ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଜାନୁୟାରୀ 18 ତାରିଖରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜନ କରିବେ

Posted On: 16 JAN 2021 8:22PM by PIB Bhubaneshwar

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜନ ଜାନୁୟାରୀ 18 ତାରିଖ ସକାଳ 10ଟା 30ରେ ଭିଡିଓ କନଫରେନ୍ସି ମାଧ୍ୟମରେ କରିବେ ଗୁଜୁରାଟ ରାଜ୍ୟପାଳ, କେନ୍ଦ୍ର ଗୃହ ମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ଏହି ରେଳ ପ୍ରକଳ୍ପଗୁଡିକ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥାଯୋଗାଇଦେବ

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ 28.25 କିଲୋମିଟର ଲମ୍ବ ହେବା ସହିତ ଦୁଇଟି କରିଡର ବିଶିଷ୍ଟ ହେବ କରିଡର-1ର ଲମ୍ବ 22.8 କିଲୋମିଟର ଏବଂ ଏହା ମୋଟେରା ଷ୍ଟାଡିୟମ ଠାରୁ ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯିବ କରିଡର-2ର ଲମ୍ବ 5.4 କିଲୋମିଟର ଏବଂ ଏହା ଜିଏନ୍ଏଲ୍ୟୁ ରୁ ଜିଆଇଏଫ୍ଟି ସହର ପର୍ଯ୍ୟନ୍ତ ଯିବ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ମୋଟ୍ନିର୍ମାଣ ମୂଲ୍ୟ 5384 କୋଟି ଟଙ୍କା

ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ବିଷୟରେ

ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ 40.35 କିଲୋମିଟର ଏବଂ ଦୁଇଟି କରିଡର ହେବ କରିଡର-1 ଲମ୍ବ 21.61 କିଲୋମିଟର ଏବଂ ଏହା ସରଥାନା ଠାରୁ ଡ୍ରିମ୍ସିଟି ପର୍ଯ୍ୟନ୍ତ ହେବ କରିଡର-2ର ଲମ୍ବ 18.74 କିଲୋମିଟର ଏବଂ ଏହା ଭେସାନରୁ ସାରୋଲି ପର୍ଯ୍ୟନ୍ତ ହେବ ପ୍ରକଳ୍ପର ମୋଟ୍ନିର୍ମାଣ ମୂଲ୍ୟ 12,020 କୋଟି ଟଙ୍କା



(Release ID: 1689199) Visitor Counter : 202