ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁଦ୍ୱାର ରକାବଗଞ୍ଜ ପରିଦର୍ଶନ କରି ଗୁରୁ ତେଗ ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 20 DEC 2020 10:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଗୁରୁଦ୍ୱାର ରକାବଗଞ୍ଜ ପରିଦର୍ଶନ କରି ଗୁରୁ ତେଗ ବାହାଦୁରଙ୍କୁ ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

"ଆଜି ସକାଳେ ମୁଁ ଐତିହାସିକ ଗୁରୁଦ୍ୱାର ରକାବଗଞ୍ଜ ସାହେବରେ ପ୍ରାର୍ଥନା କଲି, ଯେଉଁଠାରେ ଗୁରୁ ତେଗ ବାହାଦୁର ଜୀଙ୍କର ପବିତ୍ର ଶରୀରକୁ ଦାହ କରାଯାଇଥିଲା । ମୁଁ ନିଜକୁ ଧନ୍ୟ ମନେ କଲି । ମୁଁ ମଧ୍ୟ ଅଗଣିତ ଲୋକଙ୍କ ପରି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଆଦର୍ଶ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଛି ।

ଏହା ହେଉଛି ଗୁରୁ ସାହେବମାନଙ୍କର ଏକ ବିଶେଷ କୃପା ଯାହା ଫଳରେ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଆମେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର 400 ତମ ପ୍ରକାଶ ପର୍ବ ଉତ୍ସବକୁ ପାଳନ କରିବୁ ।

ଆସନ୍ତୁ ଆମେ ଏହି ପବିତ୍ର ଉତ୍ସବକୁ ଏକ ଐତିହାସିକ ଢଙ୍ଗରେ ପାଳନ କରିବା ଏବଂ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଆଦର୍ଶକୁ ଅନୁସରଣ କରିବା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 





**********



(Release ID: 1682223) Visitor Counter : 168