ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତା 12 ତାରିଖ ଦିନ ଫିକିର 93ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 10 DEC 2020 7:04PM by PIB Bhubaneshwar

ଆସନ୍ତା 12 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶିଳ୍ପ ଉଦ୍ୟୋଗ ମହାସଂଘ (ଫିକି)ର 93ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବା ସହ ସେ ଫିକିର ବାର୍ଷିକ ଏକସ୍ପୋ 2020କୁ ମଧ୍ୟ ଭର୍ଚୁଆଲ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି

ଫିକିର ବାର୍ଷିକ ଅଧିବେଶନ ଭର୍ଚୁଆଲ ମୋଡରେ ଆସନ୍ତା 11, 12 14 ତାରିଖ ଦିନ ଅନୁଷ୍ଠିତ ହେବ   ଚଳିତ ବର୍ଷର ବାର୍ଷିକ ଅଧିବେଶନରେ 'ଆକାଂକ୍ଷୀ ଭାରତ'କୁ ମୁଖ୍ୟ ବିଷୟ ଭାବେ ନିଆଯାଇଛି ଏଥିରେ ମନ୍ତ୍ରୀ, ଶିଳ୍ପପତି, ଅମଲା, କୂଟନୀତିଜ୍ଞ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗଦେବେ କୋଭିଡ-19 ବୈଶ୍ଵିକ ମହାମାରୀ ଦେଶର ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକାଇଛି, ତାକୁ ସୁଧାରିବା ନେଇ ସଂସ୍କାରମୂଳକ ପଦକ୍ଷେପ ଉପରେ ଏହାର ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ ରଖିବେ

ଫିକି ଆନୁଆଲ 2020 ଆସନ୍ତା 11 ତାରିଖଠାରୁ ଆରମ୍ଭ ହୋଇ ବର୍ଷକ ନିମନ୍ତେ ଚାଲିବ ଏହି ଭର୍ଚୁଆଲ ଏକ୍ସପୋ ବିଶ୍ଵବ୍ୟାପୀ ପ୍ରଦର୍ଶନକାରୀମାନଙ୍କ ନିମନ୍ତେ ସେମାନଙ୍କ ସାମଗ୍ରୀର କିଣାବିକା ନେଇ ଏକ ସୁଯୋଗ ପ୍ରଦାନ କରିବ

 

**********


(रिलीज़ आईडी: 1679835) आगंतुक पटल : 159
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam