ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ ମାମଲା ସମୁଦାୟ ମାମଲାର 3.62%କୁ ହ୍ରାସ ପାଇଛି

ମୋଟ ଆରୋଗ୍ୟଙ୍କ ସଂଖ୍ୟା ସମୁଦାୟ ସକ୍ରିୟ ମାମଲାଠାରୁ 90 ଲକ୍ଷରୁ ଅଧିକ

ଗତ 7 ଦିନ ମଧ୍ୟରେ 10 ଲକ୍ଷ ଜନସଂଖ୍ୟାରେ ଭାରତର ସର୍ବନିମ୍ନ ମୃତ୍ୟୁହାର ରେକର୍ଡ

Posted On: 13 DEC 2020 10:52AM by PIB Bhubaneshwar

ଗତ କିଛି ସପ୍ତାହ ମଧ୍ୟରେ ହ୍ରାସ ପାଇ ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟା ଯୋଗୁ ଭାରତର ସକ୍ରିୟ ମାମଲା ମୋଟ ମାମଲାର 3.62 ପ୍ରତିଶତକୁ ଖସି ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦୈନିକ ନୂତନ ମାମଲା ସଂଖ୍ୟା ଅପେକ୍ଷା ଭାରତରେ ଅଧିକ ଆରୋଗ୍ୟ ସଂଖ୍ୟା ପଞ୍ଜୀକୃତ ହୋଇଛି । ଦୈନିକ ସଂକ୍ରମିତ ମାମଲା ତୁଳନାରେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଭାରତରେ ସକ୍ରିୟ ମାମଲା କ୍ରମାଗତ ଭାବେ ସଙ୍କୁଚିତ ହୋଇ ବର୍ତ୍ତମାନ 3,56,546ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30,254 ଜଣ ବ୍ୟକ୍ତି କୋଭିଡ ସଂକ୍ରମିତ ଥିବା ଜଣାପଡିଛି ଏବଂ ଏହି ସମୟ ମଧ୍ୟରେ 33,136 ଜଣ ଆରୋଗ୍ୟ ଲାଭ କରିଛନ୍ତି ।  ଯାହାଫଳରେ ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା 3,273  ହ୍ରାସ ପାଇଛି

http://static.pib.gov.in/WriteReadData/userfiles/image/image001UH7Y.jpg

ଗତ 7 ଦିନ ମଧ୍ୟରେ ବିଶ୍ଵରେ ନିୟୁତ ଜନସଂଖ୍ୟା ତୁଳନାରେ ଭାରତରେ ସବୁଠାରୁ କମ୍ ମାମଲା (158) ରିପୋର୍ଟ ହୋଇଛି; ଯାହାକି ଅନ୍ୟ ଦେଶ ତୁଳନାରେ ବହୁତ କମ୍ ।

http://static.pib.gov.in/WriteReadData/userfiles/image/image002IMPI.jpg

ମୋଟ ଆରୋଗ୍ୟ ମାମଲା ଆଜି 93,57,464 ରହିଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଏହା ଆଜି 90 ଲକ୍ଷ (90,00,918) ଅତିକ୍ରମ କରିଛି । ଆରୋଗ୍ୟ ହାରରେ ଉନ୍ନତି ହୋଇ ଆଜି ଏହି ହାର 95 ପ୍ରତିଶତ (94.93%) ଛୁଇଁଛି ।

http://static.pib.gov.in/WriteReadData/userfiles/image/image003BNBS.jpg

ଭାରତର ନୂତନ ଆରୋଗ୍ୟ ମାମଲାର 75.23% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି ।

କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ମଧ୍ୟରେ କେରଳରୁ 5,268 ଜଣ ଥିବା ବେଳେ ମହାରାଷ୍ଟ୍ରରୁ 3,949 ଜଣ ଥିବା ଜଣାପଡିଛି । ସେହିପରି ଦିଲ୍ଲୀରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା 3,191  ପଞ୍ଜୀକୃତ ହୋଇଛି

http://static.pib.gov.in/WriteReadData/userfiles/image/image004BHNA.jpg

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 75.71 ପ୍ରତିଶତ ନୂତନ ମାମଲା ଥିବା ଜଣାଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ କେରଳ 5,949 ମାମଲା ରିପୋର୍ଟ କରିଛି । ମହାରାଷ୍ଟ୍ର ଗତକାଲି 4,259 ନୂତନ ମାମଲା ପଞ୍ଜିକୃତ କରିଥିବାବେଳେ ପଶ୍ଚିମବଙ୍ଗରୁ 2,710 ନୂତନ ମାମଲା ରେକର୍ଡ କରାଯାଇଛି ।

http://static.pib.gov.in/WriteReadData/userfiles/image/image005BOI5.jpg

ଗତ 24 ଘଣ୍ଟା ମଧ୍ୟରେ 391ଟି ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ 77.78 ପ୍ରତିଶତ ଦଶଟି  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଗତ 24 ଘଣ୍ଟା ମଧ୍ୟରେ କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରୁ ଦୁଇ ଅଙ୍କ ବିଶିଷ୍ଟ ମୃତ୍ୟୁ ସଂଖ୍ୟା ରିପୋର୍ଟ ହୋଇନାହିଁ ।

ରିପୋର୍ଟ ହୋଇଥିବା 79.28% ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 80 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଦିଲ୍ଲୀରେ 47 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ 44 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

http://static.pib.gov.in/WriteReadData/userfiles/image/image006F9SL.jpg

ଗତ 7 ଦିନ ମଧ୍ୟରେ ଭାରତ ପ୍ରତି ନିୟୁତ ଜନସଂଖ୍ୟାରେ ସର୍ବନିମ୍ନ ନୂତନ ମୃତ୍ୟୁହାର ରେକର୍ଡ କରିଛି ।

http://static.pib.gov.in/WriteReadData/userfiles/image/image007S9LB.jpg

 

**********



(Release ID: 1680460) Visitor Counter : 141