ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହାନୁକ୍କା ଅବସରରେ ଇସ୍ରାଏଲବାସୀ ଓ ଇହୁଦୀମାନକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2020 7:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲବାସୀ ଓ ବିଶ୍ଵର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଇହୁଦୀମାନଙ୍କୁ ହାନୁକ୍କା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ ଯୋଗେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି, “ଇସ୍ରାଏଲବାସୀ ଓ ଇହୁଦୀ ବନ୍ଧୁମାନଙ୍କ ଚାଗ ହାନୁକ୍କା ସମେଚ ପର୍ବ ଆମମାନଙ୍କ ଜୀବନରେ ଶାନ୍ତି ଓ ଆଲୋକ ଆଣିବା ସହ ଆମ ବନ୍ଧୁତ୍ଵକୁ ଅଧିକ ସୁଦୃଢ କରେ” ।

ଏହି ଟ୍ଵିଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ରାଷ୍ଟ୍ରପତି ରିଉଭେନ ରିଭ୍ଲିନଙ୍କୁ ଟ୍ୟାଗ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାକୁ ହେବ୍ର୍ୟୁ ଭାଷାରେ ଟ୍ଵିଟ କରିଛନ୍ତି ।

**********
 


(ରିଲିଜ ଆଡି: 1679839) ପରିଦର୍ଶକ କାଉଣ୍ଟର : 208