ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର 5% ତଳେ ରହିଛି

● ସୁସ୍ଥତା ହାର 93%ରୁ ଅଧିକ ରହିଛି
● କ୍ରମାଗତ 16 ଦିନ ଧରି ଦୈନିକ ନୂଆ ମାମଲା 50 ହଜାରରୁ ତଳେ ରହିଛି

Posted On: 23 NOV 2020 11:38AM by PIB Bhubaneshwar

ଭାରତରେ ଏବେ କରୋନା ସକ୍ରିୟ ମାମଲା(4,43,486) ମୋଟ ପଜିଟିଭ୍ ମାମଲାର 4.85% ରହିଛି, ଯାହାକି 5%ରୁ ତଳେ ।

ଆଜି ପର୍ଯ୍ୟନ୍ତ ସୁସ୍ଥତା ହାର 93 % (93.68%) ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41,024 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 85,62,641 ରହିଛି ।

ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ରହିଛି 81,19,155 ।

http://static.pib.gov.in/WriteReadData/userfiles/image/image0016G8H.jpg

ଗତ 24 ଘଣ୍ଟା ମଧ୍ୟରେ 44,059 ଜଣ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ନଭେମ୍ବର 8 ତାରିଖରୁ କ୍ରମାଗତ 16 ଦିନ ଧରି ଭାରତରେ ଦୈନିକ ନୂଆ ପଜିଟିଭ୍ ମାମଲା 50 ହଜାର ତଳେ ରହିଛି । ଏହା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ, ଶୀତ ଋତୁ ଆସିବା କ୍ଷଣି ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ 77.44% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ 24 ଘଣ୍ଟା ମଧ୍ୟରେ କେରଳରେ 6,227 ଜଣ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ 6,154 ଏବଂ ମହାରାଷ୍ଟ୍ରରେ 4,060 ଜଣ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image002EQPH.jpg

ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ 78.74% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରୁ 6,746 ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ରରୁ 5,753 ଏବଂ କେରଳରୁ 5,254 ଜଣ ଚିହ୍ନଟ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image003CH9S.jpg

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଚିହ୍ନଟ ହେଉଥିବା ଆକ୍ରାନ୍ତ (6,623)ଙ୍କ ଜାତୀୟ ହାର ତୁଳନାରେ 15 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ହାର ରହିଛି ।

http://static.pib.gov.in/WriteReadData/userfiles/image/image00452D9.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 511 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 74.95% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ।

ଦିଲ୍ଲୀରେ ଏଥିରୁ 23.68% ଅର୍ଥାତ 121 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 50 ଜଣଙ୍କର ଏବଂ ପଶ୍ଚିମବଙ୍ଗରେ 49 ଜଣଙ୍କ ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image005732N.jpg

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ହେଉଥିବା ମୃତ୍ୟୁ (97)ର ଜାତୀୟ ହାର ତୁଳନାରେ 21 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ମୃତ୍ୟୁ ହାର ରହିଛି ।

http://static.pib.gov.in/WriteReadData/userfiles/image/image006QWZN.jpg

 

**********



(Release ID: 1675132) Visitor Counter : 242