ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରିଟେନ ପ୍ରଧାନମନ୍ତ୍ରୀ ଶ୍ରୀ ବୋରିସ ଜନସନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 27 NOV 2020 7:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ମହାମହିମ ବୋରିସ ଜନସନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି

କୋଭିଡ-19 ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନ ବିଷୟରେ ଦୁଇ ନେତା ମତ ବିନିମୟ କରିଥିଲେ ଏବଂ ଟିକା ବିକାଶ ତଥା ଉତ୍ପାଦନ କ୍ଷେତ୍ରରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସହଯୋଗ ନେଇ ସମୀକ୍ଷା କରିଥିଲେ

ଦୁଇ ନେତା କୋଭିଡ ଓ ବ୍ରେକସିଟ ପରବର୍ତ୍ତୀ କାଳରେ ଭାରତ-ବ୍ରିଟେନ ସହଭାଗୀତାକୁ ସୁଦୃଢ କରିବା ଏବଂ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ, ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଅନେକ ସମ୍ଭାବନା ରହିଛି ବୋଲି ସହମତ ହୋଇଥିଲେ

ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇରେ ଭାରତ ଏବଂ ବ୍ରିଟେନ ମିଳିତ ହେବା ଉପରେ ସେମାନେ ବିଶେଷ ଗୁରୁତ୍ୱାରୋପ କରିଥିଲେ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ଭଳି ପ୍ଲାଟଫର୍ମରେ ସେମାନଙ୍କର ସହଯୋଗକୁ ପ୍ରଶଂସା କରିଥିଲେ

ଉଭୟେ ସହମତ ହୋଇଥିଲେ ଯେ, ଭାରତ-ବ୍ରିଟେନ ସହଭାଗୀତା ପାଇଁ ଦୀର୍ଘକାଳୀନ ରୋଡମ୍ୟାପ ଶୀଘ୍ର ଚୂଡ଼ାନ୍ତ କରିବା ପାଇଁ ଉଭୟ ପକ୍ଷର ଅଧିକାରୀମାନେ ଏଦିଗରେ କାର୍ଯ୍ୟ ଜାରି ରଖିବେ

 

**********


(रिलीज़ आईडी: 1676598) आगंतुक पटल : 300
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam