ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତା 25 ତାରିଖ ଦିନ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 NOV 2020 1:04PM by PIB Bhubaneshwar

ଆସନ୍ତା 25 ତାରିଖ ଦିନ ଅପରାହ୍ନ 5.30 ମିନଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ ଏହି ବିଶ୍ଵବିଦ୍ୟାଳୟ 1920ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ନିଜର ଶତବାର୍ଷିକୀ ପାଳନ କରୁଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ଭାରତୀୟ ଡାକ ବିଭାଗ ଦ୍ଵାରା ପ୍ରସ୍ତୁତ ଏକ ସ୍ଵତନ୍ତ୍ର ସ୍ମାରକୀ ଡାକ ଟିକଟ ମଧ୍ୟ ଶ୍ରୀ ମୋଦୀ ଉନ୍ମୋଚନ କରିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ

 

*********


(रिलीज़ आईडी: 1675134) आगंतुक पटल : 229
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam