ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶାନ୍ତି,ସମୃଦ୍ଧି ଓ ଜନସାଧାରଣଙ୍କ ହିତ ପାଇଁ ଭାରତ-ଭିଏତନାମ ସମ୍ମିଳିତ ଚିନ୍ତାଧାରା

Posted On: 21 DEC 2020 7:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଭିଏତନାମର ପ୍ରଧାନମନ୍ତ୍ରୀ ଗୁଏନ ଜୁଆନ ଫୁକ ଆଜି (21.12.2020) ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରି ଦ୍ଵିପାକ୍ଷିକ, ଆଞ୍ଚଳିକ ଓ ବୈଶ୍ଵିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଭାରତ-ଭିଏତନାମ ମଧ୍ୟରେ ଶାନ୍ତି, ସମୃଦ୍ଧି ଓ ଜନସାଧାରଣଙ୍କ ହିତ ପାଇଁ ଭବିଷ୍ୟତ ବିକାଶ ନେଇ ବିସ୍ତୃତ ମିଳିତ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି

ଶାନ୍ତି

1.       ଦୁଇ ଦେଶ ମଧ୍ୟରେ ନିୟମିତ ଭାବେ ଉଚ୍ଚସ୍ତରୀୟ ସମନ୍ଵୟ ତଥା ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରକ୍ଷା ସହ ଆନ୍ତର୍ଜାତିକ ଆଇନ ପ୍ରତି ଅଙ୍ଗୀକାରବଦ୍ଧତା ବିଷୟ ଉଭୟେ ଦୋହରାଇଛନ୍ତି । ଦୁଇଦେଶ ଉଭୟ ପକ୍ଷର ବିକାଶ ଦିଗରେ କାର୍ଯ୍ୟ କରିବା ସହ ଏକ ଶାନ୍ତିପୂର୍ଣ୍ଣ, ମୁକ୍ତ, ସ୍ଵାଧୀନ ଓ ନିରାପଦ ଆଞ୍ଚଳିକ ସହାବସ୍ଥାନ ଦିଗରେ କାର୍ଯ୍ୟ କରିବେ

2.       ପରିଦୃଶ୍ୟମାନ ଭୂ-ରାଜନୀତିକ ଓ ଅର୍ଥନୈତିକ ଗୁରୁତ୍ଵ ଉପଲବ୍ଧ କରି ଉଭୟ ନେତା ଭାରତ-ଭିଏତନାମ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଛନ୍ତି । ଏହା ଫଳରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ବୃଦ୍ଧି ପାଇବ । ଏହାକୁ ସଫଳ କରିବା ପାଇଁ ଦୁଇ ଦେଶ ନିଜ ନିଜ ଜଳ, ସ୍ଥଳ, ଆକାଶ ଓ ତଟରକ୍ଷୀ ବାହିନୀ ମଧ୍ୟରେ ସମନ୍ଵୟ ରକ୍ଷା କରିବେ । ପ୍ରତିରକ୍ଷା ରଣନୀତି ବିନିମୟ, ନିୟମିତ ଜାହାଜରେ ପରିଦର୍ଶନ, ମିଳିତ ସମରାଭ୍ୟାସ, ସାମରିକ ପ୍ରଯୁକ୍ତିବିଦ୍ୟା ବିନିମୟ, ସୂଚନା ଆଦାନ ପ୍ରଦାନ ଓ ଜାତିସଂଘ ଶାନ୍ତିରକ୍ଷାରେ ସହଯୋଗ ମଧ୍ୟ କରିବେ । ଉଭୟ ଦେଶ ପାରିପାର୍ଶ୍ଵିକ ଓ ଅନ୍ୟ ପାରମ୍ପରିକ ଉପାରେ ସାଇବର  ସୁରକ୍ଷା ଦିଗରେ ବିପଦର ମୁକାବିଲା ସହ ଆତଙ୍କବାଦ, ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ ଓ ଜଳ ସୁରକ୍ଷା, ଆର୍ଥିକ ଅପରାଧ କ୍ଷେତ୍ରରେ ନ୍ୟାୟିକ  ସହଯୋଗ ରକ୍ଷା କରିବେ ।

3.       ସମୃଦ୍ଧି ଓ ନିରାପତା ଦୃଷ୍ଟିରୁ ଉଭୟ ନେତା ଦକ୍ଷିଣ-ଚୀନ ସାଗର ଅଞ୍ଚଳରେ ଜଳ ଓ ଆକାଶର ସୁରକ୍ଷା, ସ୍ଥିରତା, ନିରାପତ୍ତାର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ତେବେ ସମସ୍ତ ବିବାଦୀୟ ବିଷୟ ଆନ୍ତର୍ଜାତିକ ନିୟମାନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ନିମନ୍ତେ ରାଜି ହୋଇଛନ୍ତି । ତେବେ କୌଣସି ଆତଙ୍କ ବାତାବରଣ ସୃଷ୍ଟି ନକରି ତଥା ବଳ ପ୍ରୟୋଗ ନକରି ଜାତିସଂଘର ସାମୁଦ୍ରିକ ନିୟମ (UNCLOS) 1982 ଅନୁସାରେ କାର୍ଯ୍ୟ କରିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି । କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତଥା ଆତ୍ମ ସଂଯମ ରକ୍ଷା ପୂର୍ବକ ଓ ଏପରିକ କୌଣସି କାର୍ଯ୍ୟକଳାପ ଯାହା ପରିସ୍ଥିତି ଖରାପ କରିବ, ତାକୁ ବାଦ ଦେଇ କାର୍ଯ୍ୟ କରିବାକୁ ସହମତି ହୋଇଛି । UNCLOS ନିୟମକୁ ମହାସାଗର ଓ ସାଗର ମଧ୍ୟରେ କଡା କଡି ଭାବେ ପାଳନ କରି ଅଞ୍ଚଳର ସାର୍ବଭୌମତ୍ଵ, ସାମୁଦ୍ରିକ ଅଞ୍ଚଳର ସ୍ଵାର୍ଥ୍ୟ ଯେପରି ବ୍ଯାହତ ନହୁଏ ତାହା ଦେଖିବାକୁ ପଡିବ । ଉଭୟ ଦେଶ ଦକ୍ଷିଣ-ଚୀନ ସାଗର ଅଞ୍ଚଳରେ Declaration of Conduct of Parties (DOC)କୁ କଡାକଡି ତ୍ୱରାନ୍ୱିତ କରି ଆନ୍ତର୍ଜାତିକ ଆଇନ ବିଶେଷକରି UNCLOS ଅନୁସାରେ ସମସ୍ତ ଦେଶର ସ୍ଵାର୍ଥ୍ୟ ଅନୁସାରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ।

4.       ଏସିଆନ-ଇଣ୍ଡିଆନ ସହଯୋଗର ଗୁରୁତ୍ଵ ଦୃଷ୍ଟିରୁ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ପାଇଁ ଦୁଇଦେଶ ଏସିଆନ ଓ ଭାରତ ମଧ୍ୟରେ ବଛା ବଛା କ୍ଷେତ୍ରରେ ସହଯୋଗକୁ ସ୍ଵାଗତ କରିଛନ୍ତି । ଉଭୟ ପକ୍ଷ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ସୁରକ୍ଷା ଓ ନିରପତ୍ତା, ସାମୁଦ୍ରିକ ପରିବେଶ ଓ ସାମୁଦ୍ରିକ ସମ୍ପଦର ନିରନ୍ତର ଉପଯୋଗ ଓ ସହଝୋଗ ଉପରେ ଆଞ୍ଚଳିକ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ଵାରୋପ କରିଛନ୍ତି ।

5.       ଆଞ୍ଚଳିକ ଓ ବୈଶ୍ଵିକ ସମସ୍ୟା ନେଇ ଉଭୟ ଦେଶର ଜନସାଧାରଣଙ୍କ ସହମତ ତଥା ଆନ୍ତର୍ଜାତିକ ଆଇନ ପ୍ରତି ସେମାନଙ୍କ ନିଷ୍ଠା ଦୃଷ୍ଟିରୁ ଉଭୟ ଦେଶ ଆଞ୍ଚଳିକ ସହଯୋଗ ମେକଙ୍ଗ ଉପ ଆଞ୍ଚଳିକ ସହଯୋଗ ପ୍ରତି ଅଧିକ ଗୁରୁତ୍ଵ ଦେବେ । ଜାତିସଂଘ ସୁରକ୍ଷା ପରିଷଦ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନ ଓ ଅତ୍ୟାଧୁନିକ ସମସ୍ୟା ସମାଧାନ କରୁଥିବା ସଙ୍ଗଠନଗୁଡିକୁ ଉଭୟେ ମଜବୁତ କରିବାରେ ସହାୟକ ହେବେ । କୋଭିଡ-19 ମହାମାରୀ ମୁକାବିଲା କରିବା ପାଇଁ ଉଭୟେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅନଲାଇନ ତାଲିମ, ଟିକାର ବିକାଶ ଲାଗି ପ୍ରତିଷ୍ଠାନଗୁଡ଼ିକର ସହଯୋଗ, ଦେଶ-ଦେଶର ସୀମା ମଧ୍ୟରେ ଯାତାୟାତ ଓ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଭଳି ସଂସ୍ଥା ସହ ସହଯୋଗ ରକ୍ଷା କରିବେ ।

6.       ବିଶ୍ଵ ଶାନ୍ତି ଓ ମାନବତା ନିମନ୍ତେ ଆତଙ୍କ ସାଜିଥିବା ଆତଙ୍କବାଦ ଓ ମୌଳବାଦ, ଦେଶ ଆରପାରି ଆତଙ୍କବାଦ, ଆତଙ୍କବାଦ ପାଇଁ ଆର୍ଥିକ ସାହାଯ୍ୟ ଇତ୍ୟାଦି କାର୍ଯ୍ୟକୁ ପ୍ରତିହତ କରିବା ନିମନ୍ତେ ଦ୍ଵିପାକ୍ଷିକ, ଆଞ୍ଚଳିକ ଓ ବୈଶ୍ଵିକ ଉଦ୍ୟମ ଉଭୟେ କରିବେ । ଆନ୍ତର୍ଜାତିକ ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ଉଭୟ ଦେଶ ମଜବୁତ ଜନମତ ସୃଷ୍ଟି କରିବା ସହ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।

ସମୃଦ୍ଧି

7.       କୋଭିଡ-19 ବୈଶ୍ଵିକ ମହାମାରୀ ସୃଷ୍ଟି  କରିଥିବା ଉଭୟ ଆହ୍ଵାନ ଓ ସୁଯୋଗକୁ ଗ୍ରହଣ କରି ଉଭୟ ପକ୍ଷ ଏକ ନିର୍ଭରଯୋଗ୍ୟ, ଦକ୍ଷ ଏବଂ ନମନୀୟ ଯୋଗାଣ ବ୍ୟବସ୍ଥା ଓ ମାନବ କୈନ୍ଦ୍ରିକ  ଜଗତକରଣ ପାଇଁ କାର୍ଯ୍ୟ କରିବେ । ସେମାନେ 15 ବିଲିୟନ ଡଲାର ମୂଲ୍ୟର ଲକ୍ଷ୍ୟ ହାସଲ ଉଭୟ ଦେଶର ଦ୍ଵିପାକ୍ଷିକ ବାଣିଜ୍ୟ ଯୋଜନାବଦ୍ଧ ଉପାୟରେ ହାସଲ କରିବେ ।

8.       ଗୋଟିଏପଟରେ ଭାରତୀୟ ବିଶାଳ ଘରୋଇ ବଜାର ଓ ଆତ୍ମନିର୍ଭରଶୀଳତା ଦୃସ୍ଥିଭଙ୍ଗୀ ଏବଂ ଭିଏତନାମର ଆର୍ଥିକ ମଜଭୁତି ଏବଂ ନିଜ ନିଜ ଆର୍ଥିକ କାର୍ଯ୍ୟକ୍ରମ ଦୀର୍ଘମିଆଦୀ ପୁଞ୍ଜି ବିନିଯୋଗ; ଡିଜିଟାଲ ସଂଯୋଗ, ଇ-କମର୍ସର ଉପଯୋଗ କରାଯାଇପାରିବ । ଏହାଦ୍ଵାରା ଭାରତ 2024 ସୁଦ୍ଧା 5 ଟ୍ରିଲିୟନ ଡଲାର ଆର୍ଥିକ ଲକ୍ଷ୍ୟ ସହ ଭିଏତନାମ 2045 ମସିହା ସୁଦ୍ଧା ଉଚ୍ଚ-ଆୟ ଆର୍ଥିକ ସ୍ଥିତି ହାସଲ ପାଇଁ ଆଗେଇ ପାରିବ ।

9.       ଆର୍ଥିକ ଦୃଷ୍ଟିରୁ ବିକାଶ ଆଭିମୁଖ୍ୟ ଦୁଇଟି ଦେଶର ଯୁବ ପ୍ରଧାନ ଜନସଂଖ୍ୟା ଆର୍ଥିକ ଓ ଉନ୍ନୟନ ଅଂଶୀଦାର ତଥା ଉତ୍ତମ ପ୍ରଶାସନ, ନୂତନ ବୈଷୟିକ ଜ୍ଞାନ, ସଶକ୍ତିକରଣ ନିରନ୍ତର ଓ ଅନ୍ତର୍ଭୂକ୍ତିକରଣ ବିକାଶ ଦିଗରେ ଅଗ୍ରସର ହେବାପାଇଁ ଯଥେଷ୍ଟ ସୁଯୋଗ ରହିଛି । ଉଭୟ ପକ୍ଷ ସହଯୋଗ ପାଇଁ ଭାରତର ଡିଜିଟାଲ ଇଣ୍ଡିଆ ଓ ଭିଏତନାମାର ଡିଜିଟାଲ ଷୋସାଇଟି, ଆଣବିକ ଓ ମହାକାଶ ପ୍ରଯୁକ୍ତିଜ୍ଞାନର ଶାନ୍ତିପୂର୍ଣ୍ଣ ସହଯୋଗ, ସୂଚନା ଓ ଦୁରସଞ୍ଚାର କ୍ଷେତ୍ରରେ ଟ୍ରାନ୍ସଫରମେଟିର ପ୍ରଯୁକ୍ତି ବିଦ୍ୟା, ସାମୁଦ୍ରିକ ବିଜ୍ଞାନ, ନିରନ୍ତର କୃଷି, ଜଳସଂପଦ ପରିଚାଳନା, ଟୀକା ଓ ଫାର୍ମାସ୍ୟୁଟିକାଲ୍ସ, ସ୍ମାର୍ଟସିଟି ଓ ଷ୍ଟାର୍ଟଆପ ବିଶେଷ ସହାୟକ ହେବ ।

10.    ନିରନ୍ତର ବିକାଶ ଓ ଜଳବାୟୁ ପରିଚାଳନା ପାଇଁ ନିଜର ଅଙ୍ଗୀକାରବଦ୍ଧତା ଦୃଷ୍ଟିରୁ ଉଭୟ ଦେଶ ନୂତନ ଓ ଅକ୍ଷୟ ଶକ୍ତି, ସମ୍ପଦ, ଶକ୍ତି ସଂରକ୍ଷଣ ଏବଂ ଅନ୍ୟାନ୍ୟ ପାଗ ଅନୁକୂଳ ପ୍ରଯୁକ୍ତିବିଦ୍ୟା, ଭିଏତନାକର ଆନ୍ତର୍ଜାତିକ ସୌର ଚୁକ୍ତିରେ ଯୋଗଦାନ ସୌରଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ । ଏଥିସହ ଉଭୟ ଦେଶ ତୈଳ ଓ ଗ୍ୟାସ କ୍ଷେତ୍ରରେ ସେମାନଙ୍କ ଦୀର୍ଘଦିନର ସହଯୋଗର ଉପଯୋଗ କରିବେ । ଏଥିପାଇଁ ଭାରତ ଭିଏତନାମାର ବିପର୍ଯ୍ୟୟ ସହନଶୀଳ, ଭିତ୍ତିଭୂମି ନିର୍ମାଣରେ ଯୋଗଦେବେ ବୋଲି ଆଶା ରହିଛି ।

11.    ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ସାମର୍ଥ୍ୟ ଓ ଦକ୍ଷତା ଭିଏତନାମରେ ପରିପ୍ରକାଶ ହେବ । ଏଥିମଧ୍ୟରେ ମେକଙ୍ଗ-ଗଙ୍ଗା, ଆଶୁ ପ୍ରଭାବ ପ୍ରକଳ୍ପ ଏବଂ ଆଇଟିଇସି ଏବଂ ଇ-ଆଇଟିଇସି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।

ଜନସାଧାରଣ

12.    ଭାରତ-ଭିଏତନାମ ମଧ୍ୟରେ ଥିବା ବହୁ ପ୍ରାଚୀନ ସାଂସ୍କୃତିକ ଐତିହାସିକ ସମ୍ପର୍କ ଦୃଷ୍ଟିରୁ ଉଭୟ ଦେଶ ନିଜ ନିଜ ଦେଶର ସଂସ୍କୃତି, ସଭ୍ୟତା ଓ ଐତିହ୍ୟ ଉପରେ ଗବେଷଣା କରିପାରିବେ । ଏଥିରେ ବୌଦ୍ଧଧର୍ମ, ସାମ ସଂସ୍କୃତି, ପରମ୍ପରା ଓ ପ୍ରାଚୀନ ଗ୍ରନ୍ଥାବଳୀଗୁଡିକୁ ମଧ୍ୟ ନିଆଯାଇପାରିବ । ଉଭୟ ଦେଶର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ବିକାଶର ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ । ହଜାର ହଜାର ବର୍ଷ ଧରି ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ ଥିବା ଦୃଷ୍ଟିରୁ ଭାରତୀୟ ବେଶଜ ପଦ୍ଧତି ଆୟୁର୍ବେଦ ଭଳି ପାରମ୍ପାରିକ ଉପଚାର ଓ ଭିଏତନାମାର ପାରମ୍ପାରିକ ପଦ୍ଧତିଗତ ଔଷଧପତ୍ର ସମ୍ପର୍କିତ ଜ୍ଞାନ ବିନିମୟ ଦ୍ଵାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅଗ୍ରଗତି ଘଟିବ । ଯୋଗ ଏକ ଶାନ୍ତି ଓ ସଦଭାବର ପ୍ରତୀକ ହୋଜ ଆଧ୍ୟାତ୍ମିକ ବିକାଶ ଘଟାଇବା ସହ ସୁଖ ଶାନ୍ତିରେ ସହାୟକ ହୋଇଛି । ଉଭୟ ଦେଶ ପାରମ୍ପାରିକ ଭେଷଜ ପଦ୍ଧତିକୁ ବିନିଯୋଗ କରି ଜନସାଧାରଣଙ୍କ କଲ୍ୟାଣ ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି । ଭାରତ-ଭିଏତନାମ ସଭ୍ୟତା ଓ ସାଂସ୍କୃତିକ ସଂପର୍କକୁ ନେଇ ମିଳିତ ଭାବେ ଏକ ଜ୍ଞାନମଣ୍ଡଳ ପ୍ରକାଶ ପାଇଁ ଉଭୟ ଦେଶ କାର୍ଯ୍ୟକରିବେ । ଏଠାରେ ସୂଚନା ଯୋଗ୍ୟ ଯେ, ଆଗାମୀ 2022 ସୁଦ୍ଧା ଭାରତ-ଭିଏତନାମ କୂଟନୈତିକ ସମ୍ପର୍କର ପଚାଶ ବର୍ଷ ପୂରଣ ହେବ ।

13.    ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଆପୋଷ ବନ୍ଧୁତା ଓ ସମଭାବାପନ୍ନ ମନୋଭାବ ଦୃଷ୍ଟିରୁ ଦୁଇ ପକ୍ଷ ମଧ୍ୟରେ ଲୋକମାନଙ୍କ ଯିବା ଆସିବା ଓ ସିଧାସଳଖ ବିମାନଯାତ୍ରା ବୃଦ୍ଧି, ଭିଷା ପଦ୍ଧତିର ସରଳୀକରଣ ଓ ପର୍ଯ୍ୟଟନର ସୁବିଧା ସୁଯୋଗ ଅଧିକ ବ୍ୟାପକ କରାଯିବ । ଏହାଛଡା ସଂସଦୀୟ ଅଭିଜ୍ଞାତା ବିନିମୟ, ଭାରତୀୟ ରାଜ୍ୟ ଓ ଭିଏତନାମା ରାଜ୍ୟ ସମୂହ, ରାଜନୈତିକ ଦଳ, ସାମାଜିକ ସଂଗଠନଗୁଡିକ ମଧ୍ୟରେ ମତ ବିନିମୟ, ଗବେଷଣା କାର୍ଯ୍ୟକ୍ରମ, ଶିକ୍ଷାବୃତ୍ତି, ଗଣମାଧ୍ୟମ, ସିନେମା, ଟେଲିଭିଜନ କାର୍ଯ୍ୟକ୍ରମ ଓ କ୍ରୀଡା କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି ପାଇବ । ଭାରତ-ଭିଏତନାମ ମଧ୍ୟରେ ଥିବା ବିବିଧ ସାଂସ୍କୃତିକ ଓ ଐତିହାସିକ ସମନ୍ଵୟ ନେଇ ଉଭୟ ଦେଶ ନିଜର ପାଠ୍ୟକ୍ରମରେ ସ୍ଥାନିତ କରିବେ ।

14.    ଉଭୟ ପ୍ରଧାନମନ୍ତ୍ରୀ ଉପରୋକ୍ତ ଦୃଶ୍ୟପତ୍ର ଭାରତ-ଭିଏତନାମ ସମ୍ପର୍କର ଏକ ନବୀନତମ ଦିଗ ଉନ୍ମୋଚନ କରିବ ବୋଲି ଆଶା ପୋଷଣ କରିଛନ୍ତି । 2023 ମଧ୍ୟରେ ଦୃଶ୍ୟପତ୍ରର କାର୍ଯ୍ୟକାରିତା ନେଇ ଉଭୟ ରାଷ୍ଟ୍ର  କାର୍ଯ୍ୟ କରିବେ ।

ପରିଣାମ

(କ)     ଏହି ମିଳିତ ଦୃଶ୍ୟପତ୍ର ଗ୍ରହଣ କଲାବେଳେ ଉଭୟ ନେତା 2021-2023 ମଧ୍ୟରେ କାର୍ଯ୍ୟାନ୍ଵୟନ ଯୋଜନାର ସ୍ଵାକ୍ଷରକୁ ସ୍ଵାଗତ କରିଛନ୍ତି ।

(ଖ)    ଉଭୟ ପ୍ରଧାନମନ୍ତ୍ରୀ ତ୍ରିବର ଗତି ଯୁକ୍ତ ଜଗୁଆଳି ନୌକା ନିର୍ମାଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ତଥା ଭିଏତନାମ ସୀମାସୁରକ୍ଷା କମାଣ୍ଡ ପାଇଁ ଭାରତ ଯୋଗାଉଥିବା 100 ନିୟୁତ ଡଲାର ବିଶିଷ୍ଟ ଯୋଜନାର କାର୍ଯ୍ୟକାରିତାର ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ ସୁରକ୍ଷା ନୌକା (ଏଚଏସଜିବି) ନିର୍ମାଣ କାର୍ଯ୍ୟ ଶେଷ ପରେ ଭିଏତନାମକୁ ହସ୍ତାନ୍ତର କରିବା ତଥା ତାଙ୍କ ଦେଶରେ ନିର୍ମାଣ ଭିତ୍ତିଭୂମି ସ୍ଥାପନନେଇ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ ।            

(ଗ)    ଭାରତର ଦେଢ ନିୟୁତ ଡଲାର ସହାୟତାରେ ଭିଏତନାମରେ ନିନ ଥୁଆନ ପ୍ରଦେଶରେ ଚାଲିଥିବା 7ଟି ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ଉଭୟ ନେତା ଖୁସି ପ୍ରକଟ କରିଥିଲେ । 

(ଘ)     ଏହାଛଡା ନିମ୍ନଲିଖିତ ବିଷୟ ଉପରେ ବୁଝାମଣାପତ୍ର ସ୍ଵାକ୍ଷର ବିଭିନ୍ନ ବ୍ୟବସ୍ଥାର କାର୍ଯ୍ୟକାରିତା ତଥା ଘୋଷଣା ନେଇ ମଧ୍ୟ ଉଭୟ ନେତା ସନ୍ତୋଷବ୍ୟକ୍ତ କରିଥିଲେ ।

ସ୍ଵାକ୍ଷରିତ ବୁଝାମଣାପତ୍ର / ରାଜିନାମା

1.       ପ୍ରତିରକ୍ଷା ସହଯୋଗ ବ୍ୟବସ୍ଥାର କାର୍ଯ୍ୟାନ୍ଵୟନ

2.       ନାହା ତ୍ରାଙ୍ଗସ୍ଥିତ ଜାତୀୟ ଦୁରାସଞ୍ଚାର ବିଶ୍ଵବିଦ୍ୟାଳୟରେ ପାଞ୍ଚ ନିୟୁତ ଡଲାର ଭାରତୀୟ ସହାୟତାରେ ସେନା ସଫ୍ଟୱେୟାର ଉଦ୍ୟାନ ପ୍ରତିଷ୍ଠା ପାଇଁ ରାଜିନାମା ।

3.       ଜାତିସଂଘ ଶାନ୍ତିରକ୍ଷାରେ ସିୟୁଏନ ପିକେଓ-ୟୁଏନଦୀପିକେଡି ମଧ୍ୟରେ ରାଜିନାମାର କାର୍ଯ୍ୟକାରିତା ନେଇ ସହଯୋଗ ।

4.       ଭାରତୀୟ ଆଣବିକ ଶକ୍ତି ନିୟନ୍ତ୍ରଣ ବୋର୍ଡ ଓ ଭିଏତନାମ ବିକିରଣ ଓ ଆଣବିକ ନିରାପତ୍ତା ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ।

5.       ସିଏସଆଇଆର ଭାରତୀୟ ପେଟ୍ରୋଲିୟମ ପ୍ରତିଷ୍ଠାନ ଓ ଭିଏତନାମ ପେଟ୍ରୋଲିୟମ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର ।

6.       ଭାରତୀୟ ସୌରଶକ୍ତି ମହାସଂଘ ଓ ଭିଏତନାମ ସ୍ଵଚ୍ଛ ଶକ୍ତି ସଂଘ ମଧ୍ୟରେ ବୁଝାମଣାପତ୍ର ।

7.       ଟାଟା ମେମୋରିଆଲ କେନ୍ଦ୍ର ଓ ଭିଏତନାମ ଜାତୀୟ କର୍କଟ ହସ୍ପିଟାଲ ମଧ୍ୟରେ ବୁଝାମଣାପତ୍ର ।

ଘୋଷଣା

1.       2021-22 ଆର୍ଥିକ ବର୍ଷରେ ଦ୍ରୁତ ପ୍ରସ୍ତାବିତ ପ୍ରକଳ୍ପ ସଂଖ୍ୟା ବର୍ତ୍ତମାନର 5 ରୁ 10କୁ ବୃଦ୍ଧି ।

2.       ଭିଏତନାମ ଐତିହ୍ୟ ସଂରକ୍ଷଣ ପାଇଁ ନୂତନ ବିକାଶମୂଳକ ଅଂଶୀଦାର ପ୍ରକଳ୍ପ, ଏଫ-ବ୍ଲକ ଅଫ ଟେମ୍ପଲ ଆକ୍ଟ ମାଇଁ ସାନ ଡଙ୍ଗ ଦୁଙ୍ଗ, ବୌଦ୍ଧପୀଠ, କ୍ଵାଙ୍ଗନାମ ଏବଂ ଫୁ ୟେନରେ ନାନ ସାମ ଟାୱାର ।

3.       ଭାରତ-ଭିଏତନାମ ସଭ୍ୟତା ଓ ସଂସ୍କୃତି ବିନିମୟର ଅଗ୍ରଗତି ପାଇଁ ଜ୍ଞାନମଣ୍ଡଳ ପ୍ରଣଯନ ପାଇଁ ଦ୍ଵିପାକ୍ଷିକ ପ୍ରକଳ୍ପ ଆରମ୍ଭ ।

 

*********

            



(Release ID: 1682767) Visitor Counter : 10