ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଗତ 7 ଦିନ ଧରି ଭାରତରେ ଦୈନିକ 20 ହଜାରରୁ କମ୍ କରୋନା ମାମଲା ଆସୁଛି

ଦୈନିକ ମୃତ୍ୟୁସଂଖ୍ୟାରେ ହ୍ରାସ: ବିଗତ 20 ଦିନ ଧରି ଦୈନିକ ୩ଶହରୁ କମ୍ ମୃତ୍ୟୁ ହେଉଛି

ଜାତୀୟ ମୃତ୍ୟୁହାରଠାରୁ 22 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ମୃତ୍ୟୁହାର ରହିଛି

ପ୍ରାରମ୍ଭିକ ପର୍ଯ୍ୟାୟରେ 1.65 କୋଟି ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ସଂଗ୍ରହ କରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି

Posted On: 14 JAN 2021 10:44AM by PIB Bhubaneshwar

ଭାରତରେ ଦୈନିକ କରୋନା ମାମଲାରେ ହ୍ରାସ ଜାରି ରହିଛି ବିଗତ 7 ଦିନ ଧରି ଦୈନିକ 20 ହଜାରରୁ କମ୍ ମାମଲା ଆସୁଛି

ଗତ 24 ଘଣ୍ଟା ମଧ୍ୟରେ ଭାରତରେ ମାତ୍ର 16ହଜାର 946ଜଣ କୋଭିଡରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ଏହି ଅବଧିରେ ଭାରତରେ17 ହଜାର 652 ଜଣ କରୋନାରୁ ସୁସ୍ଥ ହୋଇଥିବାରୁ ସକ୍ରିୟ କରୋନା ମାମଲାରେ ସିଧାସଳଖ 904 ହ୍ରାସ ହୋଇଛି

ଭାରତରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ବିଗତ 20 ଦିନ ଧରି ଦୈନିକ 3ଶହରୁ କମ୍ ମୃତ୍ୟୁ ହେଉଛି

 ଆଜି ଭାରତରେ ମୃତ୍ୟୁହାର ରହିଛି 1.44% ଜାତୀୟ ମୃତ୍ୟୁହାର ତୁଳନାରେ 22 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର କମ୍ ରହିଛି

ଦେଶରେ ଏବେ ସକ୍ରିୟ କରୋନା ମାମଲାର ସଂଖ୍ୟା ରହିଛି 2,13,603 ମୋଟ କରୋନା ମାମଲା ତୁଳନାରେ ସକ୍ରିୟ କରୋନା ମାମଲା 2.03% ହ୍ରାସ ପାଇଛି

25 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ କରୋନା ମାମଲା 5 ହଜାରରୁ କମ୍ ରହିଛି

ଆଜି ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା 10,146,763 ରହିଛି ସୁସ୍ଥତା ହାର ମଧ୍ୟ 96.52% କୁ ବୃଦ୍ଧି ପାଇଛି

ନୂଆ ସୁସ୍ଥଙ୍କ ମଧ୍ୟରୁ 82.67% କେବଳ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି କେରଳରେ ଗୋଟିଏ ଦିନରେ ସର୍ବାଧିକ 5258 ଜଣ ସୁସ୍ଥ ହୋଇଛନ୍ତି ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 3009 ଏବଂ ଛତିଶଗଡ଼ରେ 930ଜଣ ସୁସ୍ଥ ହୋଇଛନ୍ତି

ନୂଆ କରୋନା ମାମଲା ମଧ୍ୟରୁ 76.45% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ କେରଳରେ ସର୍ବାଧିକ 6000ଜଣ ସଂକ୍ରମିତ ହୋଇଛଛନ୍ତି ଏହା ପଛକୁ ମହାରାଷ୍ଟ୍ରରେ 3556 ଏବଂ କର୍ଣ୍ଣାଟକରେ 746 ଜଣ ସଂକ୍ରମିତ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 198ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏଥିରୁ 75.76% ମୃତ୍ୟୁ ହୋଇଛି 6ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ମହାରାଷ୍ଟ୍ରରେ ସର୍ବାଧିକ 70 ଜଣଙ୍କ ମୃତ୍ୟୁ ହୋଇଛି ଏହା ପଛକୁ କେରଳରେ 26 ଜଣ ଏବଂ ପଶ୍ଚିମବଙ୍ଗରେ 18 ଜଣଙ୍କ ମୃତ୍ୟୁ ହୋଇଛି

2021 ଜାନୁଆରୀ 16 ତାରିଖରୁ ବ୍ୟାପକ କୋଭିଡ-19 ଟିକାକରଣ ନିମନ୍ତେ ଦେଶ ପ୍ରସ୍ତୁତ ହେଉଛି ସଂଗ୍ରହ କରାଯାଇଥିବା ମୋଟ 1.65 କୋଟି ଡୋଜ୍ କୋଭିସିଲ୍ଡ କୋଭାକ୍ସିନ କୋଭିଡ-19 ଟିକାକୁ ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ଅନୁଯାୟୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବାଣ୍ଟି ଦିଆଯାଇଛି ତେଣୁ କୌଣସି ରାଜ୍ୟକୁ ଟିକା ବଣ୍ଟନରେ ପାତରଅନ୍ତର ହେବାର ପ୍ରଶ୍ନ ଉଠୁନାହିଁ ଏହା ଟିକା ଡୋଜ୍ ବଣ୍ଟନର ପ୍ରାରମ୍ଭିକ ପର୍ଯ୍ୟାୟ ପରବର୍ତ୍ତୀ ସପ୍ତାହ ଗୁଡ଼ିକରେ ଏହା ବୃଦ୍ଧି ପାଇବ ତେଣୁ ଟିକା ଡୋଜ୍ ବଣ୍ଟନରେ ଅଭାବ ରହିବ ବୋଲି କୁହାଯିବା ସମ୍ପୂର୍ଣ୍ଣ ଅବାସ୍ତବ

ରାଜ୍ୟଗୁଡ଼ିକୁ 10 ପ୍ରତିଶତ ଟିକା ଡୋଜ୍ ସଂରକ୍ଷଣ/ନଷ୍ଟକୁ ଦୃଷ୍ଟିରେ ରଖି ଦୈନିକ ଶତ ପ୍ରତିଶତ ଟିକାକରଣ ପାଇଁ କୁହାଯାଇଛି ତେଣୁ କୌଣସି କ୍ଷେତ୍ରରେ ରାଜ୍ୟ ଗୁଡ଼ିକରେ ଦୈନିକ ଟିକାକରଣ କେନ୍ଦ୍ରରେ ସମସ୍ୟା ଉପୁଜିବ ନାହିଁ ଟିକାକରଣ କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି, ଯଦ୍ୱାରାକି ଏହା ଦୈନିକ ଚାଲୁ ରହିପାରିବ ଏବଂ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେଇ ହେବ

                                                 *****

SR / SLP



(Release ID: 1688676) Visitor Counter : 195