ଅର୍ଥ ମନ୍ତ୍ରଣାଳୟ

ବଜେଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ପାଇଁ ପ୍ରମୁଖ ପଦକ୍ଷେପ ଘୋଷଣା

ଅଧିକ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରିବ ଉଜ୍ଜ୍ୱଳା ଯୋଜନା

ଜମ୍ମୁ ଓ କଶ୍ମୀରରେ ହେବ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ

ସ୍ୱାଧୀନ ଗ୍ୟାସ ପରିବହନ ବ୍ୟବସ୍ଥା ପ୍ରତିଷ୍ଠା ହେବ

प्रविष्टि तिथि: 01 FEB 2021 1:52PM by PIB Bhubaneshwar

କୋଭିଡ 19 ଯୋଗୁ ହୋଇଥିବା ଲକଡାଉନ କାଳରେ ମଧ୍ୟ ସରକାର ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଅବ୍ୟାହତ ରଖିଥିଲେ । ଲୋକମାନଙ୍କ ଜୀବନରେ ଇନ୍ଧନ ଆବଶ୍ୟକତାର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ 2021-22 କେନ୍ଦ୍ରୀୟ ବଜେଟ ଉପସ୍ଥାପନ କାଳରେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ନିମନ୍ତେ କେତେକ ପ୍ରମୁଖ ଘୋଷଣା କରିଛନ୍ତି ।

•        ଆଠ କୋଟି ପରିବାରକୁ ସୁବିଧା ଯୋଗାଇ ସାରିଥିବା ଉଜ୍ଜ୍ୱଳା ଯୋଜନା ଆଉ ଏକ କୋଟି ହିତାଧିକାରୀଙ୍କ ନିମନ୍ତେ ସଂପ୍ରସାରିତ ହେବ ।

•        ଆଗାମୀ ତିନିବର୍ଷ ମଧ୍ୟରେ ସହର ଗ୍ୟାସ ବଣ୍ଟନ ନେଟୱାର୍କରେ ଦେଶର ଆଉ ଶହେଟି ସହର ଅନ୍ତର୍ଭୁକ୍ତ ହେବ ।

•        କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏକ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ହାତକୁ ନିଆଯିବ ।

•        ସୁବିଧା ଓ ସମନ୍ୱୟ ଦୃଷ୍ଟିରୁ ଏକ ସ୍ୱାଧୀନ ଗ୍ୟାସ ପରିବହନ ସିଷ୍ଟମ ଅପରେଟର ଆରମ୍ଭ କରାଯିବ । ସମସ୍ତ ପ୍ରାକୃତିକ ଗ୍ୟାସ ପାଇପ ଲାଇନରେ କମନ କ୍ୟାରିଅର କାପାସିଟି ବୁକିଂ ଦୃଷ୍ଟିରୁ କୌଣସି ବାଚ୍ଛ ବିଚାର ନକରି ନିରପେକ୍ଷ ଢ଼ଙ୍ଗରେ ଏହା କରାଯିବ ।

Peroleum & natural gas.jpg

 

SM

 

***********


(रिलीज़ आईडी: 1693964) आगंतुक पटल : 291
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam