ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା 3.05 ଲକ୍ଷକୁ ଖସିଲା

ବିଗତ 21 ଦିନ ଧରି କ୍ରମାଗତ ଦୈନିକ ମାମଲା 40,000ରୁ କମ୍ ରେକର୍ଡ କରାଯାଇଛି

ମୋଟ ସକ୍ରିୟ ମାମଲାର 66 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ

Posted On: 20 DEC 2020 11:28AM by PIB Bhubaneshwar

ଭାରତରେ ସକ୍ରିୟ କୋଭିଡ ମାମଲାର ସଂଖ୍ୟା କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଛି ମୋଟ ସକ୍ରିୟ ମାମଲା ଆଜି 3.05 ଲକ୍ଷ (3,05,344) କୁ ଖସି ଆସିଛି

ନୂତନ ସଂକ୍ରମ ମାମଲା, ପ୍ରତିଦିନର ମୃତ୍ୟୁ ସଂଖ୍ୟାରେ ହ୍ରାସ ସହିତ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟାର ବର୍ଦ୍ଧିତ ଧାରାକୁ ସମ୍ଭବ କରିପାରିଛି । ଏହା ସକ୍ରିୟ ମାମଲାର ସମୁଦାୟ ହାରର ହ୍ରାସକୁ ମଧ୍ୟ ସୁନିଶ୍ଚିତ କରିଛି

ଭାରତର ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 3.04 ପ୍ରତିଶତ ବୋଲି ଜଣାପଡିଛି ଗତ 24 ଘଣ୍ଟା ମଧ୍ୟରେ 29,690ରେ ଜଣ ଆରୋଗ୍ୟ ଲାଭ କରିବା ସହିତ ମୋଟ ସକ୍ରିୟ ମାମଲା ସଂଖ୍ୟାରେ 3,407 ଟି ମାମଲା ହ୍ରାସ ପାଇଛି।

WhatsApp Image 2020-12-20 at 10.39.57 AM.jpeg

ଦେଶର ମୋଟ ସକ୍ରିୟ ମାମଲାର 66 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି

WhatsApp Image 2020-12-20 at 10.42.54 AM.jpeg

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଦୈନିକ ନୂତନ ମାମଲା ସଂଖ୍ୟା ହେଉଛି 26,624। ବିଗତ 21 ଦିନ  ମଧ୍ୟରେ ଦୈନିକ ନୂତନ ମାମଲା 40,000ରୁ କମହୋଇଥିବା ଜଣାଯାଇଛି

WhatsApp Image 2020-12-20 at 10.35.45 AM.jpeg

ମୋଟ ଆରୋଗ୍ୟ ମାମଲା ସଂଖ୍ୟା ପ୍ରାୟ 96 ଲକ୍ଷ (9,580,402) ରହିଛି

ନୂତନ ମାମଲା ତୁଳନାରେ ନୂତନ ଆରୋଗ୍ୟର ପାର୍ଥକ୍ୟରେ ବୃଦ୍ଧି ଘଟି ଆଜି ଆରୋଗ୍ୟ ହାର 95.51%ରେ ପହଞ୍ଚିଛି।

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 74.68% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପରିଲକ୍ଷିତ ହୋଇଛି

4,749ସଂଖ୍ୟକ ଦୈନିକ ନୂତନ ଆରୋଗ୍ୟ ମାମଲା ଥିବା କେରଳ ଦର୍ଶାଇଥିବା ବେଳେ ମହାରାଷ୍ଟ୍ରରୁ 3,119 ଏବଂ ପଶ୍ଚିମବଙ୍ଗରୁ 2,717 ଲୋକ ଆରୋଗ୍ୟ ଲାଭ କରିଛନ୍ତି

WhatsApp Image 2020-12-20 at 10.35.43 AM.jpeg

ନୂତନ ମାମଲାଗୁଡ଼ିକର 76.62% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

ସେହିଭଳି କେରଳ ଦୈନିକ ନୂତନ ମାମଲା 6,293 ଥିବା ଦର୍ଶାଇଛି ଏହା ପଛକୁ 3,940ଟି ନୂଆ ମାମଲା ସହିତ ମହାରାଷ୍ଟ୍ର ରହିଛି

WhatsApp Image 2020-12-20 at 10.35.37 AM.jpeg

ଗତ 24 ଘଣ୍ଟା ମଧ୍ୟରେ 341 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି

ନୂତନ ମୃତ୍ୟୁର 81.23% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି

ମହାରାଷ୍ଟ୍ରରେ ସବୁଠାରୁ ଅଧିକ 74 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ  ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ 43 ଏବଂ 32 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି

WhatsApp Image 2020-12-20 at 10.35.41 AM.jpeg

**********

 



(Release ID: 1682246) Visitor Counter : 156