ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସକ୍ରିୟ ମାମଲା 3.52 ଲକ୍ଷକୁ ହ୍ରାସ ପାଇଲା; ଯାହା 149 ଦିନରେ ସର୍ବନିମ୍ନ

ଗତ 17 ଦିନରେ ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲାଠାରୁ ଅଧିକ

ମୋଟ ଆରୋଗ୍ୟ ସଂଖ୍ୟା 93.88 ଲକ୍ଷ, ଆରୋଗ୍ୟ ହାର ପାଖାପାଖି 95 ପ୍ରତିଶତ

Posted On: 14 DEC 2020 10:44AM by PIB Bhubaneshwar

ଭାରତର ସକ୍ରିୟ ମାମଲା ଆଜି 3,52,586ରେ ପହଞ୍ଚିଛି । ସମୁଦାୟ ସଂକ୍ରମିତ ମାମଲା ମଧ୍ୟରୁ ସକ୍ରିୟ ମାମଲାର ଅଂଶ 3.57% କୁ ହ୍ରାସ ପାଇଛି । 149 ଦିନ ପରେ ଏହା ସର୍ବନିମ୍ନ ବୋଲି ଜଣାପଡିଛି । 18 ଜୁଲାଇ, 2020ରେ ସମୁଦାୟ ସକ୍ରିୟ ମାମଲା 3,58,692 ଥିଲା ।

ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ ହେବା ଫଳରେ ସମୁଦାୟ ସକ୍ରିୟ ମାମଲା ହ୍ରାସ ପାଉଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା 3,960 ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।

http://static.pib.gov.in/WriteReadData/userfiles/image/image001S80L.jpg

ଗତ 24 ଘଣ୍ଟା ମଧ୍ୟରେ ଜାତୀୟ ସ୍ତରରେ 27,071 ନୂତନ ମାମଲା ଯୋଡି ହୋଇଥିବାବେଳେ ଏହି ସମୟ ମଧ୍ୟରେ 30,695 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଗତ 17 ଦିନରେ ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲାକୁ ଅତିକ୍ରମ କରୁଛି

http://static.pib.gov.in/WriteReadData/userfiles/image/image002Y1AW.jpg

ସମୁଦାୟ ଆରୋଗ୍ୟ ମାମଲା ପାଖାପାଖି 94 ଲକ୍ଷ (93,88,159) ଯାହା ଏହି ହାରକୁ 94.98 ପ୍ରତିଶତରେ ପହଞ୍ଚାଇଛି ସୁସ୍ଥତା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ବର୍ତ୍ତମାନ 90,35,573 ରହିଛି

http://static.pib.gov.in/WriteReadData/userfiles/image/image003Q860.jpg

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 75.58 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ପରିଲକ୍ଷିତ ହୋଇଛି ।

ଗୋଟିଏ ଦିନରେ କେରଳରୁ ସର୍ବାଧିକ 5,258 ଜଣ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ରରୁ 3,083 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ପଶ୍ଚିମବଙ୍ଗରୁ 2,994 ଥିବା ରେକର୍ଡ ହୋଇଛି ।

http://static.pib.gov.in/WriteReadData/userfiles/image/image004X6E1.jpg

75.82 ପ୍ରତିଶତ ନୂତନ ମାମଲା 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି

ଗତ 24 ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ 4,698 ଦୈନିକ ନୂତନ ମାମଲା ଚିହ୍ନଟ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ର 3,717ଟି ନୂତନ ମାମଲା ରେକର୍ଡ କରିଥିବାବେଳେ ପଶ୍ଚିମବଙ୍ଗ ଗତକାଲି 2,580ଟି ନୂଆ ମାମଲା ଚିହ୍ନଟ କରିଥିବା ଦର୍ଶାଇଛି

http://static.pib.gov.in/WriteReadData/userfiles/image/image005USGH.jpg

ଗତ 24 ଘଣ୍ଟା ମଧ୍ୟରେ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 336 ରୋଗୀଙ୍କ ମୃତ୍ୟୁ ଘଟିଛି ଯାହାକି 79.46% ଅଟେ

20.83% ନୂତନ ମୃତ୍ୟୁହାର ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 70 ଜଣଙ୍କର ମୃତ୍ୟୁ ଘଟିଛି । ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ 47 ଏବଂ 33 ଜଣଙ୍କ ମୃତ୍ୟୁ ହୋଇଛି

http://static.pib.gov.in/WriteReadData/userfiles/image/image006Y9PX.jpg

**********



(Release ID: 1680634) Visitor Counter : 208