ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ; ଗତ 24 ଘଣ୍ଟାରେ 18,139 ଆକ୍ରାନ୍ତ ଚିହ୍ନଟ
ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଆହୁରି ହ୍ରାସ ପାଇ 2.25 ଲକ୍ଷରେ ପହଞ୍ଚିଲା
ନୂତନ ସାର୍ସ-କୋଭ-2 ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା 82ରେ ପହଞ୍ଚିଲା
Posted On:
08 JAN 2021 12:06PM by PIB Bhubaneshwar
ଭାରତରେ ଦୈନିକ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମାତ୍ର 18,139 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଚାଲିଛି । ଦେଶରେ ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ରହିଛି 2,25,449 । ମୋଟ ପଜିଟିଭଙ୍କ ସଂଖ୍ୟାର ମାତ୍ର 2.16% ସକ୍ରିୟ ସଂକ୍ରମିତ ରହିଛନ୍ତି।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 20,539 ଜଣ ସୁସ୍ଥ ହୋଇଥିବାରୁ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ 2634 ଜଣ ସଂକ୍ରମିତ କମିଯାଇଛନ୍ତି।

ମହାରାଷ୍ଟ୍ରରେ ଅତି ସକରାତ୍ମକ ପରିବର୍ତ୍ତନ ସହିତ 307ଟି ମାମଲା ଯୋଡ଼ି ହୋଇଥିବା ବେଳେ କେରଳରେ ନକରାତ୍ମକ ପରିବର୍ତ୍ତନ ଘଟି ସଂକ୍ରମିତଙ୍କ ସଂଖ୍ୟା 613 ହ୍ରାସ ପାଇଛି ।

ନିକଟରେ ଦେଶରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟିକୁ ଅତିକ୍ରମ କରିଛି । ଦୈନିକ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମୋଟ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ି ଚାଲିଛି । ଆଜି ଏହି ସଂଖ୍ୟା ରହିଛି 10,037,398 । ସୁସ୍ଥତା ହାର ଇତିମଧ୍ୟରେ 96.39%କୁ ବୃଦ୍ଧି ପାଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ 79.96% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ ଦିନକରେ ଗତ 24 ଘଣ୍ଟାରେ ସର୍ବାଧିକ 5639 ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ 3350 ଜଣ ଏବଂ ପଶ୍ଚିମବଙ୍ଗରେ 1295 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 81.22% ଚିହ୍ନଟ ହୋଇଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ସର୍ବାଧିକ 5051 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 3729 ଜଣ ଏବଂ ଛତିଶଗଡ଼ରେ 1010 ଜଣ ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 234 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିରୁ 76.50% ମୃତ୍ୟୁ ହୋଇଛି କେବଳ 8ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ 72 ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ 25 ଜଣ ଏବଂ ଦିଲ୍ଲୀରେ 19 ଜଣଙ୍କ ମୃତ୍ୟୁ ହୋଇଛି ।

ଭାରତରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ 109 ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର କ୍ଷେତ୍ରରେ 18 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ଜାତୀୟ ହାର ଠାରୁ କମ୍ ରହିଛି ।

ଅପରପକ୍ଷରେ 17 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହି ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ ରହିଛି ।
ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ମୃତ୍ୟୁ କ୍ଷେତ୍ରରେ ଦିଲ୍ଲୀ (569)ରେ ସର୍ବାଧିକ ମୃତ୍ୟୁ ହୋଇଛି ।

ବ୍ରିଟେନରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନରେ ଏ ପର୍ଯ୍ୟନ୍ତ ଭାରତରେ 82 ଜଣ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ ହୋଇଛନ୍ତି ।
********
SR/PS
(Release ID: 1687175)
Visitor Counter : 234
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam