ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରିଟେନ ପ୍ରଧାନମନ୍ତ୍ରୀ ଶ୍ରୀ ବୋରିସ ଜନସନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 NOV 2020 7:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ମହାମହିମ ବୋରିସ ଜନସନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

କୋଭିଡ-19 ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନ ବିଷୟରେ ଦୁଇ ନେତା ମତ ବିନିମୟ କରିଥିଲେ ଏବଂ ଟିକା ବିକାଶ ତଥା ଉତ୍ପାଦନ କ୍ଷେତ୍ରରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସହଯୋଗ ନେଇ ସମୀକ୍ଷା କରିଥିଲେ ।

ଦୁଇ ନେତା କୋଭିଡ ଓ ବ୍ରେକସିଟ ପରବର୍ତ୍ତୀ କାଳରେ ଭାରତ-ବ୍ରିଟେନ ସହଭାଗୀତାକୁ ସୁଦୃଢ କରିବା ଏବଂ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ, ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଅନେକ ସମ୍ଭାବନା ରହିଛି ବୋଲି ସହମତ ହୋଇଥିଲେ ।

ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇରେ ଭାରତ ଏବଂ ବ୍ରିଟେନ ମିଳିତ ହେବା ଉପରେ ସେମାନେ ବିଶେଷ ଗୁରୁତ୍ୱାରୋପ କରିଥିଲେ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ଭଳି ପ୍ଲାଟଫର୍ମରେ ସେମାନଙ୍କର ସହଯୋଗକୁ ପ୍ରଶଂସା କରିଥିଲେ ।

ଉଭୟେ ସହମତ ହୋଇଥିଲେ ଯେ, ଭାରତ-ବ୍ରିଟେନ ସହଭାଗୀତା ପାଇଁ ଦୀର୍ଘକାଳୀନ ରୋଡମ୍ୟାପ ଶୀଘ୍ର ଚୂଡ଼ାନ୍ତ କରିବା ପାଇଁ ଉଭୟ ପକ୍ଷର ଅଧିକାରୀମାନେ ଏଦିଗରେ କାର୍ଯ୍ୟ ଜାରି ରଖିବେ ।

 

**********


(ରିଲିଜ ଆଡି: 1676598) ପରିଦର୍ଶକ କାଉଣ୍ଟର : 328