ଅର୍ଥ ମନ୍ତ୍ରଣାଳୟ

ଜାତୀୟ ଭିତ୍ତିଭୂମି ପାଇପଲାଇନ ପାଇଁ ସରକାର ପାଣ୍ଠି ଗଠନ କରିବେ

ଆର୍ଥିକ ପ୍ରତିଷ୍ଠାନ ଉନ୍ନୟନ(ଡିଏଫଆଇ) ଗଠନ ପାଇଁ ରହିଛି ପ୍ରସ୍ତାବ

ଆର୍ଥିକ ଉନ୍ନୟନ ପ୍ରତିଷ୍ଠାନକୁ 20ହଜାର କୋଟି ଟଙ୍କା ଦେବାର ରହିଛି ପ୍ରସ୍ତାବ

ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପାଇଁ ଆଇଏନ୍‌ଭିଆଇଟି ଏବଂ ଆରଇଆଇଟି ଗୁଡିକରେ ଋଣ ଯୋଗାଣ ନିୟାମକର ସଂଶୋଧନ କରାଯିବ

प्रविष्टि तिथि: 01 FEB 2021 1:45PM by PIB Bhubaneshwar

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ପାର୍ଲାମେଣ୍ଟରେ 2021-22 ଅର୍ଥ ବଜେଟ୍ ଉପସ୍ଥାପନା କରି ଘୋଷଣା କରିଛନ୍ତି ଯେ, ଆଗାମୀ ଦିନମାନଙ୍କରେ ଜାତୀୟ ଭିତ୍ତିଭୂମି ପାଇପଲାଇନ ଲକ୍ଷ୍ୟ ହାସଲ ପାଇଁ ନିମ୍ନଲିଖିତ ପଦକ୍ଷେପ ସବୁ ନିଆଯାଉଛି । ସେଗୁଡିକ ହେଉଛି (1) ପ୍ରତିଷ୍ଠାନ ଭିତ୍ତିକ ଭିତ୍ତିଭୂମି 2)ଭିତ୍ତିଭୂମିର ମୁଦ୍ରାକରଣ ନିମନ୍ତେ ବଡଧରଣ ପଦକ୍ଷେପ, ଏବଂ 3) କେନ୍ଦ୍ର ଓ ରାଜ୍ୟ ବଜେଟ୍‌ରେ ପୁଞ୍ଜି ଖର୍ଚ୍ଚ କ୍ଷେତ୍ରରେ ଅଂଶଗୁଡିକ ସମୃଦ୍ଧ କରିବା । ଅର୍ଥମନ୍ତ୍ରୀ ଆଜି ବଜେଟ୍ ଉପସ୍ଥାପନ କରି ସୂଚନା ଦେଇଛନ୍ତି ଯେ 2019 ମସିହା ଡିସେମ୍ବରରେ ଏନ.ଆଇ.ପି. ପ୍ରଚଳନ କରି 6835ଟି ପ୍ରକଳ୍ପକୁ ବର୍ତ୍ତମାନ ସମ୍ପ୍ରସାରିତ କରାଯାଇଛି । ସେହିପରି 1.10ଲକ୍ଷ କୋଟି ଟଙ୍କା ବିନିଯୋଗ କରି ବିଭିନ୍ନ ମନ୍ତ୍ରଣାଳୟକୁ ମୌଳିକ ଭିତ୍ତିଭୂମି ଯୋଗାଉଥିବା 117ଟି ପ୍ରକଳ୍ପ ପୂର୍ଣ୍ଣ ହୋଇଛି ।

Infrastructure 1.jpg

Infrastructure 2.jpg

ଭିତ୍ତିଭୂମିକୁ ଅର୍ଥ ଯୋଗାଣ

ଡିଏଫଆଇକୁ ପୁଞ୍ଜିଭିତ୍ତିକ କରିବା ପାଇଁ କେନ୍ଦ୍ର ବଜେଟ୍‌ରେ 20ହଜାର କୋଟି ଟଙ୍କାର ପ୍ରସ୍ତାବ ଅର୍ଥମନ୍ତ୍ରୀ ରଖିଛନ୍ତି । ଡିଏଫଆଇ ଗଠନ ପାଇଁ ଏକ ବିଲ୍ ଉପସ୍ଥାପନ କରାଯିବ । ଏହା ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରକୁ ଆର୍ଥିକ ସହାୟତା ଦେବାରେ ଋଣ ପ୍ରଦାନକାରୀ ତଥା ବିଭିନ୍ନ ପଦକ୍ଷେପକୁ ଦ୍ରୁତଗାମୀ କରାଇବାରେ ସହାୟକ ହେବ । ଚଳିତବର୍ଷ ଏହି ଉଦ୍ଦେଶରେ 5ଲକ୍ଷ କୋଟି ଟଙ୍କା ଡିଏଫଆଇକୁ ଦିଆଯିବାର ପ୍ରସ୍ତାବ ରହିଛି।

ଆଇଏନଭିଆଇଟି ଏବଂ ଆରଇଆଇଟି ଗୁଡିକରେ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ବିଦେଶୀ ପୁଞ୍ଜି ବିନିଯୋଗକାରୀ ଆଇନରେ ଆବଶ୍ୟକୀୟ ସଂଶୋଧନ ହେବ । ରିୟଲ ଇଷ୍ଟେଟ କ୍ଷେତ୍ର ଏବଂ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଏହି ପାଣ୍ଠି ବହୁ ପରିମାଣରେ ସହାୟକ ହେବ ।

 

ଭିତ୍ତିଭୂମି ମୁଦ୍ରାକରଣ

ବିଭିନ୍ନ ଭିତ୍ତଭୂମି ନିର୍ମାଣ,  ସର୍ବସାଧାରଣ ଭିତ୍ତିଭୂମି ସମ୍ପତ୍ତି ପରିଚାଳନା ଆଦି ପାଇଁ ନ୍ୟାଶନାଲ ମନିଟାଇଜେସନ ପାଇପ ଲାଇନ ବ୍ୟବସ୍ଥା ପ୍ରଚଳନ କରାଯିବ । ପୁଞ୍ଜିନିବେଶକାରୀଙ୍କ ପାଇଁ ବିଭିନ୍ନ ସମୟରେ କାର୍ଯ୍ୟର ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏକ ଡାସ୍‌ବୋର୍ଡ ସୃଷ୍ଟି କରାଯିବ । ମୁଦ୍ରାକରଣ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ।

ସେଗୁଡିକ ହେଉଛି

  • ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପିଜିସିଆଇଏଲ ଗୋଟିଏ ଲେଖାଏଁ ଆଇଏନଭିଆଇଟିକୁ ସହାୟତା କରିଛନ୍ତି । ଏହା ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷଣ କରିବ । ଜାତୀୟ ରାଜପଥ ପ୍ରାଧିକରଣର  ଆଇଏନଭିଆଇଟିକୁ 5ଟି କାର୍ଯ୍ୟକ୍ଷମ ଥିବା ସଡକ ବାବଦରେ 5ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେହିପରି ପିଜିସିଆଇଏଲ ଆଇଏନଭିଆଇଟିକୁ 7ହଜାର କୋଟି ଟଙ୍କା ଦିଆଯିବ ।
  • ରେଳବାଇର ଉତ୍ସର୍ଗୀକୃତ ଫ୍ଲାଇଟ କରିଡର ସମ୍ପତ୍ତି ମୁଦ୍ରାକରଣ ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ସେଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ।
  • ପରବର୍ତ୍ତୀ ବିମାନ ବନ୍ଦରଗୁଡିକର କାର୍ଯ୍ୟକ୍ଷମ ଓ ପରିଚାଳନା ପାଇଁ ମୁଦ୍ରାକରଣ କରାଯିବ ।
  • ଏହି ମୁଦ୍ରାକରଣ କାର୍ଯ୍ୟକ୍ରମରେ (ଏ) ଜାତୀୟ ରାଜପଥ ପରିଚାଳିତ ଟୋଲ ସଡକ, (ବି) ପିଜିସିଆଇଏଲରୁ ପରିବହନ ସମ୍ପତି (ସି) ଜିଏଆଇଏଲ, ଆଇଓସିଏଲ ଏବଂ ଏଚପିସିଏଲର ଗ୍ୟାସ ପାଇପଲାଇନ ।
  • ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡିକରେ ଭାରତୀୟ ବିମାନ ପତନ ପ୍ରାଧିକରଣର ଅଧୀନରେ ଥିବା ବିମାନ ବନ୍ଦର ।
  • ରେଳବାଇର ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପତି ।
  • ସେଣ୍ଟ୍ରାଲ ୱେୟାର ହାଉସିଂ କର୍ପୋରେସନ ଏନଏଫଇଡିର ଭଣ୍ଡାରଗୃହ ନିର୍ମାଣ ।
  • ଏବଂ ଖେଳପଡିଆ ଓ ଷ୍ଟାଡିୟମଗୁଡିକର ଭିତ୍ତିଭୂମି ସମ୍ପତି ପରିଚାଳନା  ମୁଦ୍ରାକରଣ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେବ ।

******

SSD/ SLP

 


(रिलीज़ आईडी: 1694289) आगंतुक पटल : 299
इस विज्ञप्ति को इन भाषाओं में पढ़ें: English , हिन्दी , Marathi , Bengali , Manipuri , Punjabi , Tamil , Telugu , Kannada , Malayalam