ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ସକ୍ରିୟ ମାମଲା ହ୍ରାସ ଧାରା ଜାରି; 136 ଦିନ ପରେ 4.10 ଲକ୍ଷରୁ ତଳକୁ ଖସିଲା

● ଗତ 8 ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ ଆକ୍ରାନ୍ତଙ୍କଠାରୁ ଅଧିକ

Posted On: 05 DEC 2020 11:13AM by PIB Bhubaneshwar

ଆଜି ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା 4.10 ଲକ୍ଷ (4,09,689)ରୁ ତଳକୁ ହ୍ରାସ ପାଇଛି । 136 ଦିନ ପରେ ଏହା ସର୍ବନିମ୍ନ । 2020 ଜୁଲାଇ 22ରେ ଦେଶରେ ସକ୍ରିୟ କରୋନା ମାମଲା ଥିଲା 4,11,133 ।

ଦୈନିକ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେବା ଧାରା ବଜାୟ ରହିବାରୁ ଦେଶରେ ସକ୍ରିୟ କରୋନା ମାମଲା ହ୍ରାସ ପାଇଛି । ଭାରତରେ ଏବେ ମୋଟ କରୋନା ମାମଲାର 4.26% ସକ୍ରିୟ ମାମଲା ରହିଛି । ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସକ୍ରିୟ କରୋନା ମାମଲା ସିଧାସଳଖ 6,393 ହ୍ରାସ ପାଇଛି ।

ଗତ ଆଠ ଦିନ ଧରି ଦୈନିକ ସୁସ୍ଥ ଲୋକଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ଅଧିକ ରହିଛି । ଗତ 24 ଘଣ୍ଟା ମଧ୍ୟରେ 36,652 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଅବଧିରେ ସୁସ୍ଥ ହୋଇଛନ୍ତି 42,533 ।

ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ 94.28% ହୋଇଛି । ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି 90,58,822 । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 86.50 ଲକ୍ଷ ପାଖାପାଖି ପହଞ୍ଚିଛି ଏବଂ ଏବେ ଅଛି 86,49,133

ନୂଆ ସୁସ୍ଥଙ୍କ ମଧ୍ୟରୁ 78.06% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ 6,776 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,496 ଜଣ ଏବଂ ଦିଲ୍ଲୀରେ 4,862 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-12-05 at 10.12.04 AM.jpeg

ଗତ 24 ଘଣ୍ଟାର ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 76.90% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ସର୍ବାଧିକ 5,718 ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 5,229 ଜଣ ଏବଂ ଦିଲ୍ଲୀରେ 4,067 ଜଣ ଆକ୍ରାନ୍ତ ହୋଇଛନ୍ତି ।

WhatsApp Image 2020-12-05 at 10.10.04 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 512 ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିରୁ 78.32% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ 127 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ଦିଲ୍ଲୀରେ 73 ଏବଂ ପଶ୍ଚିମବଙ୍ଗରେ 52 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-12-05 at 10.11.08 AM.jpeg

 

**********

 

 

 



(Release ID: 1678648) Visitor Counter : 174