ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ କରୋନା ମାମଲା 2.13 ଲକ୍ଷକୁ ହ୍ରାସ

ଭାରତରେ ଦୈନିକ ନୂଆ କରୋନା ମାମଲା ହ୍ରାସ ଜାରି, ଗତ 24ଘଣ୍ଟାରେ 15,590 ନୂଆ ମାମଲା ଚିହ୍ନଟ

Posted On: 15 JAN 2021 1:10PM by PIB Bhubaneshwar

ଭାରତରେ ସକ୍ରିୟ କରୋନା ମାମଲାର ନିମ୍ନଗତି ଜାରି ରହିଛି ଆଜି ଏହା 2.13 ଲକ୍ଷ (2,13,702)କୁ ହ୍ରାସ ପାଇଛି ଭାରତରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର 2.03% ରହିଛି ସକ୍ରିୟ ମାମଲା

ବିଗତ କେଇ ଦିନ ଧରି ଦୈନିକ ନୂଆ କରୋନା ମାମଲା 20 ହଜାରରୁ ତଳେ ରହିଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 15,590 ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଗତ 24 ଘଣ୍ଟା ମଧ୍ୟରେ 15,975 ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ବିଗତ 7ଦିନ ଧରି ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନୂଆ କରୋନା ମାମଲା ରହିଛି 87 ଏହା ସମଗ୍ର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ ରୁଷ, ଜର୍ମାନୀ, ବ୍ରାଜିଲ, ଫ୍ରାନ୍ସ, ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ ଭଳି ଦେଶ ସହ ତୁଳନା କଲେ ଭାରତର ନୂଆ କରୋନା ମାମଲା ଯଥେଷ୍ଟ କମ୍

ଦେଶରେ ମୋଟ 10,162,738ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା 99ଲକ୍ଷକୁ ଅତିକ୍ରମ କରି ଏବେ 99,49,711ରେ ପହଞ୍ଚିଛି ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ କରୋନା ମାମଲାରୁ ଅଧିକ ହେଉଥିବାରୁ ଦେଶରେ ଆଜି ସୁସ୍ଥତା ହାର 96.62% ରେ ପହଞ୍ଚଛି ନୂଆ ସୁସ୍ଥଙ୍କ ମଧ୍ୟରୁ81.15% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେରଳରେ ଗୋଟିଏ ଦିନରେ ସର୍ବାଧିକ 4337 ଜଣ ସୁସ୍ଥ ହୋଇଛନ୍ତି ସେହିପରି ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ3309 ଜଣ ଏବଂ ଛତିଶଗଡ଼ରେ 970 ଜଣ ସୁସ୍ଥ ହୋଇଛନ୍ତି

ଗତ 24ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲା ମଧ୍ୟରୁ77.56% ଆସିଛନ୍ତି 7 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ କେରଳରେ ଗୋଟିଏ ଦିନରେ ସର୍ବାଧିକ 5490ଜଣ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ 3579 ଜଣ ଏବଂ ପଶ୍ଚିମବଙ୍ଗରେ 680 ଜଣ ଚିହ୍ନଟ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 191 ଜଣଙ୍କ ମୃତ୍ୟୁ ହୋଇଛି ଏଥିରୁ 73.30% ମୃତ୍ୟୁ ହୋଇଛି 7ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ମହାରାଷ୍ଟ୍ରରେ ସର୍ବାଧିକ 70 ଜଣଙ୍କ ମୃତ୍ୟୁ ହୋଇଛି ଏହା ପଛକୁ କେରଳରେ 19 ଜଣ ଏବଂ ପଶ୍ଚିମବଙ୍ଗରେ 17 ଜଣଙ୍କ ମୃତ୍ୟୁ ହୋଇଛି

ବିଗତ 7 ଦିନ ହେଲା ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ମାତ୍ର ଗୋଟିଏ କରୋନା ମୃତ୍ୟୁ ହେଉଛି ମୃତ୍ୟୁ ହାର 1.44% ଥିବା ବେଳେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ମୃତ୍ୟୁ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତରେ ବହୁତ କମ୍ ରହିଛି    

*****

SR / SLP

 



(Release ID: 1688937) Visitor Counter : 199