ଅର୍ଥ ମନ୍ତ୍ରଣାଳୟ
ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ 12ହଜାର 351କୋଟି ଟଙ୍କା ଦେଲା କେନ୍ଦ୍ର
ଏପର୍ଯ୍ୟନ୍ତ 2020-21 ଆର୍ଥିକ ବର୍ଷ ପାଇଁ 45ହଜାର 338କୋଟି ଟଙ୍କା ଦିଆଗଲାଣି
ଓଡିଶା ଏପର୍ଯ୍ୟନ୍ତ ପାଇଲାଣି 1693.50କୋଟି ଟଙ୍କା
Posted On:
27 JAN 2021 1:16PM by PIB Bhubaneshwar
ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ଆଜି 12ହଜାର 551.5କୋଟି ଟଙ୍କା 18ଟି ରାଜ୍ୟର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ଏହ। 2020-21 ଆର୍ଥିକ ବର୍ଷର ଦ୍ୱିତୀୟ ଅନୁଦାନ ।
ପଞ୍ଚାୟତରାଜ ମନ୍ତ୍ରଣାଳୟର ଅନୁଦାନ କ୍ରମେ ପୂର୍ବ ଅନୁଦାନର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥିବା 18ଟି ରାଜ୍ୟକୁ ଏହି ଅନୁଦାନ ଦିଆଯାଇଛି । ଏହି ଅନୁଦାନ ଦେବା କ୍ଷେତ୍ରରେ ପଞ୍ଚଦଶ ଅର୍ଥ କମିଶନର ମଧ୍ୟ ଅନୁମତି ରହିଛି । ଏହି ଅର୍ଥରେ ଗ୍ରାମାଞ୍ଚଳ ସର୍ବସାଧାରଣଙ୍କ ସମ୍ପତି ସୃଷ୍ଟି ଓ ସୁଧାର କରାଯିବ । ଏହି ଅର୍ଥ ଗ୍ରାମ ଏବଂ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଭାବରେ ତ୍ରିସ୍ତରୀୟ ପଞ୍ଚାୟତରାଜ ଅନୁଷ୍ଠାନଗୁଡିକ ଦିଆଯାଇଛି । ଗ୍ରାମରୁ ବ୍ଲକସ୍ତର ଯାଏଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ ।
ପଞ୍ଚଦଶ ଅର୍ଥ କମିଶନ ମୌଳିକ ଭିତ୍ତିଭୂମି ଓ ଅନୁବନ୍ଧିତ ଭିତ୍ତିଭୂମି ଭାବରେ ଦୁଇପ୍ରକାରର ଅନୁଦାନ ପାଇଁ ଅନୁମୋଦନ କରିଛନ୍ତି ।ବିଭିନ୍ନ କର୍ମଚାରୀଙ୍କ ଦରମା ଏବଂ ଅନୁଷ୍ଠାନିକ ଖର୍ଚ୍ଚ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ ନିମନ୍ତେ ମୌଳିକ ଭିତ୍ତିଭୂମି ସୃଷ୍ଟି ଏହି ପାଣ୍ଠି ଖର୍ଚ୍ଚ କରାଯିବ । ଅନୁବନ୍ଧିତ ପାଣ୍ଠିରେ ପରିମଳ ଏବଂ ବାହ୍ୟ ମଳତ୍ୟାଗ ବନ୍ଦ କରାଯିବା ସମ୍ପର୍କିୀତ ଖର୍ଚ୍ଚ ଏବଂ ପାନୀୟ ଜଳ, ବୃଷ୍ଟିଜଳ ଅମଳ, ଜଳଚକ୍ର ସୃଷ୍ଟି ଆଦି ବାବଦରେ ଖର୍ଚ୍ଚ ହେବ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଏବଂ ଜଳଜୀବନ ମିଶନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଏହି ଦ୍ୱିତୀୟ ଅନୁଦାନ ପାଣ୍ଠି ବିନିଯୋଗ ହେବ । ରାଜ୍ୟ ସରକାର ମାନେ ଏହି ଅର୍ଥ ପାଇବାର 10ଟି କାର୍ଯ୍ୟ ଦିବସ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିବେ । ଚର୍ତୁଦଶ ଅର୍ଥ କମିଶନର ବାକିଆ ପ୍ରାପ୍ୟ ଏବଂ ପଞ୍ଚଦଶ ଅର୍ଥ କମିଶନର ଏ ବାବଦରେ ପ୍ରଥମ କିସ୍ତି ଏହା ପୂର୍ବରୁ 2020 ମସିହା ଜୁନ ମାସରେ ରାଜ୍ୟମାନଙ୍କୁ ଦିଆଯାଇଛି । ପ୍ରଥମ କିସ୍ତି 15ହଜାର 187.50 କୋଟିକୁ ମିଶାଇ ଏପର୍ଯ୍ୟନ୍ତ 45ହଜାର 738କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନଗୁଡିକ ଦିଆଗଲାଣି । ଏ ବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ 1ହଜାର 693.50 କୋଟି ଟଙ୍କା ମିଳିଲାଣି ।
(Rs. In crore)
S.No.
|
Name of the State
|
Total RLB grant released
|
1.
|
Andhra Pradesh
|
3137.03
|
2.
|
Arunachal Pradesh
|
418.80
|
3.
|
Assam
|
802.00
|
4.
|
Bihar
|
3763.50
|
5.
|
Chhattisgarh
|
1090.50
|
6.
|
Goa
|
37.50
|
7.
|
Gujarat
|
2396.25
|
8.
|
Haryana
|
948.00
|
9.
|
Himachal Pradesh
|
321.75
|
10.
|
Jharkhand
|
1266.75
|
11.
|
Karnataka
|
2412.75
|
12.
|
Kerala
|
1221.00
|
13.
|
Madhya Pradesh
|
2988.00
|
14.
|
Maharashtra
|
4370.25
|
15.
|
Manipur
|
88.50
|
16.
|
Meghalaya
|
91.00
|
17.
|
Mizoram
|
46.50
|
18.
|
Nagaland
|
62.50
|
19.
|
Odisha
|
1693.50
|
20.
|
Punjab
|
2233.91
|
21.
|
Rajasthan
|
1931.00
|
22.
|
Sikkim
|
31.50
|
23.
|
Tamil Nadu
|
1803.50
|
24.
|
Telangana
|
1385.25
|
25.
|
Tripura
|
143.25
|
26.
|
Uttar Pradesh
|
7314.00
|
27.
|
Uttarakhand
|
430.50
|
28.
|
West Bengal
|
3309.00
|
|
Total
|
45737.99
|
******
SSD / SLP
(Release ID: 1692753)
Visitor Counter : 270
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam