ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ମୋଟ ଆରୋଗ୍ୟ ମାମଲା ସକ୍ରିୟ ମାମଲାଠାରୁ 1 କୋଟି ପାର କଲା

ପ୍ରାୟ 8 ମାସର ବ୍ୟବଧାନ ପରେ ଦୈନିକ ମୃତ୍ୟୁ 145କୁ ହ୍ରାସ ପାଇଲା

Posted On: 18 JAN 2021 12:07PM by PIB Bhubaneshwar

ଏକ ଉଲ୍ଲେଖନୀୟ ଉପଲବ୍ଧି ସ୍ୱରୂପ ଭାରତର ମୋଟ କରୋନା ଆରୋଗ୍ୟ ମାମଲା ସକ୍ରିୟ ମାମଲା ତୁଳନାରେ ଆଜି 1 କୋଟି ଅତିକ୍ରମ କରିଯାଇଛି ।

ଦେଶରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକ ସଂଖ୍ୟା ଆଜି 1,02,11,342 ଛୁଇଁଥିବା ବେଳେ ସକ୍ରିୟ ମାମଲା 2,08,012କୁ ହ୍ରାସ ପାଇଛି । ଏହି ଦୁଇଟି ମଧ୍ୟରେ ବ୍ୟବଧାନ ସଫଳତା ପୂର୍ବକ ବୃଦ୍ଧି ପାଇ 1,00, 03,330ରେ ପହଞ୍ଚିଛି । ଦେଶରେ ସକ୍ରିୟ ମାମଲାର ପାଖାପାଖି 50 ଗୁଣା ହୋଇଛି ମୋଟ ଆରୋଗ୍ୟ ମାମଲା ।

ଏହିଭଳି ଭାବେ ଭାରତର କରୋନା ଆରୋଗ୍ୟ ହାର 96.59%ରେ ପହଞ୍ଚିଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 14, 457 ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ 13,788 ନୂଆ ମାମଲା ସାମ୍ନାକୁ ଆସିଛି ।

ଭାରତର ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଦେଶରେ କୋଭିଡ-19 ଯୋଗୁ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ପାଖାପାଖି 8 ମାସ (7 ମାସ 23 ଦିନ) ବ୍ୟବଧାନ ପରେ ଗତ 24 ଘଣ୍ଟାରେ ଦେଶରେ 150ରୁ କମ (145) କରୋନା ମୃତ୍ୟୁ ରେକର୍ଡ କରିଛି ଭାରତ ।

ଗତ 24 ଘଣ୍ଟାରେ ବିଭିନ୍ନ ରାଜ୍ୟରେ ହୋଇଥିବା ଦୈନିକ କରୋନା ମୃତ୍ୟୁ ବାବଦରେ ନିମ୍ନଲିଖିତ ଗ୍ରାଫରେ ପ୍ରଦର୍ଶନ କରାଗଲା । 15ଟି ରାଜ୍ୟରେ ଆଦୌ କରୋନା ମୃତ୍ୟୁ ଦେଖିବାକୁ ମିଳିନାହିଁ । 13ଟି ରାଜ୍ୟରେ ଦୈନିକ ମୃତ୍ୟୁ 1ରୁ 5 ମଧ୍ୟରେ ରହିଛି । 4ଟି ରାଜ୍ୟରେ 5ରୁ 10 ଜଣ ପ୍ରାଣ ହରାଇଥିବା ବେଳେ ଗୋଟିଏ ରାଜ୍ୟ 10ରୁ 20 ଏବଂ 20ରୁ ଅଧିକ ରାଜ୍ୟରେ 2 ମୃତ୍ୟୁ ଘଟିଛି ।

7ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 71,70% କରୋନା ଆରୋଗ୍ୟ ମାମଲା ଦେଖିବାକୁ ମିଳିଛି।

 

କେରଳରେ ସର୍ବାଧିକ ଆରୋଗ୍ୟ ମାମଲା ଦେଖିବାକୁ ମିଳିଛି । ଗୋଟିଏ ଦିନରେ ଏହି ରାଜ୍ୟରେ ସର୍ବାଧିକ 4,408 ନୂଆ ଆରୋଗ୍ୟ ମାମଲା ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 2,342 ଲୋକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ 855 ଜଣ ଆରୋଗ୍ୟ ହୋଇଛନ୍ତି ।

ଦୈନିକ ନୂଆ ଆକ୍ରାନ୍ତ ମାମଲା ମଧ୍ୟରୁ 76.17% ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି ।

ଦୈନିକ କରୋନା ଆକ୍ରାନ୍ତ ମାମଲାରେ କେରଳ ପୁଣି ସବା ଉପରେ ରହିଛି । ରାଜ୍ୟର ଗତ 24 ଘଣ୍ଟାରେ 5,005 ନୂଆ ମାମଲା ଦେଖିବାକୁ ମିଳିଛି । ଏହା ପଛକୁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଯଥାକ୍ରମେ 3,081745ନୂଆ ମାମଲା ଚିହ୍ନଟ ହୋଇଛି ।

ଗତ 24 ଘଣ୍ଟାରେ ହୋଇଥିବା ମୋଟ କରୋନା ମୃତ୍ୟୁରେ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଂଶ 83.45% ରହିଛି ।

 

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 50 କରୋନା ମୃତ୍ୟୁ ଦେଖିବାକୁ ମିଳିଛି । କେରଳରେ 21 ରୋଗୀ ପ୍ରାଣ ହରାଇଥିବା ବେଳେ ପଶ୍ଚିମବଙ୍ଗରେ 12ଟି ନୂଆ ମୃତ୍ୟୁ ରେକର୍ଡ କରାଯାଇଛି ।

 

******

SR/ SLP



(Release ID: 1689856) Visitor Counter : 212