ଅର୍ଥ ମନ୍ତ୍ରଣାଳୟ

2020 ଡିସେମ୍ବରରେ ଜିଏସ୍‍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ; ପ୍ରବର୍ତ୍ତନ କାଳରୁ ଏତେ ପରିମାଣର ଜିଏସ୍‍ଟି ସଂଗୃହୀତ ହୋଇ ନ ଥିଲା

କେବଳ ଡିସେମ୍ବର ମାସରେ 115174 କୋଟି ମୋଟ ଜିଏସ୍‍ଟି ସଂଗୃହୀତ ହୋଇଛି

ଡିସେମ୍ବରରେ ସଂଗୃହୀତ ଜିଏସ୍‍ଟି ରାଜସ୍ୱ 2019ର ସେହି ମାସରେ ସଂଗୃହୀତ ଜିଏସ୍‍ଟିଠାରୁ 12 ଶତାଂଶ ଅଧିକ

Posted On: 01 JAN 2021 1:21PM by PIB Bhubaneshwar

2020 ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍‍ଟି ପରିମାଣ 115174 କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍‍ଟି ପରିମାଣ 21365 କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍‍ଟି ଓ ସମନ୍ୱିତ ଜିଏସ୍‍ଟି ପରିମାଣ ଯଥାକ୍ରମେ 27804 କୋଟି ଓ 57426 କୋଟି ଟଙ୍କା । ଏଥିମଧ୍ୟରେ ସାମଗ୍ରୀ ରପ୍ତାନୀ ବାବଦ ରାଜସ୍ୱ ସଂଗ୍ରହ ପରିମାଣ 27050 କୋଟି ଓ ଉପକର ବା ସେସ୍‍ ବାବଦରେ 8579 କୋଟି ଟଙ୍କା ରହିଛି । ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ 87 ଲକ୍ଷ ଲୋକ ଜିଏସ୍‍ଟିଆର 3ବି ରିଟର୍ଣ୍ଣ ଫାଇଲ କରିଛନ୍ତି ।

ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସମନ୍ୱିତ ଜିଏସ୍‍ଟିରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦ 23276 କୋଟି ଟଙ୍କା ପାଇଥିବାବେଳେ ରାଜ୍ୟମାନଙ୍କ ଭାଗରେ ପଡିଛି 17681 କୋଟି ଟଙ୍କା । ଏହି ମାସରେ କେନ୍ଦ୍ର ସରକାର ମୋଟ 44641 କୋଟି ଟଙ୍କା ଆୟ କରିଥିବାବେଳେ ରାଜ୍ୟ ସରକାରମାନଙ୍କ ମୋଟ ଆୟ ରହିଛି 45485 କୋଟି ଟଙ୍କା ।

ଜିଏସ୍‍ଟି ଆଦାୟରେ ଯେଉଁ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା ତାହା ଡିସେମ୍ବର ମାସରେ ସର୍ବାଧିକ ହୋଇଛି । 2019 ଡିସେମ୍ବର ମାସ ତୁଳନାରେ 2020 ଡିସେମ୍ବରରେ ଏହି ଅଭିବୃଦ୍ଧି 12 ଶତାଂଶ ରହିଛି । ଏହି ମାସରେ ଆମଦାନୀରୁ ଯେଉଁ ଜିଏସ୍‍ଟି ମିଳିଛି ତାହା ଘରୋଇ ସାମଗ୍ରୀ କାରବାରଜନିତ ଆୟଠାରୁ 27 ଶତାଂଶ ଅଧିକ ।

ଜିଏସ୍‍ଟି ପ୍ରବର୍ତ୍ତନ ପରଠାରୁ ଏଯାବତ୍‍ 2020 ଡିସେମ୍ବରରେ ସର୍ବାଧିକ ଏହି ଟିକସ ସଂଗୃହୀତ ହୋଇଛି । ପ୍ରଥମଥର ପାଇଁ ଜିଏସ୍‍ଟି ସଂଗ୍ରହ ପରିମାଣ 1.15 ଲକ୍ଷ କୋଟି ଟଙ୍କା ଟପିଛି । ଏହା ପୂର୍ବରୁ 2019 ଏପ୍ରିଲ ମାସରେ ସର୍ବାଧିକ 113866 କୋଟି ଟଙ୍କାର ଜିଏସ୍‍ଟି ସଂଗୃହୀତ ହୋଇଥିଲା । ତେବେ ମାର୍ଚ୍ଚ ମାସରେ ରିଟର୍ଣ୍ଣ ଦାଖଲ ହେଉଥିବାରୁ ଏପ୍ରିଲରେ ସାଧାରଣତଃ ଅଧିକ ଜିଏସ୍‍ଟି ସଂଗୃହୀତ ହୋଇଥାଏ । କାରଣ ଏହା ଆର୍ଥିକ ବର୍ଷର ଆରମ୍ଭ ମାସ । ତେବେ ଡିସେମ୍ବରରେ ଏହି ସୁବିଧା ନ ଥିବା ସତ୍ତ୍ୱେ ଏଥର ଅସ୍ୱାଭାବିକଭାବେ ସର୍ବାଧିକ ଜିଏସ୍‍ଟି ଆଦାୟ ହୋଇଛି । କ୍ରମାଗତଭାବେ 21 ମାସ ପରେ ଜିଏସ୍‍ଟି ଆଦାୟ ବା ସଂଗ୍ରହ ଅଭିବୃଦ୍ଧି ସର୍ବାଧିକ ସ୍ତରରେ ପହଞ୍ଚିଛି । ମହାମାରୀ ପରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯେଉଁସବୁ ମିଳିତ ପଦକ୍ଷେପ ଆରମ୍ଭ କରାଯାଇଥିଲା ଏହା ତାହାର ପରିଣତି । ଜିଏସ୍‍ଟି ଫାଙ୍କୁଥିବା ଏବଂ ନକଲି ବିଲ୍‍ ଆଦି ଦ୍ୱାରା ସରକାରଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶବ୍ୟାପୀ ଚଢଉ ଫଳରେ ଏହି ଆଦାୟ ବଢିଛି । ଅଧିକରୁ ଅଧିକ ବ୍ୟବସାୟୀ ଟିକସ ଦାଖଲ କରିଛନ୍ତି ।

ଜିଏସ୍‍ଟି ପ୍ରବର୍ତ୍ତନ କାଳରୁ ଏହାକୁ ମିଶାଇ ତୃତୀୟଥର ପାଇଁ ଏହି ରାଜସ୍ୱ ସଂଗ୍ରହ ପରିମାଣ 1.1 ଲକ୍ଷ କୋଟି ଟଙ୍କା ଟପିଛି । ଆହୁରି ମଧ୍ୟ ଚଳିତ  ଆର୍ଥିକବର୍ଷର ଗତ 3 ମାସ ମଧ୍ୟରେ କ୍ରମାଗତଭାବେ ଜିଏସ୍‍ଟି ସଂଗ୍ରହ ବୃଦ୍ଧି ପାଉଥିବାରୁ ଏହା ଆର୍ଥିକ ପୁନରୁଦ୍ଧାରର ସୂଚନା ଦେଉଛି ।

ତଳେ ଦିଆଯାଇଥିବା ଚାର୍ଟରେ ଜିଏସ୍‍ଟି ସଂଗ୍ରହର ଧାରା ଓ ଅଭିବୃଦ୍ଧି ତଥା ରାଜ୍ୟୱାରୀ ଡିସେମ୍ବର ମାସରେ ସଂଗୃହୀତ ଜିଏସ୍‍ଟିର ପରିମାଣ ତଥା ତଥ୍ୟାବଳୀ ସ୍ଥାନୀତ ହୋଇଛି ।

http://static.pib.gov.in/WriteReadData/userfiles/image/image001VX0Z.png

State-wise growth of GST Revenues during December 2020[1]

 

State

Dec-19

Dec-20

Growth

1

Jammu and Kashmir

409

318

-22%

2

Himachal Pradesh

699

670

-4%

3

Punjab

1,290

1,353

5%

4

Chandigarh

168

158

-6%

5

Uttarakhand

1,213

1,246

3%

6

Haryana

5,365

5,747

7%

7

Delhi

3,698

3,451

-7%

8

Rajasthan

2,713

3,135

16%

9

Uttar Pradesh

5,489

5,937

8%

10

Bihar

1,016

1,067

5%

11

Sikkim

214

225

5%

12

Arunachal Pradesh

58

46

-22%

13

Nagaland

31

38

23%

14

Manipur

44

41

-8%

15

Mizoram

21

25

21%

16

Tripura

59

74

25%

17

Meghalaya

123

106

-14%

18

Assam

991

984

-1%

19

West Bengal

3,748

4,114

10%

20

Jharkhand

1,943

2,150

11%

21

Odisha

2,383

2,860

20%

22

Chhattisgarh

2,136

2,349

10%

23

Madhya Pradesh

2,434

2,615

7%

24

Gujarat

6,621

7,469

13%

25

Daman and Diu

94

4

-96%

26

Dadra and Nagar Haveli

154

259

68%

27

Maharashtra

16,530

17,699

7%

29

Karnataka

6,886

7,459

8%

30

Goa

363

342

-6%

31

Lakshadweep

1

1

-32%

32

Kerala

1,651

1,776

8%

33

Tamil Nadu

6,422

6,905

8%

34

Puducherry

165

159

-4%

35

Andaman and Nicobar Islands

30

22

-26%

36

Telangana

3,420

3,543

4%

37

Andhra Pradesh

2,265

2,581

14%

38

Laddakh

0

8

 

97

Other Territory

118

88

-25%

99

Center Jurisdiction

75

127

68%

Grand Total

81,042

87,153

8%

 

 

 

 

 

***********

RM/KMN/TM

 



(Release ID: 1685508) Visitor Counter : 260