ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଷ୍ଟାର୍ଟଅପ୍ର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା: ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                16 JAN 2021 9:10PM by PIB Bhubaneshwar
                
                
                
                
                
                
                
କରୋନା ମହାମାରୀ କାଳରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ଷ୍ଟାର୍ଟଅପ୍ର ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ ପ୍ରାରମ୍ଭରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଶତକଡା  45ଭାଗ ଷ୍ଟାର୍ଟଅପ୍ ଦେଶର ଟୁ ଟାୟାର ଓ ଥ୍ରୀ ଟାୟାର ସିଟିରେ କାର୍ଯ୍ୟରତ ଅଛନ୍ତି । ସେମାନେ ସ୍ଥାନୀୟ ସାମଗ୍ରୀର ବିପଣନର ଅଗ୍ରଦୂତଭାବେ କାର୍ଯ୍ୟ କରିଥାନ୍ତି । ପ୍ରତ୍ୟେକ ରାଜ୍ୟ ଷ୍ଟାର୍ଟଅପ୍କୁ ଆପଣାଇବାରେ ସ୍ଥାନୀୟ ଆବଶ୍ୟକତା ଅନୁସାରେ ସେମାନଙ୍କୁ ସମର୍ଥନ କରିଥାନ୍ତି । ଦେଶରେ ଶତକଡା 80ଭାଗ ଜିଲ୍ଲା ବର୍ତ୍ତମାନ ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନର ଅଂଶ ବିଶେଷ ହୋଇପଡିଛି । ଆଜିକାଲି ଜନସାଧାରଣ ସେମାନଙ୍କ ଖାଦ୍ୟପେୟ ନେଇ ବେଶ୍ ସଚେତନ ହେଉଥିବା ଯୋଗୁଁ କୃଷି ଓ ଖାଦ୍ୟ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ । ଭାରତ ଏହି କ୍ଷେତ୍ରର ଅଭିବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେଉଛି । ଏକ ଲକ୍ଷ କୋଟି ମୂଳଧନ ପୁଞ୍ଜି ବିନିଯୋଗରେ ଏକ ଆଗ୍ରି ଇନ୍ଫ୍ରା ଫଣ୍ଡ ମଧ୍ୟ ଗଠନ କରାଯାଇଛି । ଏହି ନୂତନ ସୁଯୋଗର ସଦ୍ବ୍ୟବହାର ସହ ଷ୍ଟାର୍ଟଅପ୍ଗୁଡିକ କୃଷକମାନଙ୍କୁ ସହଯୋଗ କଲେ ସେମାନଙ୍କ ସାମଗ୍ରୀ କ୍ଷେତରୁ ପରସା ଖାଦ୍ୟ ପର୍ଯ୍ୟନ୍ତ ନେବାରେ ଲାଗିଛନ୍ତି ।
କରୋନା ମହାମାରୀ କାଳରେ ଆତ୍ମନିର୍ଭର ଭାରତ ଗଠନରେ ସେମାନଙ୍କ ଅବଦାନର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସାନିଟାଇଜର, ପିପିଇ କିଟ୍ ଇତ୍ୟାଦି ଉପଲବ୍ଧତା ସୁନିଶ୍ଚିତ କରାଇବା ସହ, ଘରେ ଘରେ ଅତ୍ୟାବଶ୍ୟକ ସାମ୍ରଗୀ ଔଷଧ ପହଞ୍ଚାଇବାରେ ମଧ୍ୟ ଷ୍ଟାର୍ଟଅପମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବାଧାବିଘ୍ନ କାଳରେ ଷ୍ଟାର୍ଟଅପ୍ମାନଙ୍କ ଉଦମ୍ୟ ଓ ଅଦ୍ୟମ ଉତ୍ସାହକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।
******
SM/ SLP
                
                
                
                
                
                (Release ID: 1689854)
                Visitor Counter : 110
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam