ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆସନ୍ତାକାଲି ଉତ୍ତରପ୍ରଦେଶର 6ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବେ: ପ୍ରଧାନମନ୍ତ୍ରୀ

Posted On: 19 JAN 2021 3:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତରପ୍ରଦେଶର ୬ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ 2ହଜାର 691କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଧାନ କରିବେ । ଆସନ୍ତାକାଲି ଦିନ 12ଟା ବେଳେ ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ସହାୟତା ମଧ୍ୟରେ 5ଲକ୍ଷ 30ହଜାର ହିତାଧିକାରୀଙ୍କ ପ୍ରଥମ କିସ୍ତି ଓ ପି.ଏମ.ଏ.ୱାଇ.ଜି ଅଧୀନରେ ପ୍ରଥମକିସ୍ତି ଦେଇ ସାରିଥିବା 80ହଜାର ହିତାଧିକାରୀଙ୍କୁ  ଦ୍ୱିତୀୟ କିସ୍ତି ସହାୟତା ଅର୍ନ୍ତଭୁକ୍ତ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗ୍ରାମୀଣ

ଆଗାମୀ 2022 ମସିହା ସୁଦ୍ଧା ସମସ୍ତଙ୍କୁ ଘର ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନଭିତ୍ତିରେ ପିଏମଏୱା-ଜି ନାମକ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ 20 ନଭେମ୍ବର 2016ମସିହାରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଏକ କୋଟି 26ଲକ୍ଷ ଘର ନିର୍ମାଣ କରାଯାଇସାଇଲାଣି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସମତଳ ଅଞ୍ଚଳରେ ସମ୍ପୂର୍ଣ୍ଣ ଖର୍ଚ୍ଚ 1ଲକ୍ଷ 20ହଜାର ଓ ଉତ୍ତରପୂର୍ବାଞ୍ଚଳ, ଅଗାମ୍ୟ ଅଞ୍ଚଳଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଂଚଳ , ବାମପନ୍ଥୀ ଉଗ୍ରବାଦ  ପ୍ରଭାବିତ ଜିଲ୍ଲା ଓ ପାର୍ବତ୍ୟ ରାଜ୍ୟଗୁଡିକ ହିତାଧିକାରୀଙ୍କୁ 1ଲକ୍ଷ 30ହଜାର ଟଙ୍କା ପ୍ରଦାନ କରାଯାଇଥାଏ ।

            ଏହି ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ଛାଡି ଅଣକୁଶଳୀ ଶ୍ରମିକ ମଜୁରୀ ବାବଦ ଅର୍ଥ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MNREGS)ରୁ ଏବଂ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBM-G), MNREGS । ସେହିଭଳି କାର୍ଯ୍ୟକ୍ରମରୁ 12ହଜାର ଟଙ୍କା ଶୌଚାଳୟ ତିଆରି ନିମନ୍ତେ ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାଓ ଓ ବିଜୁଳି ସଂଯୋଗ, ଜନଜୀବନ ମିଶନ ଅଧୀନରେ ନିରାପଦ ପାନୀୟ ଜଳ ଯୋଗାଣ ଇତ୍ୟାଦି ପ୍ରଦାନ କରାଯାଇପାରିବ ।

******

 

SM/SLP



(Release ID: 1690190) Visitor Counter : 318