ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କମ୍ ସକ୍ରିୟ କରୋନା ମାମଲାର ସ୍ଥିତିକୁ କାଏମ ରଖିବାରେ ଭାରତ ସଫଳ ହୋଇଛି

ଦେଶର ମୋଟ ସକ୍ରିୟ କରୋନା ମାମଲା ମଧ୍ୟରୁ ୬୫% ଅଛନ୍ତି ୨ଟି ରାଜ୍ୟରେ

୮ ମାସ ପରେ ଦୈନିକ କରୋନା ମୃତୁ୍ୟ ଭାବେ ବିଗତ ୨୪ ଘଣ୍ଟାରେ ୧୩୧ ଜଣଙ୍କ ମୃତୁ୍ୟ ହୋଇଛି

ପୋଷ୍ଟ କରାଯିବା ଦିନାଙ୍କ: 25 JAN 2021 10:54AM by PIB Bhubaneshwar

ଭାରତରେ ସକ୍ରିୟ କରୋନା ମାମଲା ଆଜି ୧.୮୪ ଲକ୍ଷ (୧,୮୪,୧୮୨)କୁ ହ୍ରାସ ପାଇଛି । ମୋଟ କରୋନା ପଜିଟିଭ୍ ମାମଲାର ୧.୭୩%କୁ ହ୍ରାସ ପାଇଛି ସକ୍ରିୟ କରୋନା ମାମଲା ।

ସଂଖ୍ୟାଧିକ ସକ୍ରିୟ କରୋନା ମାମଲା କେବଳ ଦୁଇଟି ରାଜ୍ୟ କେରଳ ଓ ମହାରାଷ୍ଟ୍ରରେ ଅଛନ୍ତି । ମୋଟ ସକ୍ରିୟ କରୋନା ମାମଲାରୁ ୬୪.୭% ଆସିଛନ୍ତି ଏହି ଦୁଇଟି ରାଜ୍ୟରୁ ।

ମୋଟ ସକ୍ରିୟ କରୋନା ମାମଲାରୁ ୩୯.୭% କେରଳରୁ ଆସିଥିବା ବେଳେ ମହାରାଷ୍ଟ୍ରରୁ ଆସିଛନ୍ତି ୨୫% ।

ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ କରୋନା ମାମଲାରେ ସିଧାସଳଖ ୨୨୬ ହ୍ରାସ ପାଇଛି ।  ବିଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୦୩ ନୂଆ କରୋନା ମାମଲା ଆସିଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୯୮ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି, ଯାହାକି ବିଗତ ୮ ମାସ ମଧ୍ୟରେ ସର୍ବନିମ୍ନ ।

ଆଜି ପର୍ଯ୍ୟନ୍ତ ଭାରତରେ ମୋଟ ୧୯,୨୩,୩୭,୧୧୭ କରୋନା ନମୁନା ପରୀକ୍ଷା କରାଯାଇଛି ।

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା କ୍ଷେତ୍ରରେ ଜାତୀୟ ହାର (୧,୩୯,୩୭୪)ଠାରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।

୧୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ କମ୍ ନମୁନା ପରୀକ୍ଷା ହୋଇଛି ।

୨୦୨୧ ଜାନୁଆରୀ ୨୫ ତାରିଖ ସକାଳ ୮ଟା ସୁଦ୍ଧା ଦେଶବ୍ୟାପୀ ୧୬,୧୫,୫୦୪ ଜଣ ହିତାଧିକାରୀ କୋଭିଡ ଟିକା ନେଇଛନ୍ତି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୬୯୪ ସେସନ୍ରେ ୩୩,୩୦୩ ଲୋକଙ୍କ ଟିକାକରଣ ହୋଇଛି । ଏ ପର୍ଯ୍ୟନ୍ତ ମୋଟ ୨୮,୬୧୪ ସେସନ୍ ହୋଇଛି ।

କ୍ର.ନଂ. ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ    ଟିକାକରଣ ହୋଇଛନ୍ତି

୧.     ଆଣ୍ଡମାନ ଓ ନିକୋବର ଦ୍ୱୀପ                ୨୦୧୯

୨.     ଆନ୍ଧ୍ର ପ୍ରଦେଶ                                  ୧,୪୭,୦୩୦

୩.     ଅରୁଣାଚଳ ପ୍ରଦେଶ                           ୬୫୧୧

୪.     ଆସାମ                                                ୧୩,୮୮୧

୫.     ବିହାର                                                 ୭୬,୧୨୫

୬.     ଚଣ୍ଡିଗଡ଼                                               ୧୫୦୨

୭.     ଛତିଶଗଡ଼                                             ୨୮,୭୩୨

୮.     ଦାଦ୍ରା ଓ ନଗର ହାବେଳି                                ୩୪୫

୯.     ଦାମନ ଏବଂ ଡିଉ                                       ୨୮୩

୧୦.   ଦିଲ୍ଲୀ                                                    ୨୫,୮୧୧

୧୧.   ଗୋଆ                                                 ୧୫୬୧

୧୨.   ଗୁଜରାଟ                                              ୭୮,୪୬୬

୧୩.   ହରିଆନା                                             ୭୨,୨୦୪

୧୪.   ହିମାଚଳ ପ୍ରଦେଶ                                      ୧୩,୫୪୪

୧୫.   ଜମ୍ମୁ ଏବଂ କାଶ୍ମୀର                                     ୧୧,୬୪୭

୧୬.   ଝାଡ଼ଖଣ୍ଡ                                             ୧୪,୮୦୬

୧୭.   କର୍ଣ୍ଣାଟକ                                               ୧,୯୧,୪୪୯

୧୮.   କେରଳ                                               ୫୩,୫୨୯

୧୯.   ଲଦାଖ                                                ୫୫୮

୨୦.   ଲାକ୍ଷାଦ୍ୱୀପ                                             ୬୩୩

୨୧.   ମଧ୍ୟପ୍ରଦେଶ                                             ୩୮,୨୭୮

୨୨.   ମହାରାଷ୍ଟ୍ର                                              ୯୯,୮୮୫

୨୩.   ମଣିପୁର                                               ୨୩୧୯

୨୪.   ମେଘାଳୟ                                            ୨୨୩୬

୨୫.   ମିଜୋରାମ                                             ୩୯୭୯

୨୬.   ନାଗାଲାଣ୍ଡ                                            ୩୪୪୩

୨୭.   ଓଡ଼ିଶା                                                 ୧,୫୨,୩୭୧

୨୮.   ପୁଡୁଚେରୀ                                              ୧୪୭୮

୨୯.   ପଞ୍ଜାବ                                               ୩୧,୩୨୭

୩୦.   ରାଜସ୍ଥାନ                                             ୯୩,୫୨୫

୩୧.   ସିକିମ                                                  ୯୬୦

୩୨.   ତାମିଲନାଡ଼ୁ                                            ୬୧,୭୨୦

୩୩.   ତେଲଙ୍ଗାନା                                            ୧,୧୦,୦୩୧

୩୪.   ତ୍ରିପୁରା                                                ୧୪,୨୫୨

୩୫.   ଉତ୍ତର ପ୍ରଦେଶ                                         ,୨୩,୭୬୧

୩୬.   ଉତ୍ତରାଖଣ୍ଡ                                            ୧୦,୫୧୪

୩୭.   ପଶ୍ଚିମବଙ୍ଗ                                           ୮୪,୫୦୫

୩୮.   ଅନ୍ୟାନ୍ୟ                                              ୪୦,୨୮୪

ମୋଟ                                                           ୧୬,୧୫,୫୦୪

ଦେଶରେ ମୋଟ ୧.୦୩ କୋଟି (୧,୦୩,୩୦,୦୮୪) ଲୋକ ସୁସ୍ଥ ହୋଇଛନ୍ତି, ଯାହାକି ସୁସ୍ଥତା ହାରକୁ ୯୬.୮୩%ରେ ପହଞ୍ଚାଇଛି ।

ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୧,୦୧,୪୫,୯୦୨ ହୋଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୯.୧୨% ଆସିଛି ୯ ରାଜ୍ୟ/କେନ୍ଦ୍ର୍ରଶାସିତ ଅଞ୍ଚଳରୁ ।

କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୧୭୩ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୧୭୪୩ ଏବଂ ଗୁଜରାଟରେ ୭୦୪ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ମାମଲା ମଧ୍ୟରୁ ୮୧.୨୬% ଆସିଛନ୍ତି ୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ବିଗତ ୨୪ ଘଣ୍ଟାରେ ସର୍ବାଧିକ ଗୋଟିଏ ଦିନରେ ୬୦୩୬ ନୂଆ ମାମଲା ଆସିଛି । ଏହା ପଛକୁ ମହାରାଷ୍ଟ୍ରରେ ୨୭୫୨ ଏବଂ କର୍ଣ୍ଣାଟକରେ ୫୭୩ ନୂଆ ମାମଲା ଆସିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୧ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଏଥିରୁ ୮୦.୧୫% ମୃତୁ୍ୟ ହୋଇଛି ୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

ମହାରାଷ୍ଟ୍ରରେ ସର୍ବାଧିକ ୪୫ ଜଣଙ୍କ ମୃୃତୁ୍ୟ ହୋଇଛି । କେରଳରେ ୨୦ ଜଣ ଏବଂ ଦିଲ୍ଲୀରେ ୯ ଜଣଙ୍କ ମୃତୁ୍ୟ ହୋଇଛି ।

***

SR


(ରିଲିଜ ଆଡି: 1692180) ପରିଦର୍ଶକ କାଉଣ୍ଟର : 275