ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କରୋନା ସକ୍ରିୟ ମାମଲା 4.35 ଲକ୍ଷକୁ ହ୍ରାସ

● ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ

प्रविष्टि तिथि: 01 DEC 2020 12:12PM by PIB Bhubaneshwar

ଭାରତରେ ସକ୍ରିୟ କରୋନା ମାମଲା ଆଜି 4,35,603କୁ ହ୍ରାସ ପାଇଛି, ଯାହାକି 5 ଲକ୍ଷରୁ କମ୍ ମୋଟ ପଜିଟିଭ୍ ମାମଲାର 4.60% ସକ୍ରିୟ ମାମଲା ରହିଛି

ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 11,349 ହ୍ରାସ ପାଇଛି

http://static.pib.gov.in/WriteReadData/userfiles/image/image0019EFB.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଛି

http://static.pib.gov.in/WriteReadData/userfiles/image/image002U3EF.jpg

କେତେକ ରାଜ୍ୟ (କେରଳ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼ ଇତ୍ୟାଦି)ରେ ଗତ 24 ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲା ହ୍ରାସ ପରଲକ୍ଷିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଗୁଜରାଟ, ଆସାମ ଏବଂ ଗୋଆ ଭଳି ରାଜ୍ୟରେ ପଜିଟିଭ୍ ମାମଲା ବୃଦ୍ଧି ହୋଇଛି

http://static.pib.gov.in/WriteReadData/userfiles/image/image003WVXM.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 41,985 ଜଣ ସୁସ୍ଥ ହୋଇଛନ୍ତି

ଦେଶରେ ମୋଟ 88,89,585 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର 93.94% ରହିଛି ସୁସ୍ଥ ସଂଖ୍ୟା ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢ଼ି ଚାଲିଛି ଏବଂ ଏବେ ଏହା 84,53,982ରେ ରହିଛି

ନୂଆ ସୁସ୍ଥଙ୍କ ମଧ୍ୟରୁ 76.82% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

କେରଳରୁ ଗୋଟିଏ ଦିନରେ ସର୍ବାଧିକ 6,055 ଜଣ ସୁସ୍ଥ ହୋଇଛନ୍ତି ଏହା ପଛକୁ ଦିଲ୍ଲୀରେ 5,824 ଜଣ ସୁସ୍ଥ ହୋଇଛନ୍ତି

http://static.pib.gov.in/WriteReadData/userfiles/image/image004SH2W.jpg

ନୂଆ କରୋନା ମାମଲା ମଧ୍ୟରୁ 77.79% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 3,837 ମାମଲା ଆସିଛି ଦିଲ୍ଲୀରେ 3,726 ମାମଲା ଆସିଥିବା ବେଳେ କେରଳରେ 3,382 ମାମଲା ଆସିଛି

http://static.pib.gov.in/WriteReadData/userfiles/image/image0054QI9.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 482 ଜଣଙ୍କ ମୃତ୍ୟୁ ହୋଇଛି ଏଥିରୁ 81.12% ମୃତ୍ୟୁ କେବଳ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ମୋଟ ମୃତ୍ୟୁରୁ 22.4% ଅର୍ଥାତ 108 ଜଣଙ୍କ ମୃତ୍ୟୁ କେବଳ ଦିଲ୍ଲୀରେ ହୋଇଛି ଏହା ପଛକୁ ମହାରାଷ୍ଟ୍ରରେ 80 ଜଣ ଏବଂ ପଶ୍ଚିମବଙ୍ଗରେ 48 ଜଣଙ୍କ ମୃତ୍ୟୁ ହୋଇଛି

http://static.pib.gov.in/WriteReadData/userfiles/image/image006Y4BJ.jpg

**********


(रिलीज़ आईडी: 1677479) आगंतुक पटल : 203
इस विज्ञप्ति को इन भाषाओं में पढ़ें: English , Urdu , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam