ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଂସଦ ସଦସ୍ୟମାନଙ୍କ ପାଇଁ ଆସନ୍ତା 23 ତାରିଖ ଦିନ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 21 NOV 2020 4:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 23 ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ 11ଟା ବେଳେ ଅନୁଷ୍ଠିତ ହେବାକୁ  ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଏହି ଫ୍ଲାଟଗୁଡିକ ନୂଆଦିଲ୍ଲୀର ଡକ୍ଟର ବି.ଡି. ମାର୍ଗରେ ନିର୍ମିତ ହୋଇଛି 80 ବର୍ଷରୁ ଅଧିକ ପୁରୁଣା 8ଟି ବଙ୍ଗଳାକୁ ଭାଙ୍ଗି 76ଟି ଫ୍ଲାଟ ନିର୍ମାଣ କରାଯାଇଛି ଏହି ଫ୍ଲାଟଗୁଡିକ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ଅର୍ଥରୁ ଶତକଡା 14 ଭାଗ ଅର୍ଥ ବଞ୍ଚାଯାଇପାରିଛି କୋଭିଡ-19 ପ୍ରଭାବ ସତ୍ଵେ ଯଥା ସମୟରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି

ନିର୍ମାଣ କାର୍ଯ୍ୟରେ କେତେକ ବିଶେଷ ପଦକ୍ଷେପ ନିଆଯାଇଛି ପାଉଁଶ, ପୁରୁଣା ବଙ୍ଗଳାର ଭଗ୍ନାବଶେଷରୁ ଇଟା ପ୍ରସ୍ତୁତ କରାଯିବା ସହ ଶକ୍ତି ସଞ୍ଚୟକାରୀ ଏଲଇଡି ବିଜୁଳି ବତୀର ବ୍ୟବସ୍ଥା କରାଯାଇଛି ବିଜୁଳି ବତୀ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଇତ୍ୟାଦିକୁ ଦୂର ସମ୍ବେଦୀ ଦ୍ଵାରା ନିୟନ୍ତ୍ରଣ କରାଯିବା ସହ ବର୍ଷାଜଳ ସଂଗ୍ରହ ଦ୍ଵାରା ଜଳ ସଂରକ୍ଷଣ ଛାତରେ ସୌରଶକ୍ତି ପ୍ଳାଣ୍ଟମାନ ସ୍ଥାପନ କରାଯାଇଛି  

 

**********


(रिलीज़ आईडी: 1674790) आगंतुक पटल : 294
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam