ଅର୍ଥ ମନ୍ତ୍ରଣାଳୟ

ନଭେମ୍ବର 2020ରେ ମୋଟ 1,04,963 କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

• ପୂର୍ବବର୍ଷ ଏହି ଅବଧି ତୁଳନାରେ ଜିଏସଟି ସଂଗ୍ରହ 1.4% ବୃଦ୍ଧି
• ଓଡ଼ିଶାରେ 8% ବୃଦ୍ଧି ସହିତ 2528 କୋଟି ଟଙ୍କାର ଜିଏସଟି ସଂଗ୍ରହ

Posted On: 01 DEC 2020 1:45PM by PIB Bhubaneshwar

ନଭେମ୍ବର 2020 ମାସରେ ମୋଟ 1,04,963 କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି 19,189 କୋଟି ଟଙ୍କା, ଏସଜିଏସଟି 25,540 କୋଟି ଟଙ୍କା ଏବଂ ଆଇଜିଏସଟି ପରିମାଣ 51,992 କୋଟି (ମାଲ ଆମଦାନୀରୁ ସଂଗୃହିତ 22,078  ଟଙ୍କା ସମେତ) ରହିଥିବା ଜଣାଯାଇଛି ସେହିପରି ସଂଗୃହିତ ଉପକର (ସେସ) ପରିମାଣ 8,242 କୋଟି ଟଙ୍କା (ମାଲ ରପ୍ତାନିରୁ ସଂଗୃହିତ 809କୋଟି ଟଙ୍କା ସମେତ) ଟଙ୍କା  ରହିଥିବା ଜଣାଯାଇଛି 30 ନଭେମ୍ବର 2020 ସୁଦ୍ଧା ନଭେମ୍ବର ମାସ ପାଇଁ ଦାଖଲ କରାଯାଇଥିବା ଜିଏସଟିଆର-3ବି ରିଟର୍ଣ୍ଣ ସଂଖ୍ୟା 82 ଲକ୍ଷ ରହିଛି

ସରକାର ନିୟମିତ ପରିଶୋଧ ରୂପରେ ଆଇଜିଏସଟିରୁ 22,293 କୋଟି ଟଙ୍କା ସିଜିଏସଟିକୁ ଏବଂ 16,286 କୋଟି ଟଙ୍କା ଏସଜିଏସଟିକୁ ପରିଶୋଧ କରିଥିବା ଜଣାଯାଇଛି ନିୟମିତ ପରିଶୋଧ ପରେ ନଭେମ୍ବର 2020 ମାସ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସଂଗୃହିତ ମୋଟ ରାଜସ୍ୱ ପରିମାଣ ସିଜିଏସଟି ପାଇଁ 41,482 କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ 41,826 ଟଙ୍କା ରହିଥିବା ଜଣାଯାଇଛି

ଜିଏସଟି ରାଜସ୍ୱ ସଂଗ୍ରହ ସଦ୍ୟତମ ପୂର୍ବାନୁମାନ ମୁତାବକ, ନଭେମ୍ବର 2020ରେ ଆଶାନୁରୂପ ରହିଛି ଯାହାକି ପୂର୍ବବର୍ଷର ଏହି ମାସରେ ସଂଗୃହିତ ଜିଏସଟି ରାଜସ୍ୱ ତୁଳନାରେ 1.4% ଅଧିକ ସେହିପରି ଚଳିତ ବର୍ଷର ନଭେମ୍ବର ମାସରେ ମାଲ ଆମଦାନୀରୁ ସଂଗୃହିତ ରାଜସ୍ୱ ପୂର୍ବବର୍ଷର ଏହି ମାସ ତୁଳନାରେ 4.9% ଅଧିକ ରହିଛି ଏବଂ ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ସଂଗୃହିତ ରାଜସ୍ୱ 0.5% ଅଧିକ ରହିଛି

ଅପରପକ୍ଷରେ ଚଳିତ ବର୍ଷ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ପରିମାଣ 8% ବୃଦ୍ଧି ପାଇଥିବା ଜଣାଯାଇଛି ଚଳିତ ବର୍ଷ ରାଜ୍ୟରେ 2528 କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ଏହି ମାସରେ 2347 କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିଲା।

ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ମାସିକ ମୋଟ ଜିଏସଟି ସଂଗ୍ରହର ଆକଳନ ପ୍ରଦର୍ଶିତ କରାଯାଇଛି ତାଲିକାରେ ନଭେମ୍ବର 2019 ତୁଳନାରେ ନଭେମ୍ବର 2020 ମାସରେ ପ୍ରତ୍ୟେକ ରାଜ୍ୟରୁ ସଂଗୃହିତ ଜିଏସଟିର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

ନଭେମ୍ବର 2020ରେ  ଜିଏସଟି ରାଜସ୍ୱର ରାଜ୍ୟୱାରୀ ବୃଦ୍ଧି

ରାଜ୍ୟ

ନଭେମ୍ବର-19

ନଭେମ୍ବର-20

ବୃଦ୍ଧି

ଜମୁ ଓ କଶ୍ମୀର

363

360

-1%

ହିମାଚଳ ପ୍ରଦେଶ

701

758

8%

ପଞ୍ଜାବ

1,375

1,396

2%

ଚଣ୍ଡିଗଡ଼

165

141

-14%

ଉତ୍ତରାଖଣ୍ଡ

1,280

1,286

0%

ହରିୟାଣା

5,904

5,928

0%

ଦିଲ୍ଲୀ

3,995

3,413

-15%

ରାଜସ୍ଥାନ

3,071

3,130

2%

ଉତ୍ତର ପ୍ରଦେଶ

5,678

5,528

-3%

ବିହାର

1,107

970

-12%

ସିକିମ

157

223

42%

ଅରୁଣାଚଳ ପ୍ରଦେଶ

36

60

68%

ନାଗାଲାଣ୍ଡ

23

30

31%

ମଣିପୁର

35

32

-9%

ମିଜୋରାମ

17

17

0%

ତ୍ରିପୁରା

51

58

13%

ମେଘାଳୟ

117

120

2%

ଆସାମ

958

946

-1%

ପଶ୍ଚିମବଙ୍ଗ

3,460

3,747

8%

ଝାଡ଼ଖଣ୍ଡ

1,720

1,907

11%

ଓଡ଼ିଶା

2,347

2,528

8%

ଛତିଶଗଡ଼

2,176

2,181

0%

ମଧ୍ୟପ୍ରଦେଶ

2,453

2,493

2%

ଗୁଜରାଟ

6,805

7,566

11%

ଡାମନ ଓ ଡିଉ

101

2

-98%

ଦାଦ୍ରା ଓ ନଗର ହାଭେଳୀ

145

296

105%

ମହାରାଷ୍ଟ୍ର

15,968

15,001

-6%

କର୍ଣ୍ଣାଟକ

6,972

6,915

-1%

ଗୋଆ

342

300

-12%

ଲାକ୍ଷାଦୀପ

2

0

-75%

କେରଳ

1,691

1,568

-7%

ତାମିଲନାଡ଼ୁ

6,449

7,084

10%

ପୁଡୁଚେରୀ

157

158

1%

ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ

25

23

-7%

ତେଲଙ୍ଗାନା

3,349

3,175

-5%

ଆନ୍ଧ୍ରପ୍ରଦେଶ

2,230

2,507

12%

ଲଦାଖ

-

9

 

ଅନ୍ୟକ୍ଷେତ୍ର

153

79

-48%

କେନ୍ଦ୍ରର କ୍ଷେତ୍ରାଧିକାର

95

138

45%

ମୋଟ

81,674

82,075

0.5%

********



(Release ID: 1677451) Visitor Counter : 255