ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତର ସକ୍ରିୟ ମାମଲା ହ୍ରାସ ପାଇ ମୋଟ ମାମଲାର 4.35 ପ୍ରତିଶତରେ ପହଁଚିଲା
● ଗତ 7 ଦିନ ଧରି ଲଗାତର ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ତୁଳନାରେ ଅଧିକ ରହୁଛି
● 0.9 କୋଟିରୁ ଅଧିକ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି
Posted On:
04 DEC 2020 10:34AM by PIB Bhubaneshwar
ଗତକାଲି ଦେଶରେ ସକ୍ରିୟ କରୋନା ମାମଲା ମୋଟ ପଜିଟିଭ୍ ମାମଲାର 4.44% ଥିବା ବେଳେ ଆଜି ଏହା 4.35%କୁ ହ୍ରାସ ପାଇଛି । ଗତ 7 ଦିନର ଧାରା ବଜାୟ ରଖି ଗତ 24 ଘଣ୍ଟାରେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ନୂଆ କରୋନା ମାମଲାଠାରୁ ଅଧିକ ରହିଛି । ଦୈନିକ ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଆଜି ଦେଶରେ ସକ୍ରିୟ କରୋନା ମାମଲା 4,16,082 ରହିଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36,595 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 42,916 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ନୂଆ ସୁସ୍ଥ ଓ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ 6,321 ପାର୍ଥକ୍ୟ ଥିବାରୁ ସିଧାସଳଖ ସକ୍ରିୟ ମାମଲାରେ 6,861 ହ୍ରାସ ପାଇଛି ।
ବିଶ୍ୱରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ହେଉଥିବା କରୋନା ଆକ୍ରାନ୍ତ (6,963)ଙ୍କ ତୁଳନାରେ ଭାରତରେ ଯଥେଷ୍ଟ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହାକି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବହୁତ କମ୍ ।
ଭାରତରେ ଜାତୀୟ ସୁସ୍ଥତା ହାର ଆଜି 94.2%କୁ ବୃଦ୍ଧି ପାଇଛି । ମୋଟ 90,16,289 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଦ୍ରୁତ ବୃଦ୍ଧି ପାଉଥିବା ବେଳେ ଆଜି ଅଛି 86,00,207 ।
ନୂଆ ସୁସ୍ଥଙ୍କ ମଧ୍ୟରେ 80.19% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 8,066 ଜଣ କୋଭିଡର ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,590 ଏବଂ ଦିଲ୍ଲୀରେ 4,834 ଜଣ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 75.76% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗତ 24 ଘଣ୍ଟାରେ କେରଳରେ 5,376 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 5,182 ଓ ଦିଲ୍ଲୀରେ 3,734 ଜଣ ଚିହ୍ନଟ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 540 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ 77.78% ପ୍ରାଣ ହରାଇଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
24 ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁ ମଧ୍ୟରୁ 21.29% କେବଳ ମହାରାଷ୍ଟ୍ର (115)ରେ ହୋଇଛି । ଦିଲ୍ଲୀରେ 82 ଜଣଙ୍କର ଏବଂ ପଶ୍ଚିମବଙ୍ଗରେ 49 ଜଣଙ୍କ ମୃତ୍ୟୁ ହୋଇଛି ।
ବିଶ୍ୱ ତୁଳନାରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ (101) ହେଉଛି ।
**********
(Release ID: 1678415)
Visitor Counter : 211
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam