ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନୂତନ ମାଇଲଖୁଣ୍ଟ ଛୁଇଁଲା ଭାରତ: ପ୍ରଥମ ଥର ପାଇଁ ସକ୍ରିୟ କରୋନା ମାମଲା ମୋଟ ପଜିଟିଭ୍ ମାମଲାର 2%ରୁ ହ୍ରାସ

କ୍ରମାଗତ 23 ଦିନ ଧରି ଦୈନିକ କରୋନା ମୃତ୍ୟୁ 3ଶହରୁ ହ୍ରାସ

ବିଗତ 10 ଦିନ ଧରି ଭାରତରେ ଦୈନିକ ନୂଅ କରୋନା ମାମଲା 20 ହଜାରରୁ ତଳେ ରହିଛି

Posted On: 17 JAN 2021 12:19PM by PIB Bhubaneshwar

ଭାରତରେ କରୋନାର ଦୈନିକ ନୂଆ ମାମଲା ନିମ୍ନମୁଖୀ ଧାରା ଜାରି ରହିଛି ଏବଂ ଫଳସ୍ୱରୂପ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ।

ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ କରୋନା ମାମଲା ମୋଟ ପଜିଟିଭ୍ ମାମଲାର 2%ରୁ ତଳକୁ ଖସିଛି (1.98%) ।

ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 15,144 ନୂଆ କରୋନା ମାମଲା ଆସିଛି । ଦେଶରେ କରୋନା ସକ୍ରିୟ ମାମଲା 2,08,826କୁ ହ୍ର୍ରାସ ପାଇଛି । ବିଗତ 10 ଦିନ ଧରି ଦେଶରେ ନୂଆ ଦୈନିକ କରୋନା ମାମଲା 20 ହଜାରରୁ କମ୍ ଆସୁଛି ।

ଉପର ସଂଖ୍ୟା ଗତ 24ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ହୋଇଥିବା ପରିବର୍ତ୍ତନକୁ ସୂଚାଉଛି । କେରଳରେ ସର୍ବାଧିକ ପଜିଟିଭ୍ ସଂଖ୍ୟାରେ ପରିବର୍ତ୍ତନ ହୋଇଛି, 922 ଯୋଗ ହେବା ପରେ । ସେହିପରି ମଧ୍ୟପ୍ରଦେଶରେ ସର୍ବାଧିକ ନେଗେଟିଭ୍ ପରିବର୍ତ୍ତନ ହୋଇଛି, 433 ହ୍ରାସ ପାଇ ।

ବିଗତ 24 ଘଣ୍ଟା ମଧ୍ୟରେ 17,170 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର 96.58%ରେ ପହଞ୍ଚିଛି । ମୋଟ ସୁସ୍ଥଙ୍କ ସଂଖ୍ୟା 10,196,885ରେ ପହଞ୍ଚିଛି । ଏହା ସକ୍ରିୟ ମାମଲା ତୁଳନାରେ 99,88,059 ଅଧିକ ରହିଛି (48.83 ଗୁଣ ଅଧିକ) ।

ନୂଆ ସୁସ୍ଥଙ୍କ ମଧ୍ୟରୁ 80.53% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ଗୋଟିଏ ଦିନରେ ସର୍ବାଧିକ 5011 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 3039 ଜଣ ଏବଂ ଉତ୍ତର ପ୍ରଦେଶରେ 930 ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ମାମଲାରୁ 81% ଆସିଛନ୍ତି 8 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ଗୋଟିଏ ଦିନରେ 5960 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 2910 ଏବଂ ତାମିଲନାଡ଼ୁରେ 610 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭାରତରେ ଦୈନିକ କରୋନା ମୃତ୍ୟୁ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବିଗତ 23 ଦିନ ଧରି ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା 3 ଶହ ତଳେ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ 181 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 66.30% ମୃତ୍ୟୁ ହୋଇଛି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।          ମହାରାଷ୍ଟ୍ରରେ ସର୍ବାଧିକ 52 ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ 27 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ 15 ଜଣଙ୍କ ମୃତ୍ୟୁ ହୋଇଛି ।

 

*******

SR / SLP

 

 



(Release ID: 1689366) Visitor Counter : 203