ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ ସକ୍ରିୟ ମାମଲାର ନିରନ୍ତର ହ୍ରାସ ଧାରା ଜାରି; 2.5 ଲକ୍ଷ ତଳକୁ ଖସିଲା
ଗତ 37 ଦିନରେ ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲା ଠାରୁ ଅଧିକ
Posted On:
03 JAN 2021 9:55AM by PIB Bhubaneshwar
ଦେଶରେ ସକ୍ରିୟ ମାମଲାଗୁଡ଼ିକ କ୍ରମାଗତ ଭାବେ ହ୍ରାସ ପାଉଛି । ମୋଟ ସକ୍ରିୟ ମାମଲା ଆଜି 2.5 ଲକ୍ଷ (2,47,220) ତଳକୁ ଖସି ଆସିଛି ।
ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ଭାବେ ନୂତନ ମାମଲାକୁ ଅତିକ୍ରମ କରୁଥିବା ଏବଂ ଦୈନିକ କମ ସଂଖ୍ୟକ ମୃତ୍ୟୁ ଦ୍ଵାରା ଏହା ସମ୍ଭବ ହୋଇପାରିଛି ଯାହା ସକ୍ରିୟ ମାମଲାର ମୋଟ ସଂଖ୍ୟା ହ୍ରାସକୁ ନିଶ୍ଚିତ କରିଛି । ଭାରତରେ ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 2.39% ରହିଛି । ଗତ 24 ଘଣ୍ଟା ମଧ୍ୟରେ 20,923 ଜଣ ନୂତନ ଭାବେ ଆରୋଗ୍ୟ ହେବା ଫଳରେ ଦେଶର ମୋଟ ସକ୍ରିୟ ମାମଲାରେ 2,963 ହ୍ରାସ ଘଟିଛି ।

ବର୍ତ୍ତମାନ ଦେଶର 29ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 10 ହଜାରରୁ କମ ସଂଖ୍ୟକ ସକ୍ରିୟ ମାମଲା ରହିଥିବା ଜଣାପଡିଛି ।

ଦେଶରେ ରେକର୍ଡ ହୋଇଥିବା ଦୈନିକ ନୂତନ ଆରୋଗ୍ୟଙ୍କ ସଂଖ୍ୟା ଗତ 37 ଦିନରେ ପଞ୍ଜିକୃତ ହୋଇଥିବା ଦୈନିକ ମାମଲା ଅପେକ୍ଷା ଅଧିକ । ଗତ 24 ଘଣ୍ଟା ମଧ୍ୟରେ ଦୈନିକ ନୂତନ ମାମଲା ସଂଖ୍ୟା 18,177 ରହିଥିବା ବେଳେ ଏହି ଅବଧି ମଧ୍ୟରେ 20,923 ଟି ମାମଲା ସୁସ୍ଥ ଏବଂ ଡିସଚାର୍ଜ ହୋଇଥିବା ଜଣାଯାଇଛି ।
ବୃଦ୍ଧି ପାଉଥିବା ଆରୋଗ୍ୟ ସଂଖ୍ୟା ଆଜି ସୁସ୍ଥତା ହାରକୁ 96.16 ପ୍ରତିଶତରେ ପହଞ୍ଚାଇଛି ।
ସମୁଦାୟ ଆରୋଗ୍ୟ ମାମଲା ଆଜି 99,27,310ରେ ପହଞ୍ଚିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି ଏବଂ ଏହା ବର୍ତ୍ତମାନ 96,80,090 ରେ ରହିଛି ।

ନୂତନ ମାମଲାର 78.10 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ଦୈନିକ ସର୍ବାଧିକ 4,985 ସଂଖ୍ୟକ ଆରୋଗ୍ୟ ମାମଲା ଥିବା କେରଳ ଦର୍ଶାଇଛି । ମହାରାଷ୍ଟ୍ରରୁ 2,110 ଲୋକ ଆରୋଗ୍ୟ ହୋଇଥିବା ବେଳେ ଏହାରି ପଛକୁ ଛତିଶଗଡରୁ 1,963 ଜଣ ସୁସ୍ଥ ହୋଇଛନ୍ତି ।

ନୂତନ ମାମଲାର 81.81 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
କେରଳରୁ ସର୍ବାଧିକ 5,328 ଟି ଦୈନିକ ନୂତନ ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ଏହା ପଛକୁ ମହାରାଷ୍ଟ୍ରରୁ 3,218 ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ଛତିଶଗଡରୁ 1,147 ଜଣ ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 217 ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି ।
ନୂତନ ମୃତ୍ୟୁ ମାମଲାର 69.59 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି ।
ମହାରାଷ୍ଟ୍ରରୁ ସର୍ବାଧିକ 51 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକମେ 28 ଏବଂ 21 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

**********
MV/SJ/TRP
(Release ID: 1685836)
Visitor Counter : 194
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam