ଅର୍ଥ ମନ୍ତ୍ରଣାଳୟ
ଜାତୀୟ ଶିକ୍ଷାନୀତି ଅନୁଯାୟୀ 15ହଜାର ବିଦ୍ୟାଳୟକୁ ସମସ୍ତ ପ୍ରକାରର ସରଞ୍ଜାମ ଯୋଗାଇଦିଆଯିବା ସହିତ ଶିକ୍ଷାର ଗୁଣବତ୍ତାକୁ ସୁଦୃଢ କରାଯିବ
ରାଜ୍ୟ ସରକାର, ଘରୋଇ ବିଦ୍ୟାଳୟ ଏବଂ ବେସରକାରୀ ଅନୁଷ୍ଠାନଗୁଡିକ ସହ ଅଂଶୀଦାର ଭିତିରେ 100ଟି ନୂଆ ସୈନିକ ସ୍କୁଲ ଖୋଲାଯିବ ।
ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ପାଣ୍ଠି ଯୋଗାଇବା, ସ୍ୱୀକୃତିପ୍ରଦାନ କରିବା, ନିୟାମକ ପ୍ରସ୍ତୁତ କରିବା ତଥା ମାନଙ୍କ ନିର୍ଦ୍ଧାରଣ ପାଇଁ ଭାରତୀୟ ଉଚ୍ଚଶିକ୍ଷା କମିଶନ ଗଠନ ନିମନ୍ତେ ଅର୍ଥମନ୍ତ୍ରୀ ଦେଲେ ପ୍ରସ୍ତାବ ।
ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।
प्रविष्टि तिथि:
01 FEB 2021 1:43PM by PIB Bhubaneshwar
ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷାର ଉତ୍ତମ ଗୁଣବତ୍ତା ପାଇଁ 1ହଜାରରୁ ଅଧିକ ବିଦ୍ୟାଳୟକୁ ସମସ୍ତ ପ୍ରକାରର ସରଞ୍ଜାମ ଯୋଗାଇ ଦିଆଯିବ । ଏହା ଫଳରେ ଏହି ବିଦ୍ୟାଳୟଗୁଡିକ ସେହି ଅଂଚଳର ଉଦାହରଣ ହେଲା ଭଳି ଉନ୍ନତ ହୋଇପାରିବ । ସ୍ଥାନୀୟ ଅନ୍ୟ ବିଦ୍ୟାଳୟ ଗୁଡିକ ପାଇଁ ଏହା ଆଦର୍ଶ ବିବେଚିତ ହେବ ।
2021-22ଆର୍ଥିକ ବଜେଟ୍ ଆଜି ପାର୍ଲାମେଂଟରେ ଉପସ୍ଥାପନ କରି ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଘରୋଇ ସ୍କୁଲୁ ଏବଂ ବେସରକାରୀ ସଂଗଠନ ସହାୟତାରେ ଅଂଶୀଦାରଭିତ୍ତିକ 100ଟି ନୂଆ ସୈନିକ ସ୍କୁଲ ଖୋଲାଯିବ ବୋଲି ମଧ୍ୟ ଶ୍ରୀମତୀ ସୀତାରମଣ କହିଛନ୍ତି ।
ଉଚ୍ଚଶିକ୍ଷା କ୍ଷେତ୍ର
ଦେଶରେ ବିଦ୍ୟାଳୟଗୁଡିକର ମାନକ ନିର୍ଦ୍ଧାରଣ,ସ୍ୱୀକୃତି ପ୍ରଦାନ, ନିୟାମକ ଏବଂ ପାଣ୍ଠି ପ୍ରଦାନ ଭେଦରେ ସ୍ୱତନ୍ତ୍ର ଭାବରେ 4ପ୍ରକାରର କାର୍ଯ୍ୟ ପାଇଁ ଦେଶରେ ଭାରତୀୟ ଉଚ୍ଚ ଶିକ୍ଷା କମିଶନ ଗଠନ ନିମନ୍ତେ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶର ଅନେକ ସହରରେ ବିଭିନ୍ନ ପ୍ରକାରର ଗବେଷଣା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଭାରତ ସରକାରଙ୍କ ସହାୟତା ଓ ସହଯୋଗ ଚାଲୁଛି । ଉଦାହରଣ ସ୍ୱରୂପ ହାଇଦ୍ରାବାଦରେ ଏହିଭଳି 40ଟି ପ୍ରତିଷ୍ଠାନ ରହିଛି । ହାଇଦ୍ରାବାଦ ଭଳି 9ଟି ସହରରେ ଅନୁଷ୍ଠାନିକ ଏକକ ଭିତ୍ତିଭୂମି ଗଠନ କରାଯିବ । ଏହା ଫଳରେ ଏହି ଅନୁଷ୍ଠାନ ଗୁଡିକରେ ଶକ୍ତି ସଞ୍ଚାର ହେବା ସହ ସ୍ୱାୟତ କ୍ଷମତା ସମ୍ପନ୍ନ ହେବ । ଏହି ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପାଣ୍ଠି ଦିଆଯିବ । ଲଦାଖରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ଲେହଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଠନର ପ୍ରସ୍ତାବ ଅର୍ଥମନ୍ତ୍ରୀ ରଖିଛନ୍ତି ।

*******
SSD / SLP
(रिलीज़ आईडी: 1694147)
आगंतुक पटल : 344
इस विज्ञप्ति को इन भाषाओं में पढ़ें:
Punjabi
,
Gujarati
,
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Tamil
,
Telugu
,
Kannada