ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ

ଦେଶରେ ଆଭିଏନ୍ ଇନ୍‌ଫ୍ଲୁଏଞ୍ଜା ସ୍ଥିତି

प्रविष्टि तिथि: 08 JAN 2021 3:33PM by PIB Bhubaneshwar

ଭାରତୀୟ କୃଷି ଅନୁସନ୍ଧାନ ଗବେଷଣା ପରିଷଦର ପଶୁରୋଗ ଉଚ୍ଚ ନିରପତ୍ତା ରାଷ୍ଟ୍ରୀୟ ପ୍ରତିଷ୍ଠାନ ପକ୍ଷରୁ ହରିୟାଣା-ପଞ୍ଚକୁଲା ଜିଲ୍ଲାର ଦୁଇଟି କୁକୁଡା ପାଳନ କେନ୍ଦ୍ରରେ ଆଭିଏନ୍ ଇନ୍ଫ୍ଲୁଏଞ୍ଜା ଭୂତାଣୁ ମିଳିଥିବା ଘଟଣାକୁ ନିଶ୍ଚିତ କରାଯାଇଛି ଗୁଜରାଟର ଜୁନାଗଡରେ ମଧ୍ୟ ବିଦେଶାଗତ ପକ୍ଷୀମାନଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ଏଥିସହିତ ରାଜସ୍ଥାନର ସବାଇ ମାଧପୁର, ପାଲି, ଜୟସଲମେର ଏବଂ ମୋହର ଜିଲ୍ଲାରେ କାଉମାନଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ଏହି ଭୂତାଣୁ ପ୍ରଭାବିତ ରାଜ୍ୟଗୁଡିକୁ ଆଭିଏନ୍ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ସମ୍ପର୍କୀତ ନିର୍ଦ୍ଦେଶାବଳୀ ଅନୁସରଣ କରିବା ପାଇଁ ସୂଚନା ଦିଆଯାଇଛି ବର୍ତ୍ତମାନ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜରାଟ ରାଜ୍ୟରେ ଏହି ଭୂତାଣୁର ଉପସ୍ଥିତି ନିଶ୍ଚିତ ହୋଇଯାଇଛି ଇତିମଧ୍ୟରେ ଗୃହପାଳିତ କୁକୁଡା ଏବଂ ପକ୍ଷୀମାନଙ୍କୁ ମାରିବା କାର୍ଯ୍ୟ କେରଳର ଦୁଇଟି ଜିଲ୍ଲାରେ ଶେଷ ହୋଇଛି ଏଥିସହିତ ବର୍ତ୍ତମାନ ସଂକ୍ରମଣ ନିରୋଧ କାର୍ଯ୍ୟ ଏଠାରେ ଚାଲିଛି

ଆଭିଏନ୍ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ହୋଇ ଥିବା ରାଜ୍ୟଗୁଡିକରେ ଏହାର ସଂକ୍ରମଣ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ କୁହାଯାଇଛି ଏହା ଫଳରେ ସଂକ୍ରମଣ ହେଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ

ସଂକ୍ରାମକ ରୋଗ ସମ୍ପର୍କୀତ ଗବେଷଣା ନିମନ୍ତେ କେନ୍ଦ୍ରୀୟ ଦଳ କେରଳ, ହରିୟାଣା ଏବଂ ହିମାଚଳ ପ୍ରଦେଶ ଗସ୍ତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ଇତିମଧ୍ୟରେ ଦିଲ୍ଲୀସ୍ଥିତ ଡି.ଡି. ପାର୍କ ଅଞ୍ଚଳରେ 16ଟି ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ଦୃଷ୍ଟିକୁ ଆସିଛି ରାଜଧାନୀ କ୍ଷେତ୍ର ଦିଲ୍ଲୀରେ ପଶୁସମ୍ପଦ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଭାରତୀୟ କୃଷି ଅନୁସନ୍ଧାନ ଗବେଷଣା ପରିଷଦର ପଶୁରୋଗ ଉଚ୍ଚ ନିରାପତ୍ତା ରାଷ୍ଟ୍ରୀୟ ପ୍ରତିଷ୍ଠାନକୁ ନମୁନା ପଠାଇଛନ୍ତି ଏବଂ ଫଳାଫଳକୁ ଅପେକ୍ଷା କରାଯାଇଛି

କୁକୁଡା ଏବଂ କୁକୁଡା ଅଣ୍ଡା ଖାଉଥିବା ଲୋକ, କୁକୁଡା ପାଳନ କରୁଥିବା ଚାଷୀ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବର୍ତ୍ତମାନ ପ୍ରାଥମିକତା ଦିଆଯିବା ଆବଶ୍ୟକତା ରହିଛି ସମ୍ପର୍କରେ ଦିଲ୍ଲୀ ପଶୁପାଳନ ବିଭାଗ ସଚିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁକୁଡା ମାଂସ ଏବଂ ଅଣ୍ଡା ଖାଇବା ସମ୍ପର୍କୀତ ସତର୍କ ସୂଚନା ପଠାଇଛନ୍ତି ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରଚାରିତ ହେଉଥିବା ଗୁଜବକୁ ରୋକିବା ନିମନ୍ତେ ନିର୍ଦ୍ଦେଶାବଳୀ ଜାରି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି କୁକୁଡା ମାଂସ ଏବଂ ଅଣ୍ଡାକୁ ଭଲଭାବରେ ସିଝାଇବା ତଥା ରାନ୍ଧିବା ଭଳି ନିରାପତ୍ତାମୂଳକ ତଥ୍ୟକୁ ନେଇ ଜନସଚେତନା ସୃଷ୍ଟି ପାଇଁ ରାଜ୍ୟଗୁଡିକୁ ମଧ୍ୟ ଜଣାଇ ଦିଆଯାଇଛି

***

 

SSD / PS/ SLP


(रिलीज़ आईडी: 1687169) आगंतुक पटल : 320
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Tamil , Telugu , Malayalam