ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଡିଜିଟାଲ ମିଡିଆରେ ଏଫ୍‌ଡିଆଇ ନିବେଶ ସଂକ୍ରାନ୍ତ ତଥ୍ୟ ବିଷୟରେ ମାସକ ମଧ୍ୟରେ ସରକାରଙ୍କୁ ଅବଗତ କରାଇବାକୁ ସଂପୃକ୍ତ ସଂସ୍ଥାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅନୁରୋଧ

Posted On: 16 NOV 2020 2:23PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏକ ସର୍ବସାଧାରଣ ବିଜ୍ଞପ୍ତି ଜାରି କରି ଡିଜିଟାଲ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ସଂକ୍ରାନ୍ତ ତଥ୍ୟାବଳୀ ଆଜିଠାରୁ ମାସକ ମଧ୍ୟରେ ଜଣାଇବାକୁ ଅନୁରୋଧ କରାଯାଇଛି । ନ୍ୟୁଜ୍‌ ଓ କରେଣ୍ଟ ଆଫାୟର୍ସ କାର୍ଯ୍ୟକ୍ରମର ଅପ୍‌ଲୋଡିଂ ଓ ଷ୍ଟ୍ରିମିଂ କରୁଥିବା ଯୋଗ୍ୟ ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଏ ସଂକ୍ରାନ୍ତ ନିଷ୍ପତ୍ତି ବିଷୟରେ ସବିଶେଷ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଓ ନିଷ୍ପତ୍ତି ସଂପର୍କରେ ଏକ ମାସ ମଧ୍ୟରେ ସରକାରଙ୍କୁ ଅବଗତ କରାଇବାକୁ ପଡିବ । 2019 ସେପ୍ଟେମ୍ବର 18 ତାରିଖରେ ଡିଜିଟାଲ ମିଡିଆରେ 26 ଶତାଂଶ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ସଂପର୍କରେ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତଦନୁସାରେ ସରକାରୀ ଅନୁମୋଦନ ବାଟରେ ପୁଞ୍ଜିନିବେଶ ପ୍ରକ୍ରିୟା କରାଯାଇଛି । ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ତୁରନ୍ତ ଏକମାସ ମଧ୍ୟରେ ସରକାରଙ୍କୁ ଅବଗତ କରିବାକୁ ପଡିବ । ଯେଉଁ ସଂସ୍ଥା ନିୟମରେ ଧାର୍ଯ୍ୟ ଅନୁପାତଠାରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ତଥ୍ୟ ଦାଖଲ ଅନିବାର୍ଯ୍ୟ ହୋଇଛି । ଏକମାସ ମଧ୍ୟରେ ସେମାନଙ୍କୁ ମଧ୍ୟ ଏହି ତଥ୍ୟ ଦାଖଲ କରିବାକୁ ପଡିବ । ଯେଉଁମାନେ 26 ଶତାଂଶଠାରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ କରିଛନ୍ତି ତାହାକୁ ଧାର୍ଯ୍ୟ ଅନୁପାତକୁ ହ୍ରାସ କରିବାକୁ ଆବେଦନ କରିବାକୁ ହେବ । ଏହି ବିଜ୍ଞପ୍ତିରେ ଉଲ୍ଲେଖଥିବା ବିଷୟବସ୍ତୁଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି ।

(1) ଯେଉଁସବୁ ସଂସ୍ଥା 26 ଶତାଂଶରୁ କମ୍‌ ବିଦେଶୀ ପୁଞ୍ଜି ନିବେଶ କରିଛନ୍ତି ସେମାନଙ୍କୁ ଆଜିଠାରୁ ଏକ ମାସ ମଧ୍ୟରେ ଏ ସଂକ୍ରାନ୍ତ ତଥ୍ୟାବଳୀ ଓ ଅବଗତିପତ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ ପଡିବ । ଏଥିସହିତ ସେମାନଙ୍କୁ ଆଉ କେତେକ ତଥ୍ୟାବଳୀ ଦେବାକୁ ପଡିବ ଏବଂ ସେଗୁଡିକ ହେଲା-

(କ) କଂପାନୀ ବା ସଂସ୍ଥାର ସବିଶେଷ ବିବରଣୀ, ଏହାର ସେୟାର ହୋଲ୍‌ଡିଂର ଢାଞ୍ଚା ଏବଂ ନିର୍ଦେଶକ ଓ ଅଂଶୀଦାରଙ୍କ ନାମ ଏବଂ ଠିକଣା ।

(ଖ) ସଂପୃକ୍ତ ସଂସ୍ଥା ବା କଂପାନୀର ପ୍ରମୋଟର ଏବଂ ପ୍ରମୁଖ ପ୍ରତ୍ୟକ୍ଷ ଉପକୃତ ହେଉଥିବା ମାଲିକଙ୍କ ନାମ ଓ ଠିକଣା ଦାଖଲ କରିବାକୁ ପଡିବ ।

(ଗ)  କାର୍ଯ୍ୟକ୍ରମ ପ୍ରସାରଣ ବାବଦ ମୂଲ୍ୟ ଏଫ୍‌ଡିଆଇ ନୀତି ଅନୁସାରେ ଆବଶ୍ୟକ ପଡୁଥିବା ନଥିପତ୍ର ଏବଂ ଅନ୍ୟାନ୍ୟ ତଥ୍ୟାବଳୀ ଯଥା ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା (ନନ୍‌-ଡେଟ ଇନ୍‌ଷ୍ଟ୍ରୁମେଣ୍ଟସ୍‌) ନିୟମ 2019 ଏବଂ ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା (ମୋଡ୍‌ ଅପ୍‌ ପେମେଣ୍ଟ ଏଣ୍ଡ ରିପୋର୍ଟିଂ ଅଫ୍‌ ନନ୍‌-ଡେଟ ଇନ୍‌ଷ୍ଟ୍ରୁମେଣ୍ଟସ୍‌) ନିୟନ୍ତ୍ରଣ ଆଇନ 2019 ଏବଂ ଅନ୍ୟାନ୍ୟ ଆବଶ୍ୟକ ନଥିପତ୍ରର କପି ଦାଖଲ କରିବାକୁ ହେବ ।

(ଘ) ପରମାନେଣ୍ଟ ଆକାଉଣ୍ଟ ନମ୍ବର, ଅଡିଟର ରିପୋର୍ଟ ଏବଂ ସର୍ବଶେଷ ବାଲାନ୍ସସିଟ୍‌ ସହିତ ଅଡିଟେଡ ଅଥବା ଅନ୍‌ଅଡିଟେଡ ଲାଭକ୍ଷତିର ବିବରଣୀ ପ୍ରଦାନ କରିବାକୁ ପଡିବ ।

(2) ଯେଉଁସବୁ ସଂସ୍ଥା ବା କଂପାନୀରେ 26 ଶତାଂଶରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ହୋଇଛି ସେମାନଙ୍କୁ ଆଜିଠାରୁ ଏକ ମାସ ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପଡିବ । ସେମାନଙ୍କୁ ମଧ୍ୟ ଆହୁରି ଦର୍ଶାଇବାକୁ ପଡିବ ଯେ 26 ଶତାଂଶରୁ ଅଧିକ ନିବେଶ ହୋଇଥିବା ବୈଦେଶିକ ପାଣ୍ଠିକୁ 2021 ଅକ୍ଟୋବର 15 ସୁଦ୍ଧା ହ୍ରାସ କରିବାକୁ ହେବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବେଦନ କରି ଅନୁମତି ନେବାକୁ ପଡିବ ।

(3) କୌଣସି ସଂସ୍ଥା ବା କଂପାନୀ ଯଦି ଦେଶକୁ ନୂଆ ବିଦେଶୀ ନିବେଶ ଆଣିବାକୁ ଆଗ୍ରହ ପ୍ରକାଶ କରନ୍ତି ତେବେ ସେଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ଓ ଅନୁମୋଦନ ନେବାକୁ ପଡିବ । ଏଥିପାଇଁ ସେମାନଙ୍କୁ ଡିପିଆଇଆଇଟିର ବିଦେଶୀ ପୁଞ୍ଜି ନିବେଶ ଫାସିଲିଟେସନ ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ହେବ । ଏଫ୍‌ଡିଆଇ ନୀତି ଅନୁସାରେ ଏହା ଅନିବାର୍ଯ୍ୟ । ଏଥିପାଇଁ ମଧ୍ୟ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ (ନନ୍‌-ଡେଟ ଇନ୍‌ଷ୍ଟ୍ରୁମେଣ୍ଟସ) ସଂଶୋଧନ ଆଇନ 2019 ଅନୁସାରେ କେତେକ ନୂତନ ସର୍ତ୍ତ ରଖାଯାଇଛି । ସରକାରୀ ଅନୁମୋଦନକ୍ରମେ ସେହି ସର୍ତ୍ତଗୁଡିକୁ ପାଳନ କରିବାକୁ ହେବ ।

ଉଲ୍ଲେଖନୀୟ ଯେ ନିବେଶ (ଇନ୍‌ଭେଷ୍ଟମେଣ୍ଟ) ଅର୍ଥ ଭାରତରେ ବସବାସ କରୁଥିବା କୌଣସି ବ୍ୟକ୍ତି କିମ୍ବା ୟୁନିଟକୁ କୌଣସି ପ୍ରତିଭୂତି ପ୍ରଦାନ କରିବା ବା ସବ୍‌ସ୍କ୍ରାଇବ, ଅଧିଗ୍ରହଣ ବା ଆକ୍ୟୁଆର, ହୋଲ୍‌ଡ ବା ମାଲିକାନାରେ ରଖିବା କିମ୍ବା ହସ୍ତାନ୍ତର କରିବା ଆଦି ସମସ୍ତ ବିଷୟ ପୁଞ୍ଜି ନିବେଶଭାବେ ବିବେଚିତ ହେବ ।

(4) ପ୍ରତ୍ୟେକ ସଂସ୍ଥାକୁ ସିଟିଜେନସିପ୍‌ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦେଶ ଓ ସର୍ତ୍ତାବଳୀ ପୂରଣ କରିବାକୁ ପଡିବ । ସଂପୃକ୍ତ ସଂସ୍ଥାଙ୍କୁ ବର୍ଷକୁ 60 ଦିନ ପାଇଁ ଭାରତରେ କୌଣସି ବିଦେଶୀ ନାଗରିକଙ୍କୁ ଯଦି ନିଯୁକ୍ତି, ଠିକା ବା ପରାମର୍ଶଦାତା କିମ୍ବା ଅନ୍ୟାନ୍ୟ ପଦରେ କାର୍ଯ୍ୟ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ଥାଏ, ତେବେ ଏଥିପାଇଁ ସରକାର କିମ୍ବା ଅଧିକୃତ ଦପ୍ତରରୁ ଅନୁମତି ନେବାକୁ ପଡିବ । ଏହି ଅନୁମତି ମିଳିବା ପରେ ସେମାନଙ୍କୁ ଭାରତରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ । ଏଥିପାଇଁ ସଂପୃକ୍ତ ସଂସ୍ଥାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅତି କମ୍‌ରେ 60 ଦିନ ପୂର୍ବରୁ ଆବେଦନ କରିବାକୁ ପଡିବ । ମନ୍ତ୍ରଣାଳୟର ଅନୁମୋଦନ ମିଳିବା ପରେ ସଂପୃକ୍ତ ବିଦେଶୀ କର୍ମକର୍ତ୍ତା ବା ନାଗରିକ ନିଯୁକ୍ତି ପାଇଁ ଅନୁମତି  ପାଇବେ ।

ଏହି ସର୍ବସାଧାରଣ ବିଜ୍ଞପ୍ତି ନିମ୍ନଲିଖିତ ୟୁଆରଏଲ୍‌ରେ ଉପଲବ୍ଧ ।

https://mib.gov.in/sites/default/files/Public%20Notice%20%20regarding%20FDI%20Policy%20.pdf

 

**********

 



(Release ID: 1673293) Visitor Counter : 214