଚାରୀଙ୍କ ବିଳମ୍ବିତ ଅର୍ଥ ଜମା ମାଲିକାର ଡିଡକ୍ସନ ଅନୁମତି ମିଳିବ ନାହିଁ ବୋଲି ଘୋଷଣା କରିଛନ୍ତି ।

କମ୍ ସମୟରେ ଆୟକର ମାମଲା ପୁର୍ନବାର

ମାମଲାଗୁଡିକର ଶୀଘ୍ର ବିଚାର ପାଇଁ ପୁନର୍ବିଚାର ପାଇଁ ଥିବା ମାମଲାର ସମୟସୀମା ବର୍ତ୍ତମାନ ଛଅବର୍ଷରୁ ତିନିବର୍ଷକୁ ହ୍ରାସ କରାଯାଇଛି । ତେବେ ଗୁରୁତର ଟିକସଫାଙ୍କି ମାମଲା ଯେଉଁଥିରେ ୫୦ଲକ୍ଷ ପର୍ଯ୍ୟନ୍ତ ଆୟ ଲୁଚାଇବାର ଆପାତତଃ ପ୍ରମାଣ ଥିବ ସେ କ୍ଷେତ୍ରରେ ପ୍ରଧାନ ମୁଖ୍ୟ ଆୟୁକ୍ତଙ୍କ ଅନୁମତି କ୍ରବେ ହିଁ ଦଶବର୍ଷ ମଧ୍ୟରେ ମାମଲା ବିଚାର କରାଯିବ ।

 

ବିବାଦ ମୀମାଂଶା କମିଟି ଓ ଜାତୀୟ ଫେସଲେସ ଆୟକର ନ୍ୟାୟାଧିକରଣ କେନ୍ଦ୍ର

ଟିକସ ପଦ୍ଧତିରେ ଅଯଥା ବିବାଦ ହ୍ରାସ କରିବା ପାଇଁ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟକ୍ଷ କର କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିବାଦରେ ବିଶ୍ୱାସ ଯୋଜନାରେ ସୁଫଳ ମିଳିଛି । 30ଜାନୁୟାରୀ 2021 ସୁଦ୍ଧା ଏହି ଯୋଜନା ଅଧୀନ ଏକ ଲକ୍ଷ ଦଶହଜାର କରଦାତା 85ହଜାର କୋଟି ଟଙ୍କା ମାମଲା ଫଏସଲା କରିବାକୁ ପସନ୍ଦ କରିଛନ୍ତି । କ୍ଷୁଦ୍ର ଟିକସଦାତାଙ୍କ ଅସୁବିଧା ଦୂର କରିବାପାଇଁ ଅର୍ଥମନ୍ତ୍ରୀ ଏକ ଟିକସ ବାବଦ ସମାଧାନ କମିଟି ଗଠନପ୍ରସ୍ତାବ ଦେଇଛନ୍ତି । 50ଲକ୍ଷ ପର୍ଯ୍ୟନ୍ତ ଟିକସ ଯୋଗ୍ୟ ଆୟ ଓ ଦଶଲକ୍ଷ ପର୍ଯ୍ୟନ୍ତ ବିବାଦିତ ଆୟ ଥିବା କରଦାତା ଏହି କମିଟିରେ ଆବେଦନ କରିପାରିବେ । ସ୍ୱଚ୍ଛତା ଦୃଷ୍ଟିରୁ ଏହା ଫେସଲେସ ହେବ । ସେଥିପାଇଁ ମନ୍ତ୍ରୀ ଜାତୀୟ ଫେସଲେସ ଆୟକର ନ୍ୟାୟାଧିକରଣ କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କଲେ ।

ଡିଜିଟାଲ ଦେଣନେଣ ନିମନ୍ତେ ଟିକସ ଅଡିଟ ସୀମାବୃଦ୍ଧି ଡିଜିଟାଲ ଦେଣନେଣକୁ ପ୍ରୋତ୍ସାହନ ଦେବା ନିମନ୍ତେ ବଜେଟରେ ଟ୍ୟାକ୍ସ ଅଡିଟ୍ ଲିମିଟ୍ 5ରୁ ଦଶକୋଟିକୁ ବୃଦ୍ଧି କରାଯାଇଛି ।

ବିଦେଶୀ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ

ଭିତିଭୂମି କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ଦେବା ପାଇଁ କେତେକ ରିହାତି ଘୋଷଣା କରାଯାଇଛି ।

ଆଇଏଫଏସସି ନିମନ୍ତେ ଟିକସ ପ୍ରୋତ୍ସାହନ

ଇଂଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସ କେନ୍ଦ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବଜେଟରେ ଅନ୍ୟ ଏକ ଟିକସ ପ୍ରୋତ୍ସାହନ ଘୋଷଣା କରାଯାଇଛି ।

ଛୋଟ ଟ୍ରଷ୍ଟକୁ ରିହାତି

ଛୋଟ ଛୋଟ ଚ୍ୟାରିଟେବୁଲ ଟ୍ରଷ୍ଟ ଯେଉଁମାନେ ହସ୍‌ପିଟାଲ ଓ ଶିକ୍ଷାନୁଷ୍ଠାନ ଚଳାଉଛନ୍ତି ସେମାନଙ୍କୁା ଆନୁଆଲ ରିସିପ୍ଟ ବାବଦରେ ସୀମା ଏକ କୋଟିରୁ ୫କୋଟିକୁ ବୃଦ୍ଧି କରାଯାଇଛି ।

******

SM/SLP

 

 


(रिलीज़ आईडी: 1694294) आगंतुक पटल : 376
इस विज्ञप्ति को इन भाषाओं में पढ़ें: Marathi , Gujarati , Kannada , Bengali , English , Urdu , हिन्दी , Assamese , Punjabi , Tamil , Telugu , Malayalam