ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତା 12 ତାରିଖ ଦିନ ଫିକିର 93ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2020 7:04PM by PIB Bhubaneswar

ଆସନ୍ତା 12 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶିଳ୍ପ ଉଦ୍ୟୋଗ ମହାସଂଘ (ଫିକି)ର 93ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବା ସହ ସେ ଫିକିର ବାର୍ଷିକ ଏକସ୍ପୋ 2020କୁ ମଧ୍ୟ ଭର୍ଚୁଆଲ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଫିକିର ବାର୍ଷିକ ଅଧିବେଶନ ଭର୍ଚୁଆଲ ମୋଡରେ ଆସନ୍ତା 11, 12 ଓ 14 ତାରିଖ ଦିନ ଅନୁଷ୍ଠିତ ହେବ ।  ଚଳିତ ବର୍ଷର ବାର୍ଷିକ ଅଧିବେଶନରେ 'ଆକାଂକ୍ଷୀ ଭାରତ'କୁ ମୁଖ୍ୟ ବିଷୟ ଭାବେ ନିଆଯାଇଛି । ଏଥିରେ ମନ୍ତ୍ରୀ, ଶିଳ୍ପପତି, ଅମଲା, କୂଟନୀତିଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗଦେବେ । କୋଭିଡ-19 ବୈଶ୍ଵିକ ମହାମାରୀ ଦେଶର ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକାଇଛି, ତାକୁ ସୁଧାରିବା ନେଇ ସଂସ୍କାରମୂଳକ ପଦକ୍ଷେପ ଉପରେ ଏହାର ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ ରଖିବେ ।

ଫିକି ଆନୁଆଲ 2020 ଆସନ୍ତା 11 ତାରିଖଠାରୁ ଆରମ୍ଭ ହୋଇ ବର୍ଷକ ନିମନ୍ତେ ଚାଲିବ । ଏହି ଭର୍ଚୁଆଲ ଏକ୍ସପୋ ବିଶ୍ଵବ୍ୟାପୀ ପ୍ରଦର୍ଶନକାରୀମାନଙ୍କ ନିମନ୍ତେ ସେମାନଙ୍କ ସାମଗ୍ରୀର କିଣାବିକା ନେଇ ଏକ ସୁଯୋଗ ପ୍ରଦାନ କରିବ ।

 

**********


(ରିଲିଜ ଆଡି: 1679835) ପରିଦର୍ଶକ କାଉଣ୍ଟର : 196