ସଂସ୍କୃତି ମନ୍ତ୍ରଣାଳୟ

ପ୍ରତିବର୍ଷ ଜାନୁୟାରୀ 23 ତାରିଖକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ସରକାରଙ୍କ ଘୋଷଣା

ଜାନୁୟାର 23କୁ ପରାକ୍ରମ ଦିବସ ଭାବେ ପାଳନ କରିବା ଘୋଷଣା ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶିତ

Posted On: 19 JAN 2021 4:00PM by PIB Bhubaneshwar

ଆସନ୍ତା 23 ତାରିଖଦିନ ପଡୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମବାର୍ଷିକୀକୁ ଧୂମଧାମରେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ନେତାଜୀଙ୍କ ଦେଶ ପାଇଁ ନିଃସ୍ୱାର୍ଥପର ସେବା ଓ ଅଦମ୍ୟ ଉତ୍ସାହ ପ୍ରତି ସମ୍ମାନ ଜଣାଇ ଏହାର ସ୍ମରଣାର୍ଥେ ସରକାର ପ୍ରତିବର୍ଷ ଜାନୁୟାରୀ 23 ତାରିଖକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ନେତାଜୀ ଯେପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରବଳ ପରାକ୍ରମ ସହ ତାହାକୁ ସାମ୍ନା କରିଥିଲେ, ସେଥିନେଇ ବିଶେଷକରି ଦେଶର ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣୀତ କରିବା ଓ ସେମାନଙ୍କୁ ଦେଶପ୍ରେମ ମନ୍ତ୍ରରେ ଉଦ୍‌ବୁଦ୍ଧ କରିବା ଏହି ଦିବସ ପାଳନର ତାତ୍ପର୍ଯ୍ୟ ।

ଜାନୁୟାରୀ 23 ତାରିଖକୁ ପରାକ୍ରମ ଦିବସ ଭାବେ ଘୋଷଣା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି  ।

*****

SM/ SLP

 



(Release ID: 1690193) Visitor Counter : 230