କ୍ୟାବିନେଟ

ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଫିଜିକାଲ କଲଚର ଏବଂ କ୍ରୀଡା କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁକୁ କ୍ୟାବିନେଟର ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 25 NOV 2020 3:32PM by PIB Bhubaneswar

ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଫିଜିକାଲ କଲଚର ଓ କ୍ରୀଡା କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତ ବୁଝାମଣା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି ।

ପାଞ୍ଚଟି ଦେଶ ମଧ୍ୟରେ କ୍ରୀଡା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଲେ ଏହା କ୍ରୀଡା ବିଜ୍ଞାନ, କ୍ରୀଡା ସମ୍ବନ୍ଧିତ ଔଷଧ, ପ୍ରଶିକ୍ଷଣ କୌଶଳ ଇତ୍ୟାଦି ନେଇ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ । ଏହା ଫଳରେ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ କ୍ରୀଡାବିତ୍ ମାନଙ୍କ ପ୍ରଦର୍ଶନ ଉନ୍ନତ ହେବା ସହ ବ୍ରିକ୍ସ ସଦସ୍ୟ ଦେଶଗୁଡିକ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ । କ୍ରୀଡା କ୍ଷେତ୍ରରେ ଏହି ସହଯୋଗ ଯୋଗୁଁ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ ପାଞ୍ଚଟି ଦେଶର କ୍ରୀଡାବିତ୍ ମାନେ ଉପକୃତ ହେବେ ।

 

**********

 


(ରିଲିଜ ଆଡି: 1675793) ପରିଦର୍ଶକ କାଉଣ୍ଟର : 152