ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୁରେଭି ବାତ୍ୟା କାରଣରୁ ଉତ୍ପନ୍ନ ସ୍ଥିତି ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 DEC 2020 8:13PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁରେ ଘୂର୍ଣ୍ଣବାତ୍ୟା ବୁରେଭି କାରଣରୁ ଉତ୍ପନ୍ନ ହୋଇଥିବା ସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିରୁ ଏଡପ୍ପାଡି କେ ପାଲାନିସ୍ୱାମୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥିରୁ ମହୋଦୟଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛି। ଆମେ ବୁରେଭି ଘୂର୍ଣ୍ଣିଝଡ଼ କାରଣରୁ ରାଜ୍ୟରେ ଦେଖାଦେଇଥିବା ସ୍ଥିତି ନେଇ ଆଲୋଚନା କଲୁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାମିଲନାଡୁକୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ। ମୁଁ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ସୁରକ୍ଷା ଓ ମଙ୍ଗଳ କାମନା କରୁଛି।”
***********
(ରିଲିଜ ଆଡି: 1677845)
ପରିଦର୍ଶକ କାଉଣ୍ଟର : 153
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam