ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

2021 ବର୍ଷ ପାଇଁ ଜେଇଇ ଏବଂ ଏନ୍ଇଇଟି ସିଲାବସ୍ ଅପରିବର୍ତ୍ତିତ ରହିବ

प्रविष्टि तिथि: 19 JAN 2021 12:44PM by PIB Bhubaneshwar

ଜେଇଇ ଏବଂ ଏନ୍ଇଇଟି ସିଲାବସ୍2021 ବର୍ଷ ଅପରିବର୍ତ୍ତିତ ରହିବ ତେବେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ଏନ୍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ

ଜେଇଇ ସିଲାବସ୍‍ (2021 ମେନ) ପୂର୍ବବର୍ଷ ଭଳି ସମାନ ରହିବ କିନ୍ତୁ ଛାତ୍ରଛାତ୍ରୀମାନେ 90ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଗଣିତରେ 30 ଟି କରି) ମଧ୍ୟରୁ ଯେକୌଣସି 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଗଣିତରେ 25 ଟି କରି) ଉତ୍ତର ଦେବାସୁଯୋଗ ପାଇବେ 2020 ରେ ଅନୁଷ୍ଠିତ ଜେଇଇ (ମୁଖ୍ୟ) ପରୀକ୍ଷାରେ ମୋଟ୍75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଗଣିତରେ 25 ଟି କରି) ରହିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା

2021 ଏନ୍ଇଇଟି (ୟୁଜି) ପ୍ରଶ୍ନପତ୍ର ପ୍ରକୃତ ନମୂନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍ଇଇଟି (ୟୁଜି) 2021 ପ୍ରଶ୍ନପତ୍ରରେ ଜେଇଇ (ମୁଖ୍ୟ) ଭଳି ବ୍ୟବସ୍ଥା ରହିପାରେ

 

******

HS


(रिलीज़ आईडी: 1690005) आगंतुक पटल : 321
इस विज्ञप्ति को इन भाषाओं में पढ़ें: Tamil , Telugu , Malayalam , Assamese , Bengali , Manipuri , English , Urdu , हिन्दी , Marathi , Punjabi