ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

15ତମ ଜି20 ନେତୃବୃନ୍ଦଙ୍କ ସମ୍ମିଳନୀ (ନଭେମ୍ବର 21-22, 2020)

प्रविष्टि तिथि: 19 NOV 2020 8:33PM by PIB Bhubaneshwar

ଦୁଇ ପବିତ୍ର ମସଜିଦସାଉଦି ଆରବ ସାମ୍ରାଜ୍ୟର ସଂରକ୍ଷକ ମହାମହିମ କିଙ୍ଗ ସଲମାନ ବିନ ଅବଦୁଲାଜିଜ ଅଲ ସଉଦଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ସାମ୍ରାଜ୍ୟ ପକ୍ଷରୁ ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀର ସୁଯୋଗକୁ ହୃଦୟଙ୍ଗମ କରିବା’ ଶୀର୍ଷକରେ ନଭେମ୍ବର 21-22, 2020ରେ ହେବାକୁ ଥିବା 15ତମ ଜି20 ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଭର୍ଚୁଆଲ ଫର୍ମାଟରେ ଆୟୋଜିତ ହେବ ।

ଆଗାମୀ ଶିଖର ସମ୍ମିଳନୀ ହେଉଛି 2020ରେ ଜି20 ନେତୃବୃନ୍ଦଙ୍କ ଦ୍ୱିତୀୟ ବୈଠକ । ପ୍ରଧାନମନ୍ତ୍ରୀ ଏବଂ ସାଉଦି ଆରବର କ୍ରାଉନ ପ୍ରିନ୍ସଙ୍କ ମଧ୍ୟରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ ପରେ, 2020 ମାର୍ଚ୍ଚରେ ଅନ୍ତିମ ଜି20 ନେତାଙ୍କ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା, ଯେଉଁଠାରେ ନେତାମାନେ କୋଭିଡ-19 ମହାମାରୀର ମୁକାବିଲା ବାବଦରେ ସହାୟତା କରିବା ଏବଂ ଏକ ଅନ୍ତର୍ଜାତୀୟ ସମନ୍ୱିତ ପ୍ରତିକ୍ରିୟା ପ୍ରଦର୍ଶନ ଲାଗି ଜି20 ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସମୟୋଚିତ ବୁଝାମଣା ବିକଶିତ କରିଥିଲେ ।

ଆଗାମୀ ଜି20 ଶିଖର ସମ୍ମିଳନୀରେ କୋଭିଡ-19କୁ ପ୍ରତିହତ କରିବା ପାଇଁ ଏକ ସାମୂହିକ, ନମନୀୟ ତଥା ସ୍ଥାୟୀ ସୁଧାର ଉପରେ ଗୁରୁତ୍ୱ ଦିଆଯିବ । ଜି20 ଶିଖର ସମ୍ମିଳନୀ ବେଳେ ନେତାମାନେ ମହାମାରୀ ପ୍ରସ୍ତୁତି ଏବଂ ନିଯୁକ୍ତି କ୍ଷେତ୍ରକୁ ପୁନଃ ସଂଚାଳିତ କରିବା ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ଏକ ସମାବେଶୀ, ନିରନ୍ତର ତଥା ବିକଶିତ  ଭବିଷ୍ୟତ ନିର୍ମାଣ ନିମନ୍ତେ ନେତାମାନେ ସେମାନଙ୍କ ଦୃଷ୍ଟିକୋଣ ବିନିମୟ କରିବେ ।

ସାଉଦି ଆରବ ସହ ଭାରତ ଜି20 ଟ୍ରୋଇକାରେ ପ୍ରବେଶ କରିବ, ଯେବେ କି ଇଟାଲୀ 1 ଡିସେମ୍ବର 2020ରେ ଜି20ର ଅଧ୍ୟକ୍ଷତା ଭାର ହାତକୁ ନେବ ।

 

**********


(रिलीज़ आईडी: 1674500) आगंतुक पटल : 226
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Manipuri , Telugu , Bengali , Assamese , Punjabi , Gujarati , Tamil , Kannada , Malayalam