ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶର ନୂଆ କରୋନା ମାମଲାରୁ 61% କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରୁ

Posted On: 26 NOV 2020 12:03PM by PIB Bhubaneshwar

ଭାରତରେ ଗତ 24 ଘଣ୍ଟା ମଧ୍ୟରେ 44,489 ନୂଆ କରୋନା ମାମଲା ଆସିଛି । ଏଥିରୁ 60.72% 6ଟି ରାଜ୍ୟ; କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରୁ ଆସିଛି ।

ଗତ 24 ଘଣ୍ଟାରେ କେରଳରେ ସର୍ବାଧିକ 6491 ନୂଆ କରୋନା ମାମଲା ଆସିଛି । ମହାରାଷ୍ଟ୍ରରେ 6159 ଏବଂ ଦିଲ୍ଲୀରେ 5246 ମାମଲା ଆସିଛି ।

WhatsApp Image 2020-11-26 at 10.01.48 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 524 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 60.50% ମୃତ୍ୟୁ 6ଟି ରାଜ୍ୟ; ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ହୋଇଛି ।

ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପରୋକ୍ତ ରାଜ୍ୟ ମଧ୍ୟରୁ 4ଟି ରାଜ୍ୟ ଯେଉଁଠାରେ ଅଧିକ କରୋନା ମାମଲା ଆସିବା ସହ ଅଧିକ କରୋନା ମୃତ୍ୟୁ ମଧ୍ୟ ହୋଇଛି ।

ଦିଲ୍ଲୀରେ ସର୍ବାଧିକ 99 ମୃତ୍ୟୁ ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ 65 ଏବଂ ପଶ୍ଚିମବଙ୍ଗରେ 51 ମୃତ୍ୟୁ ହୋଇଛି ।

WhatsApp Image 2020-11-26 at 10.02.11 AM.jpeg

ଭାରତରେ ବର୍ତ୍ତମାନ ସକ୍ରିୟ କରୋନା ମାମଲା (4,52,344) ମୋଟ କରୋନା ମାମଲାର 4.88% ରହିଛି, ଯାହାକି 5%ରୁ କମ୍ ।

ସକ୍ରିୟ କରୋନା ମାମଲାରୁ 65% 8ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଛି ଯେଉଁଠାରୁ କି ଦୈନିକ ଅଧିକ କରୋନା ମାମଲା ଆସିଛି ଏବଂ ଦୈନିକ ମୃତ୍ୟୁ ମଧ୍ୟ ଅଧିକ ହୋଇଛି ।

WhatsApp Image 2020-11-26 at 10.20.46 AM.jpeg

ମୋଟ ମୃତ୍ୟୁର 61% ହୋଇଛି 8 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ଏସବୁ 8ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ମାମଲା କ୍ଷେତ୍ରରେ ଥିବା ଜାତୀୟ ହାର (6715) ତୁଳନାରେ ନିମ୍ନଲିଖିତ ଭାବେ ରହିଛି ।

WhatsApp Image 2020-11-26 at 10.26.39 AM (1).jpeg

ଜାତୀୟ ମୃତ୍ୟୁ ହାର (1.46%) ତୁଳନାରେ 8 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ମୃତ୍ୟୁ ହାର ନିମ୍ନଲିଖିତ ଭାବେ ରହିଛି ।

WhatsApp Image 2020-11-26 at 10.32.48 AM.jpeg

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ 87 ଲକ୍ଷ (86,79,138) ରହିଛି । ଜାତୀୟ ସୁସ୍ଥତା ହାର ଆଜି ରହିଛି 93.66% । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36,367 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-11-26 at 10.30.11 AM.jpeg

15 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥ ହାର ଜାତୀୟ ସୁସ୍ଥ ହାର ଠାରୁ ଅଧିକ ରହିଛି ।

WhatsApp Image 2020-11-26 at 10.11.27 AM.jpeg

20 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥ ହାର ଜାତୀୟ ହାର ଠାରୁ କମ୍ ରହିଛି ।

WhatsApp Image 2020-11-26 at 10.11.25 AM.jpeg

 

**********

 



(Release ID: 1676177) Visitor Counter : 191