ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୋଦମ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 15 DEC 2020 9:55AM by PIB Bhubaneswar

ଶ୍ରୀ ରୋଦମ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ରୋଦମ ନରସିଂହ ଭାରତର ଜ୍ଞାନ ଏବଂ ଅନୁସନ୍ଧାନର ସର୍ବଶ୍ରେଷ୍ଠ ପରମ୍ପରାକୁ ପ୍ରତିପାଦନ କରିଥିଲେ । ସେ ଜଣେ ଉଲ୍ଲେଖନୀୟ ବୈଜ୍ଞାନିକ ଥିଲେ । ଭାରତର ପ୍ରଗତି ପାଇଁ ବିଜ୍ଞାନର ଶକ୍ତି ଏବଂ ନବସୃଜନକୁ ବ୍ୟବହାର କରିବାକୁ ସେ ବିଶେଷ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।

**********


(रिलीज़ आईडी: 1680826) आगंतुक पटल : 159
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada